କେମିତି ଲଗାଇବେ ପର୍ଫ୍ୟୁମ, ଦୀର୍ଘ ସମୟ ପର୍ଯ୍ୟନ୍ତ ସୁଗନ୍ଧ ରହିବ

କୁଆଡ଼େ ବାହାରକୁ ବାହାରିବେ ସମୟରେ ପର୍ଫ୍ୟୁମ କିମ୍ବା ଡିଓ ଖୋଜା ପଡ଼େ । ଛୋଟଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ଡିଓ ପସନ୍ଦ । କାହାକୁ ଅତି ଉକୃଷ୍ଟ ସୁଗନ୍ଧ ପସନ୍ଦ ଆସୁଥିବା ବେଳେ କାହାକୁ କମ ସୁଗନ୍ଧଯୁକ୍ତ ପର୍ଫ୍ୟୁମ ପସନ୍ଦ ଆସେ

କିନ୍ତୁ ଆପଣ ଜାଣିଛନ୍ତିକି ପର୍ଫ୍ୟୁମ(Perfume) ସ୍ପ୍ରେ କରିବା ପରେ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ କିପରି ସୁଗନ୍ଧ ପ୍ରଦାନ କରିବ । ଆସନ୍ତୁ ଜାଣିବା ସରଳ ଟିପ୍ସ...

ଉପଯୁକ୍ତ ଡିଓ ବାଛନ୍ତୁ

ଯେତେବେଳେ ବି ଆପଣ ଦୋକାନ ଯାଉଛନ୍ତି, ଆପଣଙ୍କୁ ଭଲ ଲାଗୁଥିବା ଡିଓ(Deo) କିଣନ୍ତୁ । ତାର ସୁଗନ୍ଧ ଚେକ କରନ୍ତୁ । ଯଦି ଆପଣଙ୍କ ଚର୍ମ ସମ୍ବେଦନଶୀଳ ତେବେ କମ ସୁଗନ୍ଧଯୁକ୍ତ ଡିଓ ଆଣନ୍ତୁ

କେତେବେଳେ ଆପ୍ଲାଏ କରିବେ

ଗାଧୋଇସାରିବା ପରେ କିମ୍ବା ବାହାରୁ ଆସି ଫ୍ରେସ ହେବା ପରେ ଆପଣ ଡିଓ ଲଗାଇପାରିବେ

କେଉଁଠି ଲଗାଇବେ

କାନ ପଛରେ, ହାତ ପାପୁଲି ତଳକୁ, କାଖ, ବେକ ପାଖରେ

କେମିତି ଲଗାଇବେ

ପ୍ରଥମେ ଡିଓ ବୋତଲ ଧରନ୍ତୁ । ଭଲ ଭାବରେ ଏହାକୁ ସେକ କରନ୍ତୁ । ଏହାର ଠିପି ଖୋଲି କିଛି ଦୂରରେ ବୋତଲକୁ ଧରନ୍ତୁ । ଏହା ପରେ ସ୍ପ୍ରେ କରନ୍ତୁ । ୪-୫ଥର ଲେୟାରିଂରେ ଲଗାଇଲେ ସୁଗନ୍ଧ ଅଧିକ ସମୟ ପର୍ଯ୍ୟନ୍ତ ରହିବ

କେଉଁ ସ୍କିନରେ ଅଧିକ ସମୟ ପର୍ଯ୍ୟନ୍ତ ରୁହେ

ଅଏଲି ସ୍କିନରେ ଡିଓର ସୁଗନ୍ଧ ଅଧିକ ସମୟ ରୁହେ । ସ୍କିନ ଡିହାଇଡ୍ରେସନ ଥିଲେ ସୁଗନ୍ଧ ଉଡ଼ିଯାଏ

ଡ୍ରେସ କି ଚର୍ମରେ ଲଗାଇବା ଠିକ

କିଛି ଡିଓର ପ୍ରଭାବ ୨୪-୭୨ ଘଣ୍ଟା ପର୍ଯ୍ୟନ୍ତ ରୁହେ । ତେଣୁ ଗାଧୋଇବା ପରେ ଚର୍ମରେ ଲଗାଇଲେ ଖୋଲା ପୋର୍ସରେ ସ୍ପ୍ରେ ଅଧିକ ସମୟ ପର୍ଯ୍ୟନ୍ତ ରୁହେ ଓ ସୁଗନ୍ଧ ପ୍ରଦାନ କରେ । ଷ୍ଟିକ କିମ୍ବା ରୋଲ ଅନ ଲଗାଇଲେ ଚର୍ମ ଦ୍ବାରା ବିସ୍ତାର ହୋଇ ଡ୍ରେସ ସୁଗନ୍ଧିତ ହୋଇଥାଏ

ରାତି ସାରା ପର୍ଫ୍ୟୁମ ଲଗାଇବା ସୁରକ୍ଷିତ କି

ରାତି ସାରା ପର୍ଫ୍ୟୁମ ଲଗାଇ ଶୋଇବା କିମ୍ବା ପର୍ଫ୍ୟୁମ ପଡିଥିବା ଡ୍ରେସ ପିନ୍ଧି ଶୋଇବାରେ କୌଣସି କ୍ଷତି ନାହିଁ

ଡିଓ କାଖ ତଳେ ହେଉଥିବା ଗନ୍ଧକୁ ଅଟକାଇପାରିବ

ପର୍ଫ୍ୟୁମ ଗନ୍ଧକୁ ରୋକିପାରିବ କିନ୍ତୁ ଝାଳକୁ ନୁହେଁ । ତେଣୁ ଝାଳ ଜନିତ ଗନ୍ଧକୁ ଅଟକାଇପାରିବ ନାହିଁ

ସ୍କିନରେ ସ୍ପ୍ରେ କେତେ ଠିକ

ଅନେକ ସମୟରେ ପର୍ଫ୍ୟୁମ ସ୍ପ୍ରେ ଦ୍ବାରା ସ୍କିନରେ ଆଲର୍ଜି ଓ ଦାଗ ହୋଇଯାଏ । ବେଳେବେଳେ ଛିଙ୍କ ମଧ୍ୟ ହୋଇଥାଏ

ଭର୍ଜିନ ରାଣୀ

ବିଶ୍ବର ଏହି ରାଣୀ ଥିଲେ ଭର୍ଜିନ, କିଏ ସେ ଜାଣନ୍ତୁ