ମଟନ୍‌ରେ ଅଧିକ ପରିମାଣର ପୋଷକତତ୍ତ୍ବ ରହିଥାଏ ଯାହାକି ଶରୀର ପାଇଁ ବେଶ ଲାଭଦାୟକ।

ରେଡ୍‌ ମିଟ୍‌ ବା ମଟନ୍‌ରେ ପ୍ରୋଟିନ୍‌, ଭିଟାମିନ୍‌ ଏବଂ ଆଇରନ୍‌ ଭରପୂର ଥାଏ।

କିନ୍ତୁ ମଟନ୍‌ ଖାଇବା ଦ୍ବାରା ଅନେକ ଗୁଡିଏ ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଯାଏ।

ଆପଣ ଜାଣିଛନ୍ତି କି, ମଟନ୍‌ ଖାଇବା ଦ୍ବାରା ସାଂଘାତିକ ରୋଗ ହୋଇଥାଏ।

ମଟନ୍‌ ଖାଇବା ଦ୍ବାରା ହୃଦରୋଗ ଓ ଅନ୍ତନଳୀ କ୍ୟାନସର୍‌ ହୋଇଥାଏ।

ଧିରେ ଧିରେ ଏହା ଶରୀରକୁ ଖୋଳ କରି ଦେଇଥାଏ।

ଅଧିକ ରେଡ୍ ମିଟ୍‌ ଖାଇଲେ କୋଲୋରେକ୍ଟଲ କ୍ୟାନସର ହୋଇଥାଏ।

ଏହା ସହିତ ଟାଇପ୍‌-୨ ଡାଇବେଟିସ୍ ମଧ୍ୟ ହେବାର ଆଶଙ୍କା ରହିଛି।

ପ୍ରୋସେସଡ୍‌ ମିଟ୍‌ ଖାଇଲେ ଡାଇବେଟିସ୍ ହେବାର ସମ୍ଭାବନା ୫୦ ପ୍ରତିଶତ ଅଧିକ।

ମଟନ୍‌ରେ ହାନିକାରକ ବ୍ୟାକ୍ଟେରିଆ ଥାଆନ୍ତି ଯାହାକି ଶରୀର ପାଇଁ ଅତ୍ୟନ୍ତ ଖରାପ।