ଥଣ୍ଡା ପାନୀୟ ବା କୋଲ୍ଡ ଡ୍ରିଙ୍କସ୍‌ ପିଇବାକୁ କାହାକୁ ବା ଭଲ ନଲାଗେ।

ପିଲାଠୁ ବୟସ୍କ ସମସ୍ତେ କୋଲ୍ଡ ଡ୍ରିଙ୍କସ୍‌ ପିଇବାକୁ ଖୁବ୍‌ ପସନ୍ଦ କରନ୍ତି।

ବିଶେଷ କରି ଖରାଦିନରେ ତ କିଛି ଲୋକ ଦିନକୁ ୪/୫ ଥର ଥଣ୍ଡା ପାନୀୟ ପିଇଥାନ୍ତି।

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କୋଲ୍ଡ ଡ୍ରିଙ୍କସ୍‌ ଶରୀର ପାଇଁ ଭୟଙ୍କର ସାବ୍ୟସ୍ତ ହୋଇପାରେ।

କୋଲ୍ଡ ଡ୍ରିଙ୍କସ୍‌ ପିଇବା ଦ୍ବାରା ଏକାଧିକ ରୋଗ ମାଡି ବସିଥାଏ।

ଏଥିରେ ଥିବା ସୁଗାର୍‌ ଶରୀରର ମୋଟାପଣ ଏବଂ ଡାଇବେଟିସ୍‌ର ପ୍ରମୁଖ କାରଣ ହୋଇଥାଏ।

Cold Drinksରେ ଏସିଡ୍‌ ଅଧିକ ଥିବାରୁ ତାହା ଦାନ୍ତକୁ ଖରାପ କରିଥାଏ।

ଥଣ୍ଡା ପାନୀୟରେ ଫସ୍ଫୋରିକ୍‌ ଏସିଡ୍‌ ଥିବାରୁ ତାହା ଆମର ହାଡକୁ କମଜୋର୍ କରିଦେଇଥାଏ।

ସେହିଭଳି ଶରୀରରେ ଜିଙ୍କ୍‌, ପୋଟାସିୟମ୍‌, ପ୍ରୋଟିନ୍‌କୁ କମାଇ ଦେଇଥାଏ କୋଲ୍ଡ ଡ୍ରିଙ୍କସ୍‌।

କେବଳ ସେତିକି ନୁହେଁ ଭିଟାମିନ୍‌-C ଭିଟାମିନ୍‌-K ଭିଟାମିନ୍‌-B12 ମାତ୍ରା ବି କମାଇଥାଏ କୋଲ୍ଡ ଡ୍ରିଙ୍କସ୍।