ସନ୍ତୁଳିତ ଖାଦ୍ୟ ଖାଇବା ସୁସ୍ଥ ଶରୀର ପାଇଁ ନିହାତି ଜରୁରୀ। ଖାଦ୍ୟପେୟରେ ଅନିୟମିତତା ଦେଖାଦେଲେ ବିଭିନ୍ନ ପ୍ରକାର ରୋଗ ଦେଖାଦେବା ସ୍ୱାଭାବିକ।

ହେଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେଉଁ ଖାଦ୍ୟ କେଉଁ ସମୟରେ ଖାଇବା ଉଚିତ୍ ସେ ବିଷୟରେ ଧାରଣା ରହିବା ନିହାତି ଜରୁରୀ।

ଏପରି କିଛି ଫଳ ବା ଖାଦ୍ୟ ରହିଛି ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇଥାଏ। ଆସନ୍ତୁ ସଂକ୍ଷେପରେ ଏ ବିଷୟରେ ଜାଣିବା।

କନ୍ଦମୂଳ: କନ୍ଦମୂଳ ଏକ ଶ୍ୱେତସାର ଜାତୀୟ ଖାଦ୍ୟ । ଏହାକୁ ଶୀତଦିନେ ଖାଇଲେ ଶରୀରକୁ ଉଷ୍ମ ରଖିଥାଏ।

ମନେରଖନ୍ତୁ ଏହାକୁ ଖାଲି ପେଟରେ କନ୍ଦମୂଳ ଖାଇଲେ ଏଥିରେ ଥିବା ପେକ୍ଟିନ୍ ନାମକ ତତ୍ତ୍ୱ ପେଟରେ ଗ୍ୟାସ ସମସ୍ୟା ସୃଷ୍ଟି କରିଥାଏ।

ଖଟାଫଳ: ଖାଲି ପେଟରେ ଖଟା ଯୁକ୍ତ କିଛି ଫଳ ଖାଇବା ଅନୁଚିତ।

ଯେପରି ଲେମ୍ବୁ, କମଳା ପରି ଖଟା ଯାତୀୟ ଫଳ ଖାଇବା ଅନୁଚିତ। ଏହାକୁ ଖାଲିପେଟରେ ଖାଇଲେ ଗ୍ୟାସ ସମସ୍ୟା ଦେଖାଯାଏ।

ମସଲା ଯୁକ୍ତ ଖାଦ୍ୟ: ସାଧରଣତଃ ଆମେ ମଧ୍ୟାହ୍ନ ଖାଦ୍ୟରେ ମସଲା ଯୁକ୍ତ ଖାଦ୍ୟ ଖାଇଥାଉ।

ହେଲେ ଅନେକ ସମୟରେ ଖାଲିପେଟ ଥିବା ବେଳେ ସକାଳୁ ପ୍ରଥମେ ଜଳଖିଆ ଖାଇବା ସମୟରେ କିଛି ଏପରି ଖାଦ୍ୟ ଖାଇଥାଉ ଯେଉଁଥିରେ ମସଲା ବ୍ୟବହାର ହୋଇଥାଏ। ଯାହାଦ୍ବାରା ଗ୍ୟାସ ସମସ୍ୟା ଦେଖାଦେବା ସହ ଛାତି ଜଳାପୋଡା ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।

ଅନେକ ଲୋକ ସକାଳ ଖାଇବା ସମୟରେ କିଛି ଫଳ ଖାଇବାକୁ ଭଲ ପାଆନ୍ତି।

ହେଲେ ଏଥିରେ କେବେ ହେଲେ କଦଳୀକୁ ସାମିଲ କରନ୍ତ ନାହିଁ। ଯଦିଓ ଏହାକୁ ଓଜନ ବଢାଇବା ପାଇଁ ଖାଇବାକୁ ପସନ୍ଦ କରନ୍ତି। ହେଲେ ଏହାକୁ ଖାଲି ପେଟରେ ଖାଇଲେ ଗ୍ୟାସ ସମସ୍ୟା ସୃଷ୍ଟି ହୁଏ।

ଏହାକୁ ଖାଦ୍ୟ ଖାଇବା ପରେ ହିଁ ଖାଆନ୍ତୁ , ଯାହାଦ୍ବାରା ଶରୀର ଉପରେ ଭଲ ପ୍ରଭାବ ପଡ଼ିବ।

ଏହି ପଶୁର କ୍ଷୀର ଧଳା ନୁହେଁ କଳା... ପୂରା ଖବର ଜାଣିବା ପାଇଁ ତଳ ଲିଙ୍କ ଉପରେ କ୍ଲିକ୍ କରନ୍ତୁ....