ପ୍ରାୟତଃ ଅଧିକାଂଶ ଲୋକଙ୍କ ଘରେ ପାରା ରହିଥାନ୍ତି। ଘରେ ପାରା ରହିବା ଶୁଭ ନା ଅଶୁଭ ଆସନ୍ତୁ ଜାଣିବା। ସେହିପରି ଅଣ୍ଡା ଦେଲେ କଣ ଘଟେ, ଆସନ୍ତୁ ଜାଣିବା...

ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ଶିବ ଜଣେ ଦେବତାଙ୍କୁ ପାରା ବନିଯିବାର ଅଭିଶାପ ଦେଇଥିଲେ। ମାନ୍ୟତା ଅନୁସାରେ ଯୁଗଳ ପାରାକୁ ଦେଖିବାର ଅର୍ଥ ଶିବ ପାର୍ବତୀଙ୍କର ଦର୍ଶନ କରିବା ସହିତ ସମାନ ହୋଇଥାଏ।

ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ସମସ୍ତଙ୍କ ଜୀବନରେ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ବିସ୍ତାର କରିଥାଏ। ମନୁଷ୍ୟର ନଜର ଭଳି କିଛି ପଶୁପକ୍ଷୀ ଶୁଭ ଓ ଅଶୁଭ ପରିଣାମ ପ୍ରଦାନ କରିଥାନ୍ତି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାରାକୁ ଅତ୍ୟନ୍ତ ଶୁଭ ମାନା ଯାଇଛି। ଯଦି ଆପଣଙ୍କ ଘରକୁ ପାରା ଆସି ତାର ପର ଛାଡ଼ି ଯାଏ, ତାହେଲେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ।

ଏହାକୁ ଆପଣ ଗୋଟେ ଲାଲ କପଡ଼ାରେ ରଖି ରକ୍ଷା ସୂତ୍ରରେ ବାନ୍ଧି ଦିଅନ୍ତୁ। ତାପରେ ଏହାକୁ ନିଜ ଧନଭଣ୍ଡାର ଘରେ ରଖି ଦିଅନ୍ତୁ।

ଏହି ଉପାୟ କରିବା ଦ୍ୱାରା ଆପଣଙ୍କର କେବେବି ଅର୍ଥର ଅଭାବ ରହିବ ନାହିଁ। ଯଦି ଆପଣ ଋଣରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ପାରାର ପର ତିନୋଟି ଆଣନ୍ତୁ।

ଏଗୁଡ଼ିକୁ ଘରର ତିନି କୋଣରେ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣ ଖୁବ୍ ଶୀଘ୍ର ଋଣରୁ ମୁକ୍ତି ପାଇ ଯିବେ ଏବଂ ଘରେ ସୁଖଶାନ୍ତି ବିଦ୍ୟମାନ ହେବ।

ଏହି ଚେରମୂଳି ଗଛ ଲୋକଙ୍କ ପାଇଁ ବରଦାନ; ପତ୍ର ଓ ଫୁଲରେ ରହିଛି ଅନେକ ଲାଭଦାୟକ ଗୁଣ... ଜାଣିବା ପାଇଁ ତଳ ଲିଙ୍କ ଉପରେ କ୍ଲିକ୍ କରନ୍ତୁ...

କହିବାକୁ ଗଲେ ପାରା ଶାନ୍ତିର ପ୍ରତୀକ। ଯଦି ଆପଣ ଘରେ ପାରା ରଖିଛନ୍ତି, ତାହେଲେ ଛାତ ଉପରେ କେବେବି ଦାନା ଦିଅନ୍ତୁ ନାହିଁ। ଏହା ଆପଣଙ୍କ ପରିବାର ପାଇଁ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ।

ସେହିପରି ଘରେ ପାରା ଅଣ୍ଡା ଦେବା ଶୁଭ ନା ଅଶୁଭ ବୋଲି ସମସ୍ତେ ଜାଣିବାକୁ ଚାହାଁନ୍ତି।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରକୁ ପାରା ଆସି ବସା ବାନ୍ଧିବା ଦ୍ବାରା ଶୁଭ ସଙ୍କେତ ମିଳିଥାଏ।

ଘରର ଅଗଣାରେ ଆପଣ ପକ୍ଷୀ ମାନଙ୍କୁ ଦାନା ଖାଇବାକୁ ଦିଅନ୍ତୁ। ଶାସ୍ତ୍ର ଅନୁସାରେ କୁହାଯାଇଛି କି ଘରେ ପାରା ଅଣ୍ଡା ଦେବା ଦ୍ଵାରା ଅତ୍ୟନ୍ତ ଅଶୁଭ ହୋଇଥାଏ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯଦି ପାରା ଘରର ବାଲକୋନିରେ ଅଣ୍ଡା ଦିଏ ତେବେ ଶୁଭ ଫଳାଫଳ ମିଳିଥାଏ। ଏହା ଅର୍ଥ ହେଲା ଯେ ଆପଣଙ୍କ ଅନେକ ସ୍ବପ୍ନ ଶୀଘ୍ର ପୂରଣ ହେବାକୁ ଯାଉଛି।

ପାରାକୁ କେବେବି ଆଲୁମିନିୟମ ପାତ୍ରରେ ଜଳ ଦିଅନ୍ତୁ ନାହିଁ। ଯଦି ପାରା ଆପଣଙ୍କ ଘରକୁ ଆସି ଅଳିଆ ଆବର୍ଜନା କରି ଦେଉଛନ୍ତି, ତାହେଲେ ଆପଣ ସବୁଦିନ ସଫା କରନ୍ତୁ।

ପାରାକୁ ଗହମ, ଚାଉଳ ଆଦି ଦେବା ଉଚିତ୍।

ଧଳା ପାରା ଦେଖିବା ଅତ୍ୟନ୍ତ ଶୁଭ ବୋଲି ମାନା ଯାଇଥାଏ।

ଗୋମାତାଙ୍କୁ ପୂଜା କରୁଥିଲେ ଏହି ମୋଗଲ ଶାସକ