ଶକୁନି ମାମାଙ୍କ ମୃତ୍ୟୁ ପରେ ତାଙ୍କ ପଶାପାଲି କଣ ହେଲା

ନିଜ ପରିବାର ଉପରେ ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ଶକୁନି ମହାଭାରତ ରଚିଦେଇଥିଲେ

ଶକୁନିଙ୍କ ଭଉଣୀ ଗାନ୍ଧାରୀଙ୍କ ବିବାହ ଧୃତରାଷ୍ଟ୍ରଙ୍କ ସହ ହୋଇଥିଲା । ସାରା ଜୀବନ ଗାନ୍ଧାରୀଙ୍କୁ ଆଖିରେ ପଟି ବାନ୍ଧି ରହିବାକୁ ପଡ଼ିଥିଲା

ଧୃତରାଷ୍ଟ୍ର ଶକୁନି ଓ ତାଙ୍କ ବାପା ଓ ୧୦୦ ଭାଇଙ୍କୁ କାରାଗାରରେ ବନ୍ଦୀ କରିଦେଇଥିଲେ

ଯେଉଁଥିପାଇଁ ଜଣେ ଜଣେ କରି ଶକୁନିଙ୍କ ବାପା ଓ ତାଙ୍କ ଭାଇଙ୍କର ମୃତ୍ୟୁ ହୋଇଥିଲା

ସେତେବେଳେ ଶକୁନିଙ୍କ ବାପା ସୁବଳ ଧୃତରାଷ୍ଟ୍ରଙ୍କ ସାମ୍ନାରେ ତାଙ୍କର ଶେଷ ଇଚ୍ଛା ରଖିଥିଲେ । ଶକୁନିଙ୍କୁ କାରାଗାରରୁ ମୁକ୍ତ କରିଦେବାକୁ ସେ ଅନୁରୋଧ କରିଥିଲେ

ଧୃତରାଷ୍ଟ୍ର ତାଙ୍କ କଥା ମାନି ନେଇଥିଲେ । ସେତେବେଳେ ଶକୁନି ନିଜ ପରିବାର ଉପରେ ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ପ୍ରତିଜ୍ଞା ନେଇଥିଲେ

ଶକୁନିଙ୍କ ବାପା ସୁବଳଙ୍କ ହାଡ଼ରୁ ତିଆରି ପଶା ସାହାଯ୍ୟରେ ସେ କୌରବଙ୍କ ବିନାଶ କରିବାକୁ ଯୋଜନା କରିଥିଲେ

ଏହି ପଶା ସାହାଯ୍ୟରେ ଶକୁନି ମାମା ପୂରା ମହାଭାରତ ଯୁଦ୍ଧ ରଚିଥିଲେ

କିନ୍ତୁ ଜାଣିଛନ୍ତି କି ଶକୁନି ମାମୁଁଙ୍କ ମୃତ୍ୟୁ ପରେ ତାଙ୍କ ପଶା କୁଆଡ଼େ ଗଲା

ମହାଭାରତ ଯୁଦ୍ଧ ପରେ ଶ୍ରୀକୃଷ୍ଣ ଭୀମଙ୍କୁ ଡାକି ପଶା ନଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ

ସେହି ସମୟରେ ଅର୍ଜୁନ ସେହି ବାଟ ଦେଇ ଯାଉଥିଲେ । କୃଷ୍ଣଙ୍କ ଅଧା କଥା ଶୁଣି ସେ ପଶାକୁ ନଦୀକୁ ଫିଙ୍ଗି ଦେଇଥିଲେ

ଯେତେବେଳେ କୃଷ୍ଣଙ୍କୁ ଏବାବଦରେ ଜଣା ପଡ଼ିଲା ସେ ଅର୍ଜୁନଙ୍କୁ କହିଥିଲେ ତମେ ଅନର୍ଥ କରିଦେଲ

ଯଦି ସେହି ପାଶ କାହା ହାତରେ ଲାଗିଯାଏ, ତେବେ ଜୁଆ ପୁଣି ଆରମ୍ଭ ହୋଇଯିବ ଓ ମଣିଷ ବର୍ବାଦ ହୋଇଯିବ

ଅନ୍ତରେ ସେୟା ହିଁ ହେଲା । ପାଶ ମଣିଷ ହାତରେ ଲାଗିଗଲା ଓ ପରିଣାମ ସ୍ବରୂପ ଆଜି ବି ସମାଜରେ ଲୋକେ ଜୁଆ ଖେଳୁଛନ୍ତି

ମହିଳାଙ୍କୁ ନାହିଁ ଆଇବ୍ରୋ ସେଭିଂ କରିବାର ଅନୁମତି....