Mysterious Queen: ଇତିହାସରେ ଏହିପରି ଅନେକ ସୁନ୍ଦରୀ ରାଣୀ ବିଷୟରେ ଆପଣ ନିଶ୍ଚୟ ପଢ଼ିଥିବେ। ଆଜି ଆମେ ଆପଣଙ୍କୁ ଏପରି ଜଣେ ରାଣୀଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କୁ ସୌନ୍ଦର୍ଯ୍ୟର ଦେବୀ କୁହାଯାଏ।

ଇତିହାସରେ ଅନେକ ରାଣୀଙ୍କ ବିଷୟରେ ଶୁଣିଥିବେ। ମାତ୍ର ବିଶ୍ୱରେ ଏମିତି ଜଣେ ରାଣୀ ଅଛନ୍ତି, ଯେକି ଖୁବ୍‌ ସୁନ୍ଦର। ତାଙ୍କୁ କେବଳ ସୁନ୍ଦରୀ ଭାବରେ ଗଣନା କରାଯାଏ ନାହିଁ, ତାଙ୍କ ଜୀବନ ମଧ୍ୟ ବେଶ୍‌ ରହସ୍ୟମୟ ଥିଲା।

ଯାହା ଆଜି ବି ସମସ୍ତେ ଜାଣିବା ପାଇଁ ଚାହାଁନ୍ତି। ଏମିତି ଜଣେ ରାଣୀ ଥିଲେ ମିଶରରେ। ରାଜକୁମାରୀ କ୍ଲିୟୋପେଟ୍ରାଙ୍କୁ ସୌନ୍ଦର୍ଯ୍ୟର ଦେବୀ କୁହାଯାଏ।

କ୍ଲିୟୋପେଟ୍ରା ଯେତିକି ସୁନ୍ଦର ଥିଲେ ତା’ଠୁ ଅଧିକ ଚତୁର ଏବଂ ଷଡ଼ଯନ୍ତ୍ରକାରୀ ଥିଲେ।

ପିତାଙ୍କ ଦେହାନ୍ତ ପରେ ମାତ୍ର ୧୪ ବର୍ଷ ବୟସରେ କ୍ଲିୟୋପେଟ୍ରା ଏବଂ ଭାଇ ଟୋଲେମୀ ଡିଓନିସସ୍‌ ମିଳିତ ଭାବେ ରାଜ୍ୟ ପ୍ରାପ୍ତ କରିଥିଲେ।

ଭାଇଙ୍କ ହାତରେ ରାଜ୍ୟ ଠିକ୍‌ରେ ଚାଲିଲା ନାହିଁ। ସିରିଆର ଶରଣ ନେବାକୁ ପଡ଼ିଲା କିନ୍ତୁ ରାଜକୁମାରୀ ସାହସ ଛାଡ଼ିଲେ ନାହିଁ।

ରୋମ୍‌ର ଶାସକ ଜୁଲିୟସ୍‌ ସିଜରଙ୍କୁ ନିଜର ମୋହରେ ଫସାଇ କ୍ଲିୟୋପେଟ୍ରା ମିଶର ଉପରେ ଆକ୍ରମଣ କରିଥିଲେ। ସିଜର ଟୋଲେମୀଙ୍କୁ ମାରି କ୍ଲିୟୋପେଟ୍ରାଙ୍କୁ ମିଶର ରାଜ ସିଂହାସନରେ ବସାଇଥିଲେ।

କ୍ଲିୟୋପେଟ୍ରାଙ୍କ ମୃତ୍ୟୁ ସହିତ ଏକ ବିଶେଷ ରହସ୍ୟ ଲୁଚି ରହିଛି। ରୋମାନ ସାମ୍ରାଜ୍ୟର ପ୍ରଥମ ସମ୍ରାଟ ଅଗଷ୍ଟସ୍ କ୍ଲିୟୋପେଟ୍ରାଙ୍କ ପରାଜୟ ପରେ ତାଙ୍କ ଶାସନ ପ୍ରତିଷ୍ଠା କରିଥିଲେ।

ଅନୁସନ୍ଧାନ ଅନୁଯାୟୀ, ଯେତେବେଳେ ଅଗଷ୍ଟସ୍ ବର୍ଷର ଏକ ମାସର ନାମ ନିଜ ନାମରେ ଦେବାର ସୁଯୋଗ ପାଇଲେ, ସେ ଅଷ୍ଟମ ମାସକୁ ବାଛିଲେ। ଏହି ଦିନ କ୍ଲିୟୋପେଟ୍ରାଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା।

ଅଗଷ୍ଟସ୍ କ୍ଲିୟୋପେଟ୍ରାଙ୍କୁ ରୋମରେ ବନ୍ଦୀ ଭାବରେ ରଖିବାକୁ ଯାଉଥିଲେ। କିନ୍ତୁ ତାଙ୍କୁ ଅଟକାଇବା ପାଇଁ କ୍ଲିୟୋପେଟ୍ରା ଆତ୍ମହତ୍ୟା କରିଥିଲେ।

ହା ସ୍ପଷ୍ଟ କରେ ଯେ କ୍ଲିଓପେଟ୍ରା ତାଙ୍କ ପ୍ରେମ ପାଇଁ ମରି ନାହାଁନ୍ତି। ଲଜ୍ଜାଜନକ ଏବଂ ଅସହାୟ ହେବାର ହିଂସା ଭୋଗିବା ପରିବର୍ତ୍ତେ କ୍ଲିୟୋପେଟ୍ରା ମୃତ୍ୟୁକୁ ବାଛିଥିଲେ।

ଆଜି ବି କ୍ଲିୟୋପେଟ୍ରା ଏକ ରହସ୍ୟମୟ ମହିଳା ଭାବରେ ଇତିହାସରେ ପୃଷ୍ଠାରେ ରହିଛନ୍ତି। ଯାହାଙ୍କ ରହସ୍ୟ ଆଜି ବି ସମସ୍ତଙ୍କ ପାଇଁ ରହସ୍ୟମୟ।

ଅନେକ କାହାଣୀରେ କୁହାଯାଇଛି ଯେ କ୍ଲିୟୋପେଟ୍ରା ଏତେ ସୁନ୍ଦରୀ ଥିଲେ ଯେ ମୃତ୍ୟୁ ପରେ ମଧ୍ୟ ତାଙ୍କ ଶରୀରକୁ ଛାଡ଼ିନଥିଲେ  ଲୋକ।

କବରରୁ ବାହାର କରି ତାଙ୍କ ମୃତ ଶରୀର ସହ ଦୁଷ୍କର୍ମ କରିଥିଲେ ଅନେକ ଲୋକ। ହେଲେ ଏହାର ବାସ୍ତବତା କେବେ ମଧ୍ୟ ସାମ୍ନାକୁ ଆସିନାହିଁ।

ଦେଶର ଏହି ମନ୍ଦିର ଦର୍ଶନ କରିବା ମାତ୍ରେ ମାଲାମାଲ୍ ହୁଅନ୍ତି ଭକ୍ତ; ଜାଣନ୍ତୁ ଇତିହାସ