ଅଧିକାଂଶ ପୁରୁଷ ଇଚ୍ଛା କରିଥାଆନ୍ତି ଯେ, ତାଙ୍କ ଜୀବନ ସାଥି ଭାଗ୍ୟଶାଳୀ ହୋଇଥାଆନ୍ତୁ।

ମାତ୍ର ଶରୀରରେ ଥିବା କେତେକ ସଙ୍କେତ ଦେଖି ତାଙ୍କର ବ୍ୟବହାର ବିଷୟରେ ଜଣିପାରିବା।

ଜାଣନ୍ତୁ, କେଉଁ ଶାରିରୀକ ଲକ୍ଷଣ ଦେଖି କନ୍ୟା ମାନଙ୍କର ଆଚାରବ୍ୟବହାର ଓ ଭାଗ୍ୟ ବିଷୟରେ ଜଣାପଡ଼ିଥାଏ।

ଯେଉଁ ମାନଙ୍କର ଆଖି ବଡ଼– ଏପରି କୁହାଯାଏ ଯେ, ଯେଉଁମାନଙ୍କର ଆଖି ବଡ଼ ଓ ଆଖିର ଭିତର ଅଂଶ ଅଧିକ ଧଳା ହୋଇଥାଏ, ସେହି ମହିଳା ଚଞ୍ଚଳ ସ୍ୱଭାବର ଅଟନ୍ତି।

ଏହି ପ୍ରକାରର ମହିଳାମାନେ ନିଜ ଆଖପାଖରେ ସର୍ବଦା ହସଖୁସିରେ ଭରି ଦେଇଥାଆନ୍ତି।

ଯେଉଁ ମହିଳାମାନଙ୍କର ଜିଭ ଲାଲ ରଙ୍ଗର ହୋଇଥାଏ, ସେମାନେ କୋମଳ ସ୍ୱଭାବର ଓ ତାଙ୍କ ଜୀବନ ସୁଖମୟ ହୋଇଥାଏ।

ଏମାନଙ୍କ ଭଲ ଲକ୍ଷଣ କାରଣରୁ ପରିବାର ସଦସ୍ୟଙ୍କ ଭାଗ୍ୟ ଉପରେ ମଧ୍ୟ ଉତ୍ତମ ପ୍ରଭାବ ପଡ଼ିଥାଏ।

ଏପରି କେତେକ ମହିଳା ଅଛନ୍ତି, ଯେଉଁମାନଙ୍କ ନାକରେ କଳାଜାଇ ଥାଏ।

ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାଆନ୍ତି। ଏହି ଦାଗ ଥିଲେ ମହିଳାଙ୍କ ଜୀବନରେ ସୁଖଶାନ୍ତି ରହିବା ସହ ଧନସମ୍ପତ୍ତି ମଧ୍ୟ ପ୍ରାପ୍ତି ହୋଇଥାଏ।

ଏହାସହ ଏମାନଙ୍କ ବିଚାରଧାରା ମଧ୍ୟ ଉତ୍ତମ।

କୁହାଯାଏ ଯେ, ଯେଉଁ ମହିଳାମାନଙ୍କର ପାଦର ଆଙ୍ଗୁଠି ଅଳ୍ପ ଉଚ୍ଚକୁ ଉଠି ରହିବା ସହ ସାମାନ୍ୟ ବୃତ୍ତାକାର ହୋଇଥାଏ ସେମାନେ ମଧ୍ୟ ଭାଗ୍ୟଶାଳୀ। ପତିବ୍ରତା ମହିଳା ଏମାନେ।

ଯେଉଁ ମହିଳାମାନଙ୍କର ଗୋଇଠି ଗୋଲାକାର ହୋଇଥାଏ, ସେମାନଙ୍କ ଜୀବନରେ ସର୍ବଦା ହସଖୁସି ରହିଥାଏ।

ଏହା ଛଡ଼ା ସମସ୍ୟା ଆସିଲେ ମଧ୍ୟ ସହଜରେ ସମାଧାନ କରିପାରନ୍ତି ଏହି ମହିଳାମାନେ।

ସ୍ବାମୀଙ୍କ ଉପରେ ହୁକୁମ ଚଳାନ୍ତି ଏହି ରାଶିର ଝିଅ