ଦୀପାବଳିରେ ମା' ଲକ୍ଷ୍ମୀଙ୍କୁ ବିଶେଷ ଭାବେ ପୂଜା କରାଯାଇଥାଏ ।

ଦୀପାବଳିରେ ମା' ଲକ୍ଷ୍ମୀ ସବୁଠୁ ଅଧିକ ପ୍ରସନ୍ନ ହୁଅନ୍ତି ।

ଭକ୍ତଙ୍କୁ ସୁଖ, ସମୃଦ୍ଧି ଓ ଧନ ଦେଇ ଆଶୀର୍ବାଦ କରନ୍ତି ମା' ଲକ୍ଷ୍ମୀ ।

ଅନେକ ଲୋକ ଦୀପାବଳିରେ ମଦ ଏବଂ ଜୁଆ ଖେଳୁଥିବା ନଜିର ରହିଛି ।

କିନ୍ତୁ ଦୀପାବଳିରେ ମଦ ପିଇବା ଏବଂ ଜୁଆ ଖେଳିବା ଶୁଭ କି?

ଦୀପାବଳିରେ ମଦ ପିଇବା କିମ୍ବା ଜୁଆ ଖେଳିବା ଦ୍ବାରା ମା' ଲକ୍ଷ୍ମୀ ରାଗିଯାଆନ୍ତି ।

ମା' ଲକ୍ଷ୍ମୀଙ୍କ ଆଗମନ ହେଉଥିବାରୁ ଘରେ ମଦ୍ୟପାନ କରିବା ଆଦୌ ଶୁଭଙ୍କର ନୁହେଁ ।

ସେହିଭଳି ଜୁଆ ଖେଳିବା ମଧ୍ୟ ଆପଣ ଓ ଆପଣଙ୍କ ପରିବାର ପ୍ରତି ଖରାପ ପ୍ରଭାବ ପକାଇଥାଏ ।

ତେଣୁ ଦୀପାବଳିରେ ଘରେ କିମ୍ବା ବାହାରେ ମଦ ପିଇବା ଅଶୁଭ ବୋଲି କୁହାଯାଇଛି ।

ଏହି ସୂଚନା ସାଧାରଣ ତଥ୍ୟଅ ଉପରେ ଆଧାରିତ, ନ୍ୟୁଜ୍‌୧୮ ନିଶ୍ଚିତ କରେ ନାହିଁ ।