Dream: ଯାହା ଆମେ ଚିନ୍ତା କରୁ କିମ୍ବା ମନ ଭିତରେ ଯେଉଁ କଥାକୁ ନେଇ ସବୁବେଳେ ଭାବୁଥାଉ, ତାହା ହିଁ ସ୍ବପ୍ନ ମାଧ୍ୟମରେ ଆମେ ଦେଖିଥାଉ ବୋଲି ଅନେକଙ୍କ ବିଶ୍ୱାସ ରହିଛି।

ହେଲେ ଏହା କେତେ ଦୂର ସତ ତାହା କହିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। କେବେକେବେ ଆମେ ଦେଖୁଥିବା ସ୍ବପ୍ନ ସମ୍ପୂର୍ଣ୍ଣ ନିରର୍ଥକ ହୋଇଥାଏ ତ କେବେକେବେ ଆମକୁ କିଛି ଈଶ୍ୱରୀୟ ସଙ୍କେତ ବା ସଙ୍କେତ ମିଳିଥାଏ।

ଯେମିତିକି ସ୍ବପ୍ନରେ ଭଗବାନଙ୍କୁ ଦେଖିବା। ଏହା ଆମକୁ କିଛି ଭିନ୍ନ ସଙ୍କେତ ଦେଇଥାଏ ବୋଲି ସ୍ବପ୍ନ ଶାସ୍ତ୍ରରେ କୁହାଯାଇଛି।

ସ୍ବପ୍ନରେ ଭଗବାନ ବିଷ୍ଣୁଙ୍କୁ ଦେଖିଲେ ଭାଗ୍ୟୋଦୟର ସଙ୍କେତ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ସେହିପରି ଭଗବାନ ରାମଙ୍କୁ ସ୍ବପ୍ନରେ ଦେଖିଲେ ସତ୍‌ମାର୍ଗରେ ଚାଲିବା ତଥା ସଫଳତା ପ୍ରାପ୍ତିର ସଙ୍କେତ ମିଳିଥାଏ ବୋଲି ମାନ୍ୟତା ରହିଛି।

ମାତା ଲକ୍ଷ୍ମୀଙ୍କୁ ସ୍ବପ୍ନରେ ଦେଖିବା ସ୍ବପ୍ନ ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ। ଏହା ଅର୍ଥପ୍ରାପ୍ତିକୁ ଦର୍ଶାଇଥାଏ।

ପ୍ରଭୁ ହନୁମାନଙ୍କୁ ସ୍ବପ୍ନରେ ଦେଖିବା ଭୟ/ କଷ୍ଟରୁ ଦୂର ତଥା ଶତ୍ରୁତାରୁ ମୁକ୍ତି ପାଇବାର ସୂଚନା ଦେଇଥାଏ।

ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ବପ୍ନରେ ଦେଖିଲେ ପ୍ରେମ ସମ୍ବନ୍ଧରେ ସଫଳତା ମିଳିଥାଏ ବୋଲି ଲୋକ ବିଶ୍ୱାସ ରହିଛି।

ସେହିପରି ଦୁର୍ଗା ମା’ଙ୍କୁ ସ୍ବପ୍ନରେ ଦେଖିବା ସୁସ୍ବାସ୍ଥ୍ୟ ଏବଂ ମାତା ସରସ୍ବତୀଙ୍କୁ ସ୍ବପ୍ନରେ ଦେଖିବା ଶିକ୍ଷା କ୍ଷେତ୍ରରେ ସଫଳତା ପାଇବାର ସଙ୍କେତ ମିଳିଥାଏ ବୋଲି ସ୍ବପ୍ନ ଶାସ୍ତ୍ରରେ ଉଲ୍ଲେଖ ରହିଛି।

ଯଦି ଆପଣଙ୍କ ସ୍ବପ୍ନରେ ଶିବ ଲିଙ୍ଗ ଦେଖନ୍ତି ତେବେ ଏହା ଏକ ଶୁଭ ସଙ୍କେତ। ଶିବ ଲିଙ୍ଗ ଦେଖିବାର ଅର୍ଥ ହେଉଛି ଅସୁବିଧାରୁ ମୁକ୍ତିର ସଙ୍କେତ।

ଏଭଳି ସଙ୍କେତ ସେତେବେଳେ ମିଳିଥାଏ ଯେତେବେଳେ ଆପଣ ଦୀର୍ଘ ସମୟ ଧରି ଏକ ଜଟିଳ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି।

ଯେତେବେଳେ ଶିବ ଲିଙ୍ଗକୁ ସ୍ବପ୍ନରେ ଦେଖାଯାଏ, ତାହେଲେ ପରଦିନ ଶିବ ମନ୍ଦିରକୁ ଯାଆନ୍ତୁ ଏବଂ ଶିବଲିଙ୍ଗରେ ଜଳାଭିଷେକ ଅଥବା ଦୁଗ୍ଧାଭିଷେକ କରି ବେଲପତ୍ର ଏବଂ ଦୁଦୁରା ଫୁଲ ଶିବ ଲିଙ୍ଗରେ ଅର୍ପଣ କରନ୍ତୁ।

ସ୍ବପ୍ନରେ ଭଗବାନ ଶିବଙ୍କୁ ତାଣ୍ଡବ କରିବାର ଦେଖିବା- ଯଦି ଆପଣ ସ୍ବପ୍ନରେ ଭଗବାନ ଶିବଙ୍କୁ ତାଣ୍ଡର କରିବାର ଦେଖୁଛନ୍ତି, ତେବେ ତାହା ଆପଣଙ୍କ ପାଇଁ ଶୁଭ ସଙ୍କେତ ନୁହେଁ।

ଶିବଙ୍କ ତାଣ୍ଡବ ଏକ ଅପାରଗତାର ପ୍ରତୀକ ଏବଂ ଯଦି ଆପଣ ଏହାକୁ ନିଜ ସ୍ବପ୍ନରେ ଦେଖନ୍ତି, ତେବେ ବୁଝିନିଅନ୍ତୁ ଯେ ଆପଣ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି।

ଅର୍ଥ ସଙ୍କଟ, ବିବାଦ କିମ୍ବା ଶତ୍ରୁମାନଙ୍କର ବୃଦ୍ଧି ହୋଇପାରେ। ଯେଉଁ ଦିନ ଆପଣ ଆପଣଙ୍କ ସ୍ବପ୍ନରେ ଭଗବାନ ଶିବଙ୍କର ତାଣ୍ଡ ଦେଖିବେ, ପରଦିନ ସକାଳେ ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ସହ ଶିବ ଚାଳିସା ପାଠ କରି ପ୍ରାର୍ଥନା କରନ୍ତୁ ଯେ, ଅସୁବିଧାରୁ ମୁକ୍ତ କରିବେ।

ଆହୁରି ମଧ୍ୟ ଅର୍ଥ ସଙ୍କଟ, ବିବାଦ କିମ୍ବା ଶତ୍ରୁମାନଙ୍କଠାରୁ ବର୍ତ୍ତିବା ପାଇଁ ଆପଣ ସଚେତନ ହେବା ଉଚିତ୍।

ଭଗବାନ ଶିବଙ୍କ ପରି ମଣିଷର ଅଛି ତୃତୀୟ ଆଖି! ଜାଣନ୍ତୁ ରହସ୍ୟ..