Worlds most dangerous plant: ଆପଣ ଜାଣନ୍ତି କି ଦୁନିଆରେ ଏପରି ବିଷାକ୍ତ ଗଛ ଅଛି, ଯାହାର ସ୍ପର୍ଶ ମାତ୍ରେ ମଣିଷର ମୃତ୍ୟୁ ହେବା ସୁନିଶ୍ଚିତ।

ଏହି ଗଛ ଏତେ ବିଷାକ୍ତ ଯେ ଏହା ସାମ୍ନାରେ ଫିକା ପଡ଼ିଯିବ ସାପ ବିଷ।

ଜୀବଜନ୍ତୁ ପରି ଦୁନିଆରେ ଗଛଲତାର ମଧ୍ୟ ଅନେକ ପ୍ରଜାତି ରହିଛି।

ଏମାନଙ୍କ ମଧ୍ୟରୁ କିଛି ଗଛ ଆମ ପାଇଁ ରାମବାଣ ହୋଇଥିବାବେଳେ ଆଉ କିଛି ଗଛ ଆମର କେବଳ କ୍ଷତି କରାନ୍ତି।

ଆଜି ଆମେ ଆପଣଙ୍କୁ ଏମିତି କିଛି ଗଛ ବିଷୟରେ କହିବାକୁ ଯାଉଛୁ, ଯାହା ଦୁନିଆର ସବୁଠୁ ବିପଦପୂର୍ଣ୍ଣ ଗଛରେ ଗଣାଯାଏ।

ମାନସିନିଲ ଦୁନିଆର ସବୁଠାରୁ ବିଷାକ୍ତ ଗଛ ବୋଲି କୁହାଯାଏ।

ଯଦି ଜଣେ ବ୍ୟକ୍ତି ଏହି ଗଛର ଫଳ ଭୁଲରେ ଖାଇ ଦିଏ ତେବେ ତାଙ୍କ ମୃତ୍ୟୁ ନିଶ୍ଚିତ।

ଏହି ଗଛକୁ ସୁସାଇଡ ଗଛ ନାମରେ ନାମିତ କରାଯାଇଛି।

ଟ୍ୟାକ୍ସସ୍ ବାକାଟା ନାମକ ଗଛରେ ‘ଟ୍ୟାକ୍ସିନ୍’ ନାମକ ଏକ ବିଷ ମିଳିଥାଏ।

ମାରାତ୍ମକ ନାଇଟ୍ସେଡ୍ ନାମକ ଗଛରେ ଟ୍ରପାଇନ୍ ଏବଂ ସ୍କୋପୋଲାମାଇନ୍ ରହିଥାଏ।

ଏହା ଏମିତି ପ୍ରକାର ବିଷ ଯାହାର ସଂସ୍ପର୍ଶରେ ଆସିବା ପରେ ଶରୀରରେ ପକ୍ଷାଘାତ ରୋଗ ସୃଷ୍ଟି ହୋଇପାରେ।