Dangerous People: ଆମ ବିଶ୍ବରେ ଏମିତି ଅନେକ ଜନଜାତି ଅଛନ୍ତି, ଯେଉଁମାନଙ୍କ ପରମ୍ପରା, ଚାଳିଚଳନ ପରସ୍ପରଠୁ ସମ୍ପୂର୍ଣ୍ଣ ଭିନ୍ନ।

Dangerous People: ଆଜି ଆମେ ଆପଣଙ୍କୁ ଏମିତି ଏକ ଜନଜାତି ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ନିଜ ଶତ୍ରୁକୁ ମାରି ରକ୍ତ ପିଉଥିଲେ। କେତେ ବିପଦପୂର୍ଣ୍ଣ ଥିଲେ ଏହି ଜନଜାତି ଆସନ୍ତୁ ଜାଣିବା...

ନିକଟରେ ପ୍ରତ୍ନତତ୍ତ୍ବବିତ୍ମାନେ ୟୁକ୍ରେନରେ ଏକ ଆଶ୍ଚର୍ଯ୍ୟଜନକ ଆବିଷ୍କାର କରିଥିଲେ।

ଏହି ଆବିଷ୍କାରରେ ଅନେକ ଚମଡ଼ା ନମୁନା ଏଠାରେ ମିଳିଥିଲା, ଯାହା ମାନବ ଚର୍ମରୁ ନିର୍ମିତ।

ସେମାନଙ୍କର ବିଶ୍ଲେଷଣରୁ ଜଣାପଡ଼ିଛି ଯେ ସ୍କିଥିଆନ୍ ଯୋଦ୍ଧାମାନେ ମଣିଷ ଚର୍ମ ବ୍ୟବହାର କରୁଥିଲେ।

କୁହାଯାଏ ଯେ ୨୦୦୦ ବର୍ଷ ପୂର୍ବେ ସ୍କିଥିଆନ ଜନଜାତି ଏଠାରେ ବସବାସ କରୁଥିଲେ।

ସେମାନେ ଏତେ ନିଷ୍ଠୁର ଥିଲେ ଯେ ଶତ୍ରୁମାନଙ୍କୁ ପରାସ୍ତ କରିବା ପରେ ସେମାନଙ୍କ ଚର୍ମ ଶରୀରରୁ ବାହାର କରି ଭିନ୍ନ ଭିନ୍ନ କାମରେ ବ୍ୟବହାର କରୁଥିଲେ।

ଏହାସହ ହାରିଯାଇଥିବା ଶତ୍ରୁଙ୍କ ରକ୍ତ ପିଇକି ତାଙ୍କ ମୁଣ୍ଡ ନିଜ ରାଜାଙ୍କ ପାଖକୁ ନେଉଥିଲେ।

ଏହି ଜନଜାତିର ଲୋକମାନେ ଘୋଡ଼ା ସବାରୀରେ ପାରଙ୍ଗମ ଥିଲେ।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ ଏହି ଆବିଷ୍କାର ପ୍ରମାଣ କରେ ଯେ ସ୍କିଥିଆନ୍ କେତେ ବିପଦପୂର୍ଣ୍ଣ ଜନଜାତି ଥିଲେ।

ଏହି ଅଧ୍ୟୟନଟି PLOSର ଏକ ପତ୍ରିକାରେ ପ୍ରକାଶିତ ହୋଇଥିଲା।