ମହାରାଣା ପ୍ରତାପ -ମେୱାରର ଶାସନକର୍ତ୍ତା ଥିଲେ। ସେ ସିସୋଦିଆ ବଂଶର ରାଜପୁତ ବଂଶଧର ଥିଲେ। ମହାରାଣା ପ୍ରତାପ ସିଂହ ହେଉଛନ୍ତି ଜଣେ ନିର୍ଭୟ ଯୋଦ୍ଧା ଏବଂ ବିଚକ୍ଷଣ ବୁଦ୍ଧିରେ ଚତୁର। ସେ ସଫଳତାର ସହିତ ମହାନ୍ ଶକ୍ତିଶାଳୀ ସେନା ମୋଗଲ ସହ ଯୁଦ୍ଧକରି ମୃତ୍ୟୁ ବରଣ କରିବା ପର୍ଯ୍ୟନ୍ତ ନିଜ ପ୍ରଜାମାନଙ୍କୁ ରକ୍ଷା କରିଥିଲେ।
ସମ୍ରାଟ ଅଶୋକ ମୌର୍ଯ୍ୟ- ପ୍ରାଚୀନ ଭାରତର ମୌର୍ଯ୍ୟ ବଂଶୀୟ ସମ୍ରାଟ ଥିଲେ ଅଶୋକ ମୌର୍ଯ୍ୟ। ଯିଏ 268 BCEରୁ 232 BCE ମଧ୍ୟରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ। ସେ ବିଧ୍ୱଂସୀ କଳିଙ୍ଗ ଯୁଦ୍ଧର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକରେ ପରିବର୍ତ୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ।