ଏକ ସୁନ୍ଦର ପକ୍ଷୀ ହେଉଛି ମୟୂର । ଏହାକୁ ଭାରତର ଜାତୀୟ ପକ୍ଷୀ ଆଖ୍ୟା ବି ଦିଆଯାଇଛି । ପ୍ରଭୁ ଶ୍ରୀକୃଷ୍ଣଙ୍କ ଅତ୍ୟନ୍ତ ପସନ୍ଦ ମୟୂର ପକ୍ଷୀ ।

କେବଳ ସୁନ୍ଦରତା ନୁହେଁ । ଏହି ପକ୍ଷୀର ଅନେକ ଧାର୍ମିକ ମାନ୍ୟତା ମଧ୍ୟ ରହିଛି । ମୟୂରକୁ ସ୍ବପ୍ନରେ ଦେଖିଲେ ଅନେକ ଶୁଭ ସଙ୍କେତ ମିଳିଥାଏ ବୋଲି ମାନ୍ୟତା ରହିଛି ।

ଅନେକ ସ୍ବପ୍ନ ବିଶେଷଜ୍ଞଙ୍କ ଅନୁଯାୟୀ ଆମେ ଦେଖୁଥିବା ସ୍ୱପ୍ନର ବିଶ୍ୱେଷତ୍ତ୍ୱ ରହିଛି । କ୍ରମାଗତ ମୟୂର ସ୍ବପ୍ନ ଦେଖୁଥିଲେ ଏହା ଶୁଭ ସଙ୍କେତ ହୋଇପାରେ ।

ପ୍ରଭୁ କାର୍ତ୍ତୀକଙ୍କ ବାହନ ହେଉଛି ମୟୂର । କାର୍ତ୍ତିକେୟ ଜଣେ କ୍ଷତ୍ରୀୟ ଯୋଦ୍ଧା ଭାବରେ ମାନ୍ୟତା ରହିଛି । ମୟୂର ସୌନ୍ଦର୍ଯ୍ୟ ବା  ଶୁକ୍ର  ଏବଂ ମାୟା  ଲକ୍ଷ୍ମୀ ସହିତ ଜଡ଼ିତ ।

ତେବେ କୌଣସି ପରିସ୍ଥିତିରେ ଯଦି ଆପଣ ସ୍ୱପ୍ନରେ ମୟୂର ଦେଖୁଛନ୍ତି ତେବେ ଚିନ୍ତିତ ହୁଅନ୍ତୁ ନାହିଁ ।

କାରଣ ଏହା ସଙ୍କେତ ଦେଉଛି ଯେ ଆପଣଙ୍କ ଜୀବନରେ କିଛି ଶୁଭ ସଂଗଠିତ ହେବାକୁ ଯାଉଛି ।

 ଏହା ଆପଣଙ୍କୁ ସୂଚାଇ ଦେଉଛି ଯେ ଆପଣଙ୍କ  ଉପରେ ବିଷ୍ଣୁଙ୍କ ଆଶୀର୍ବାଦ ରହିଛି ।

ଆପଣଙ୍କ ଜୀବନରେ ସନ୍ତୁଳନ ଆସିବାକୁ ଯାଉଛି । ଏହା କୌଣସି ଆର୍ଥିକ ଲାଭର ସୂଚନା ଦେଇଥାଏ । 

କେବଳ ଆର୍ଥିକ ସମସ୍ୟା ନୁହେଁ, ଏହା ଜୀବରେ ନଥିବା ସମସ୍ୟାରୁ ମୁକ୍ତିର ବାଟ ଦେଖାଇଥାାଏ ।

ତେଣୁ ଯଦି ମୟୂର ସ୍ବପ୍ନରେ ଦେଖୁଛନ୍ତି ତେବେ ଚିନ୍ତିତ ହୁଅନ୍ତୁ ନାହିଁ ବରଂ ନିଶ୍ଚିନ୍ତ ରୁହନ୍ତୁ ଯେ, ଜୀବନରେ କିଛି ଶୁଭ ହେବ ।