କେମିତି ସୃଷ୍ଟି ହେଲା ଆମ ବ୍ରହ୍ମାଣ୍ଡ? ଜାଣନ୍ତୁ ରହସ୍ୟ

ଥରେ ଭଗବାନ ଶିବଙ୍କ ମନରେ ସୃଷ୍ଟି ରଚନା କରିବାର ଇଚ୍ଛା ଜାଗ୍ରତ ହୋଇଥିଲା। ଭଗବାନ ଶଙ୍କର ଏକରୁ ଅନେକ ସୃଷ୍ଟି କରିବା ପାଇଁ ମନରେ ଚିନ୍ତା କରିଥିଲେ।

ଏପରି ଚିନ୍ତା କରି ଭଗବାନ ଶଙ୍କର ନିଜର ବାମ ଜଙ୍ଘରେ ଅମୃତ ଘସି ଥିଲେ। ଏହାପରେ ଏକ ଦିବ୍ୟ ପୁରୁଷ ପ୍ରକଟ ହୋଇଥିଲେ, ଯାହାଙ୍କର ସୌନ୍ଦର୍ଯ୍ୟ ଅତୁଳନୀୟ ଥିଲା।

ତାଙ୍କର ଏହି କଥା ଶୁଣିବା ପରେ ଭଗବାନ ଶଙ୍କର ହସି କହିଥିଲେ ତୁମର ନାଁ ବିଷ୍ଣୁ ହେବ। ତୁମର କାମ ହେଉଛି ସୃଷ୍ଟର ପାଳନ କରିବା। ଶଙ୍କରଙ୍କ ଆଦେଶ ପାଇବା ପରେ ଭଗବାନ ବିଷ୍ଣୁ କଠୋର ତପସ୍ୟା କରିବାକୁ ଲାଗିଲେ।

ଯାହାପରେ ବିଷ୍ଣୁଙ୍କ ନାଁ ନାରାୟଣ ହୋଇଥିଲା। ଶୟନ ଅବସ୍ଥାରେ ଭଗବାନ ବିଷ୍ଣୁଙ୍କ ନାଭିରୁ ଏକ ପଦ୍ମ ଫୁଲ ସୃଷ୍ଟି ହୋଇଥିଲା ଏବଂ ଭଗବାନ ସେହି ଫୁଲ ଉପରେ ବ୍ରହ୍ମାଙ୍କୁ ବିରାଜମାନ କରାଇଥିଲେ।

ଏହାପରେ ଭଗବାନ ବ୍ରହ୍ମା ବିଷ୍ଣୁଙ୍କ ଆଦେଶ ପାଇ ମେଦିନୀ, ପର୍ବତ, ସମୁଦ୍ର, ଦ୍ୱୀପ, ପାତାଳ, ସ୍ୱର୍ଗ ଆଦି ନିର୍ମାଣ କରିଥିଲେ।

ଭଗବାନଙ୍କ ଆଜ୍ଞା ପାଇବା ପରେ ଭଗବାନ ବ୍ରହ୍ମା କଠୋର ତପସ୍ୟା କରି ମଧୁ, କୈଟଭଙ୍କ ବିନାଶ କରି ମେଦିନୀ ସୃଷ୍ଟି କରିଥିଲେ।

ଏଥିସହ ଭଗବାଦନ ବ୍ରହ୍ମା ୮ଟି ପ୍ରଧାନ ପର୍ବତ, ଅସଂଖ୍ୟ ଛୋଟ ଛୋଠଟ ପର୍ବତ, ବୃକ୍ଷ, ସାତ ସମୁଦ୍ର, ଅନେକ ନଦୀ, ଗାଁ ସହର ମଧ୍ୟ ନିର୍ମାଣ କରିଥିଲେ।

ଏହାପରେ ମହାବିଷ୍ଣୁଙ୍କ ଆଜ୍ଞା ପାଇ ସାବିତ୍ରୀ ଚାରଟି ମନୋହର ବେଦ ପ୍ରକଟ କରିଥିଲେ। ଏଥିସହ ନ୍ୟାୟ ଏବଂ ବ୍ୟାକରଣ ଆଦି ନାନା ପ୍ରକାର ଶାସ୍ତ୍ର ସମୂହ ଏବଂ ନାନା ପ୍ରକାର ତାଳ ଯୁକ୍ତ ୬ଟି ସୁନ୍ଦର ରାଗ ପ୍ରକଟ କରିଥିଲେ।

ବ୍ରହ୍ମା, ପଦ୍ମା, ବାରହ ଏହା ତିନୋଟି କଳ୍ପ ଏବଂ ନିତ୍ୟ, ନୈମିତିକ, ଦ୍ୱିପରାର୍ଧ ଏବଂ ପ୍ରାକୃତ ଏହା ଚାରି ପ୍ରକାର ପ୍ରଳୟ। ଏହି କଳ୍ପ ଏବଂ ପ୍ରଳୟ ତଥା କାଳ, ମୃତ୍ୟୁକନ୍ୟା ଏବଂ ସମସ୍ତ ବ୍ୟାଧିଗଣଙ୍କୁ ଉତ୍ପନ୍ନ କରି ସାବିତ୍ରୀ ସମସ୍ତଙ୍କୁ ନିଜର ସ୍ତନ୍ୟ ପାନ କରାଇଥିଲେ।

ଏହି ସମୟରେ ବ୍ରହ୍ମାଙ୍କ ପୃଷ୍ଠ ଦେଶରୁ ଅଧର୍ମ ସୃଷ୍ଟି ହୋଇଥିଲା। ଅଧର୍ମର ବାମ ପାର୍ଶ୍ୱରୁ ଅଲକ୍ଷ୍ମୀ ସୃଷ୍ଟି ହୋଇଥିଲେ। ତତ୍‌ପଶ୍ଚ୍ୟାତ୍‌ ବିଧାତାଙ୍କ ମନରୁ ଚାରି କୁମାର ଆର୍ବିଭୁତ ହୋଇଥିଲେ ଏବଂ ୫ବର୍ଷ ବୟସରେ ବ୍ରହ୍ମାଙ୍କ ତେଜରେ ପ୍ରଜ୍ୱଳିତ ହେଉଥିଲେ।

ଏମାନଙ୍କ ମଧ୍ୟରୁ ପ୍ରଥମ ଜଣଙ୍କ ନାମ ସନକ, ଦ୍ୱିତୀୟଙ୍କ ନାମ ସନନ୍ଦନ, ତୃତୀୟଙ୍କ ନାମ ସନାତନ ଏବଂ ଚତୁର୍ଥ ଜଣକ ଜ୍ୟାନୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ଭଗବାନ ସନତ୍କୁମାର ଥିଲେ।

ଏହାପରେ ବ୍ରହ୍ମାଙ୍କ ମୁଖରୁ ସୁବର୍ଣ୍ଣ ସମାନ କାନ୍ତିମାନ କୁମାର ଉତ୍ପନ୍ନ ହୋଇଥିଲେ, ଯି, ଦିବ୍ୟ ରୂପ ଧାରୀ ଥିଲେ।

ଦିବ୍ୟ ପୁରୁଷ ଶ୍ରୀମାନ ଏବଂ ଖୁବ୍‌ ସୁନ୍ଦର ଥିଲେ। ତାଙ୍କଠାରୁ ହିଁ କ୍ଷତ୍ରୀୟ ବଂଶ ସୃଷ୍ଟି ହୋଇଥିଲା। ଦିବ୍ୟପୁରୁଷଙ୍କ ନାଁ ଥିଲା ସ୍ୱୟମ୍ଭୁ ମନୁ ଏବଂ ତାଙ୍କ ପତ୍ନୀଙ୍କ ନାଁ ସତରୂପା।

ସ୍ୱୟମ୍ଭୁ ମନୁଙ୍କ ପତ୍ନୀ ସତରୂପା ରୂପବତୀ ଥିବା ସହ ଲକ୍ଷ୍ମୀଙ୍କ କଳାସ୍ୱରୂପ ଥିଲେ। ଏହିପରି ମନୁ ଏବଂ ସତରୂପାଙ୍କ ଠାରୁ ହିଁ କ୍ରମଶଃ ବ୍ରହ୍ମାଣ୍ଡ ଆରମ୍ଭ ହୋଇଥିଲା।

ଚିନି ବଦଳରେ ଖାଆନ୍ତୁ ଗୁଡ଼... ଅଧିକ ପଢ଼ିବା ପାଇଁ ଲିଙ୍କ ଉପରେ କ୍ଲିକ୍ କରନ୍ତୁ...