Poisonous Idol: ଆମେ ଦେଶରେ ଅଛି ଏମିତି ଅନେକ ସ୍ଥାନ, ଯାହା ରହସ୍ୟରେ ପରିପୂର୍ଣ୍ଣ। ଏହି ସ୍ଥାନର ବିଶେଷ ମହତ୍ତ୍ବ ମଧ୍ୟ ରହିଛି। ତେବେ ଆଜି ଆସନ୍ତୁ ଜାଣିବା ଏମିତି ଏକ ମନ୍ଦିର ବିଷୟରେ, ଯେଉଁଠାରେ ଭଗବାନଙ୍କ ମୂର୍ତ୍ତି ବିଷରେ ତିଆରି...

ଆଜ୍ଞା ହଁ, ତାମିଲନାଡୁର ଏକ ମନ୍ଦିରରେ ଭଗବାନଙ୍କ ମୂର୍ତ୍ତି ବିଷରେ ତିଆରି କରାଯାଇଛି।

ଆଜ୍ଞା ହଁ, ତାମିଲନାଡୁର ଏକ ମନ୍ଦିରରେ ଭଗବାନଙ୍କ ମୂର୍ତ୍ତି ବିଷରେ ତିଆରି କରାଯାଇଛି।

ସାଧାରଣତଃ ମୂର୍ତ୍ତି ମାଟି, ପଥର ଓ କାଠରେ ତିଆରି କରାଯାଏ। ହେଲେ ଏହି ମନ୍ଦିରର ମୂର୍ତ୍ତିରେ ସମ୍ପୂର୍ଣ୍ଣ ଭିନ୍ନ କାରୁକାର୍ଯ୍ୟ ଦେଖିବାକୁ ମିଳେ।

ତାମିଲନାଡୁର ଏହି ମନ୍ଦିରରେ ମୂର୍ତ୍ତି ଗୁଡ଼ିକ ୯ଟି ପ୍ରକାରର ବିଷରେ ତିଆରି ହୋଇଛି।

ସବୁଠୁ ମୁଖ୍ୟ କଥା ହେଲା ଯେ ଏହି ମନ୍ଦିରର ମୂର୍ତ୍ତିକୁ ୪ ହଜାର ବର୍ଷ ପୂର୍ବେ ଭୋଗନ ନାମ ଜଣେ ମହାନ ଋଷି ତିଆରି କରିଥିଲେ।

୯ ପ୍ରକାରର ବିଷରୁ ତିଆରି ହୋଇଥିଲେ ମଧ୍ୟ ଏହି ପ୍ରତିମାକୁ ଔଷଧ ସହିତ ତୁଳନା କରାଯାଏ।

ଯେଉଁ ବିଷରେ ଭଗବାନଙ୍କ ମୂର୍ତ୍ତି ତିଆରି କରାଯାଇଛି, ତାହାକୁ ନାଭାପସାନମ୍ କୁହାଯାଏ।

ନାଭାପାସାନମ୍ ଅର୍ଥ ନଅ ବିଷାକ୍ତ ପଦାର୍ଥ।

ସେହିପରି ଯେଉଁ ଜଳ ସହିତ ମୂର୍ତ୍ତି ସ୍ନାନ କରାଯାଏ, ତାହାକୁ ଲୋକମାନ ପ୍ରସାଦ ଭାବରେ ଗ୍ରହଣ କରନ୍ତି।

ଏହା ମଧ୍ୟ କୁହାଯାଏ ଯେ ସେହି ପାଣିରେ ସ୍ନାନ କରିବା ପରେ ଅନେକ ରୋଗ ଭଲ ହୋଇଯାଏ।

 ଏହି ମନ୍ଦିରର ନାମ ପାଲାନି ମୁରୁଗାନ୍।

ଏମିତି ଦେଶ, କେହି ବି ଖାଆନ୍ତିନି ମାଛ କି ମାଂସ... ଜାଣିବା ପାଇଁ ତଳ ଲିଙ୍କ ଉପରେ କ୍ଲିକ୍ କରନ୍ତୁ