ଗ୍ୟାସ୍‌ ସମସ୍ୟା ଏବେ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି।

କେବଳ ବୟସ୍କ ନୁହେଁ ଯୁବ ପିଢି ବି ଗ୍ୟାସ୍‌ ସମସ୍ୟାରେ ପୀଡିତ।

ଏଥିପାଇଁ ଭୁଲ୍‌ ଖାଦ୍ୟପେୟ ହିଁ ସବୁଠାରୁ ବଡ କାରଣ ବୋଲି ଡାକ୍ତର କହୁଛନ୍ତି।

ଫୁଡ୍‌ ପଏଜନିଙ୍ଗ ଏବଂ ଡାଇବେଟିସ୍‌ ରୋଗୀ ଅଧିକ ମାତ୍ରାରେ ଗ୍ୟାସ୍‌ ସମସ୍ୟା ଭୋଗିଥାନ୍ତି।

ବିନ୍ସ, ମୁଗ, ବିରି ତଥା ଅନ୍ୟ କିଛି ଦ୍ରବ୍ୟ ଖାଇଲେ ଗ୍ୟାସଷ୍ଟ୍ରିକ୍‌ ସମ୍ଭାବନା ଥାଏ।

ରସୁଣ ଶରୀର ପାଇଁ ଭଲ କିନ୍ତୁ ଅଧିକ ମାତ୍ରାରେ ଖାଇଲେ ଗ୍ୟାସ୍‌ ହେବା ଥୟ।

ତେବେ ଆମେ ଏଭଳି କିଛି ଟିପ୍ସ କହିବୁ ଯାହା ଗ୍ୟାସ୍‌ ସମସ୍ୟାକୁ ଭଲ କରିପାରିବ।

ହର୍ବାଲ୍‌ ଚା ପିଇଲେ ଏବଂ ପାନ ମଧୁରୀ ଖାଇଲେ ଗ୍ୟାସ୍‌ ସମସ୍ୟା ଭଲ ହୋଇଥାଏ।

ପୁଦିନା ତେଲ ଏବଂ ଲବଙ୍ଗ ମଧ୍ୟ ଏହି ସମସ୍ୟାକୁ ପୂରାପୂରି ଭାବେ ଭଲ କରିଦେଇଥାଏ।

ଆପଲ୍‌ ସାଇଡର୍‌ ଭିନେଗାର ମଧ୍ୟ ଗ୍ୟାସ୍‌ ସମସ୍ୟାରୁ ମୁକ୍ତି ଦେଇଥାଏ ।