Kuber Temple: ଧନତେରସ ଦିନଠୁ ଦୀପାବଳି ପର୍ବ ଆରମ୍ଭ ହୋଇଯାଏ। ଧନର ଦେବତା କୁବେରଙ୍କୁ ଧନତେରସ ସହ ଦୀପାବଳି ଦିନ ମଧ୍ୟ ପୂଜା କରାଯାଏ।

ଧନତେରସରୁ ନେଇ ଦୀପାବଳି ପର୍ଯ୍ୟନ୍ତ ମା' ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ସହ ଧନର ଦେବତା କୁବେରଙ୍କୁ ମଧ୍ୟ ପୂଜା କରାଯାଏ।

ଦୀପାବଳି ଅବସରରେ ଆଜି ଆମେ ଆପଣଙ୍କୁ କୁବେରଙ୍କର ସର୍ବ ପୁରାତନ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯେଉଁଠାକୁ ଥରେ ଗଲେ, ଦୂରେଇ ଯିବ ଆପଣଙ୍କ ସବୁ ସମସ୍ୟା।

ନିଆରା ମନ୍ଦିର- ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବୁ। ଯେଉଁଠାରେ ବିଶ୍ବାସ ରହିଛି ଯେ ଏହି ମନ୍ଦିର ଦର୍ଶନ କରିବା ମାତ୍ରେ ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ। ଆଉ ଆର୍ଥିକ ସମସ୍ୟା ମଧ୍ୟ ରହିବ ନାହିଁ।

ଜାଗେଶ୍ବର ଧାମ- କୁବେରଙ୍କ ଏହି ନିଆରା ମନ୍ଦିର ଉତ୍ତରାଖଣ୍ଡର ଅଲମୋଡ଼ାରେ ଅବସ୍ଥିତ। ଏହି ମନ୍ଦିର ଜାଗେଶ୍ବର ଧାମ ନାମରେ ମଧ୍ୟ ବେଶ୍ ଜଣାଶୁଣା।

ଏହି ମନ୍ଦିରରେ ଧନତେରସ ଓ ଦୀପାବଳିରେ ଭକ୍ତ ଭିଡ଼ ଜମିଥାଏ।

ଇତିହାସ କଣ- ଏହି କୁବେର ମନ୍ଦିରର ଇତିହାସ ଖୁବ୍ ରୋମାଞ୍ଚକର। କୁହାଯାଏ ଯେ ମନ୍ଦିରର ନିର୍ମାଣ ସପ୍ତମ ଶତାଦ୍ଦୀରେ ହୋଇଥିଲା।

ମହାଭାରତର ମହାନ ଯୋଦ୍ଧା ଅଭିମନ୍ୟୁଙ୍କ ପ୍ରକୃତ ପିତା କିଏ? ତଥ୍ୟ ଜାଣିବା ପାଇଁ ତଳ ଲିଙ୍କ ଉପରେ କ୍ଲିକ୍ କରନ୍ତୁ...

ମାନ୍ୟତା ଅନୁଯାୟୀ ଯିଏ ବି ଏହି ମନ୍ଦିରର ଗର୍ଭଗୃହ କିମ୍ବା ପରିସରରୁ ମାଟି ଆଣି ନିଜ ଆଲମାରୀରେ ରଖନ୍ତି, ତେବେ ତାଙ୍କ ଘରେ କେବେ ବି ଧନର ଅଭାବ ହୁଏ ନାହିଁ।

ଆଉ ଏକ ମାନ୍ୟତା ହେଲା- କୁହାଯାଏ ଯେ ଏହି ମନ୍ଦିରରେ ରୂପା ମୁଦ୍ରାର ପୂଜା କରାଯାଏ। ମନ୍ତ୍ର ପଢ଼ିବା ପରେ ଏହି ମୁଦ୍ରାକୁ ଏକ ହଳଦିଆ କପଡ଼ାରେ ବାନ୍ଧି ଭକ୍ତଙ୍କୁ ଦିଆଯାଏ। ଏମିତି କରିବା ଦୂରା ଆର୍ଥିକ ସମସ୍ୟା ଦୂରେଇଯାଏ।

ଲାଗେ ଭକ୍ତଙ୍କ ଭିଡ଼- କୁବେର ମନ୍ଦିରରେ ଧନତେରସ ଓ ଦୀପାବଳି ମଧ୍ୟରେ କେବଳ ସ୍ଥାନୀୟ ଲୋକ ନୁହେଁ ବରଂ ଉତ୍ତରାଖଣ୍ଡର ସବୁ ସ୍ଥାନରୁ ଲୋକ ଦର୍ଶନ ପାଇଁ ପହଞ୍ଚନ୍ତି।

ଘରେ ପାରା ଅଣ୍ଡା ଦେବା ଶୁଭ ନା ଅଶୁଭ? ତଥ୍ୟ ଜାଣିବା ପାଇଁ ତଳ ଲିଙ୍କ ଉପରେ କ୍ଲିକ୍ କରନ୍ତୁ...