Mysterious Place in pure: ଶ୍ରୀକ୍ଷେତ୍ର ପୁରୀକୁ ଆସିଲେ ମଣିଷର ସମସ୍ତ ପାପ ଧୋଇ ହୋଇଯାଏ ଏବଂ ସେ ପବିତ୍ର ହୋଇଯାଏ ବୋଲି ବିଶ୍ୱାସ ରହିଛି। କାରଣ ସ୍ୱୟଂ ମହାପ୍ରଭୁ ଶ୍ରୀବିଷ୍ଣୁ ଏଠାରେ ଶ୍ରୀଜଗନ୍ନାଥଙ୍କ ରୂପରେ ଆବିର୍ଭାବ ହୋଇଛନ୍ତି।

ଏଠାକୁ ଆସିଲେ ଆତ୍ମାକୁ ତୃପ୍ତି ମିଳେ ଏବଂ ମନକୁ ଶାନ୍ତି ମିଳେ। ଏହାବ୍ୟତୀତ ସ୍ୱର୍ଗଦ୍ୱାରରେ ଯେଉଁ ବ୍ୟକ୍ତିମାନଙ୍କର ଅନ୍ତିମ ସଂସ୍କାର କରାଯାଏ, ସେମାନେ ବୈକୁଣ୍ଠଧାମକୁ ଯାଆନ୍ତି ବୋଲି କୁହାଯାଏ।

ସେହିପରି ସ୍ବର୍ଗଦ୍ଵାରକୁ ଶବ ନେଇ ଯିବା ବେଳେ ଅନେକ ମନ୍ଦିର ଦେଇ ଯିବାକୁ ପଡ଼ିଥାଏ। ତେବେ ଶ୍ରୀମନ୍ଦିରରୁ ବାଲିସାହି ଦେଇ ସ୍ଵର୍ଗଦ୍ଵାରକୁ ଶବ ନେବା ସମୟରେ ବାଟରେ ଅନେକ ଦେବଦେବୀଙ୍କ ମନ୍ଦିର ପଡ଼ିଥାଏ।

ଏହି ମନ୍ଦିର ଗୁଡ଼ିକର ଅପାର ମହିମା ଥିବା ସ୍ଥାନୀୟ ଲୋକ ବିଶ୍ୱାସ ରଖନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁ ମନ୍ଦିର ଦେଇ ଶବ ଗଲା ବେଳେ କିଛି ଭିନ୍ନ ଘଟଣା ଘଟେ।

ପୁରୀରେ ଅନ୍ତିମ କ୍ରିୟା ପାଇଁ ସ୍ବର୍ଗଦ୍ଵାରକୁ ଶବ ନେଇ ଯିବା ସମୟରେ ଶବ ଭାରି ଲାଗେ ବୋଲି ଅନେକ ଲୋକ କଥା ପ୍ରଚଳିତ ହୋଇଛି।

ତେବେ ସେମାନଙ୍କ କହିବା ଅନୁଯାୟୀ ଶବ ଏହି ବାଲିସାହି ଦେଇ ସ୍ଵର୍ଗଦ୍ଵାରକୁ ନେବା ସମୟରେ ଉଗ୍ରସେନ, କୁମୁଦ ମଶାଣି ମହାବୀର ଓ ସୋଲାଖିଆ ବରଗଛ ପାଖରେ ଶବ ଭାରି ହୋଇଯାଏ।

ତେବେ ଆସନ୍ତୁ ଜାଣିବା କଣ ରହିଛି ଏହା ପଛରେ କାରଣ।

କୁମୁଦ ମଶାଣି ମହାବୀର ମନ୍ଦିରର ପୂଜକଙ୍କ କହିବା ଅନୁଯାୟୀ ମଶାଣି ମହାବୀର ମନ୍ଦିରଟି ୪ ହଜାର ବର୍ଷ ପୁରୁଣା। କୁମୁଦ ମଶାଣୀ ମହାବୀର ଏଠାରେ ରହି ଭକ୍ତମାନଙ୍କର ସୁଖ ଦୁଃଖ ବୁଝିଥାନ୍ତି।

ଏକ ମାସ ପୂର୍ବରୁ ମିଳିଥାଏ ହୃଦଘାତ ସଙ୍କେତ; ଦେଖୁଛନ୍ତି ଏହି ଲକ୍ଷଣ...ସାବଧାନ

କୁହାଯାଏ ଯେ କୁମୁଦ ମହାବୀରଙ୍କୁ ଆରାଧନା କଲେ ଜମଦଣ୍ଡରୁ ମୁକ୍ତି ମିଳିଥାଏ। ଏହି ରାସ୍ତାଦେଇ ଶବ ଯିବା ବେଳେ କୁମୁଦ ମହାବୀରଙ୍କର ଆଶୀର୍ବାଦ ରହିଥାଏ।

ଏନେଇ ସେ ଏଠାରେ ବିଜେ ହୋଇଥାନ୍ତି ବୋଲି ସ୍ଥାନୀୟ ଲୋକଙ୍କର ବିଶ୍ୱାସ ରହିଛି।

ଭାରତର ଏହି ରାଜ୍ୟରେ ସବୁଠୁ ଅଧିକ କିଣାଯାଏ କଣ୍ଡୋମ; ଜାଣନ୍ତୁ ଆପଣ ରାଜ୍ୟର ଅବସ୍ଥା... ତଥ୍ୟ ଜାଣିବା ପାଇଁ ତଳ ଲିଙ୍କ ଉପରେ କ୍ଲିକ୍ କରନ୍ତୁ...

ମହାବୀରଙ୍କ ଏପରି ନାମକରଣକୁ ନେଇ ସେ କୁହନ୍ତି ଯେ ସ୍ଵର୍ଗଦ୍ଵାରକୁ ଯିବା ବାଟରେ ମନ୍ଦିରଟି ପଡ଼ିଥାଏ। ଅର୍ଥାତ୍ ମଶାଣିର ଦ୍ୱାରଦେଶରେ ମନ୍ଦିରଟି ଅବସ୍ଥିତ।

ତେଣୁ ତାଙ୍କୁ କୁମୁଦ ମଶାଣି ମହାବୀର ବୋଲି କୁହାଯାଏ। ହେଲେ ଜଗନ୍ନାଥ ସଂସ୍ମୃତି ଗବେଷକ ଡ. ନରେଶ ଦାସଙ୍କ କହିବା ଅନୁଯାୟୀ ଶବ ଭାରି ହେବା କଥା କୌଣସି ପୁରାଣ ବା ଶାସ୍ତ୍ରରେ ବର୍ଣ୍ଣିତ ନାହିଁ।

ଏହା ସ୍ଥାନୀୟ ଲୋକଙ୍କର କୁମୁଦ ମଶାଣି ମହାବୀରଙ୍କ ପ୍ରତି ଥିବା ବିଶ୍ୱାସ ଓ ଭକ୍ତି ହେତୁ ମଶାଣି ମହାବୀରଙ୍କ ପ୍ରଭାବରେ ଶବ ଭାରିଲାଗିବା ପରି ଅନୁଭୂତ ହୋଇଥାଏ।

ଏହି ଦେଶର ଲୋକଙ୍କୁ ଭାରତ ଆସିବା ମନା, ଭାରତୀୟଙ୍କ ଉପରେ ମଧ୍ୟ ବ୍ୟାନ