ହିନ୍ଦୁ ଧର୍ମରେ ରୁଦ୍ରାକ୍ଷର ବିଶେଷ ମହତ୍ବ ରହିଛି। ଏହାର ଉତ୍ପତ୍ତି ଭଗବାନ ଶିବଙ୍କ ଲୁହରୁ ହୋଇଛି ବୋଲି ବିଶ୍ବାସ ରହିଛି।

ରୁଦ୍ରାକ୍ଷ ଧାରଣ କରିବା ଦ୍ବାରା କଷ୍ଟର ନାଶ ହୋଇଥାଏ। ଶାସ୍ତ୍ରରେ ରୁଦ୍ରାକ୍ଷ ପିନ୍ଧିବାର ବିଶେଷ ନିୟମ ମଧ୍ୟ ରହିଛି।

ରୁଦ୍ରାକ୍ଷ ଧାରଣ କରିବା ସମୟରେ ଅସାବଧାନତା ମହଙ୍ଗା ପଡ଼ିପାରେ। ରୁଦ୍ରାକ୍ଷ ପିନ୍ଧିବାର ଏହି ଭୁଲ ଦେବଙ୍କ ଦେବ ମହାଦେବଙ୍କୁ କ୍ରୋଧିତ କରିପାରେ।

ସୋମବାର ଭଗବାନ ଶିବଙ୍କୁ ସମର୍ପିତ। ଏମିତିରେ ରୁଦ୍ରାକ୍ଷ ଧାରଣ କରିବା ପାଇଁ ସୋମବାର ଉତ୍ତମ ଦିନ।

ଯଦି ରୁଦ୍ରାକ୍ଷର ମାଳ ଧାରଣ କରିବାକୁ ଭାବୁଛନ୍ତି, ତେବେ ସେହି ମାଳରେ ୨୭ଟି ଗଣ୍ଠି ରହିବା ଜରୁରୀ।

ଶାସ୍ତ୍ରରେ କୁହାଯାଇଛି ଯେ ରୁଦ୍ରାକ୍ଷ ସିଧା କିଣିକି ପିନ୍ଧିବା ଉଚିତ୍ ନୁହେଁ। ଏହାକୁ ବଜାରରୁ କିଣିବା ପରେ ମାଳକୁ ନାଲି ରଙ୍ଗର ଏକ କପଡ଼ାରେ ବାନ୍ଧିବା ଦ୍ବାରା ଆପଣଙ୍କ ଦୁଃଖ ଦୂରେଇ ଯାଏ।

ରୁଦ୍ରାକ୍ଷ ପିନ୍ଧିବା ପୂର୍ବରୁ ଶିବ ମନ୍ଦିରରେ ପୂଜା କରନ୍ତୁ। ଏହାପରେ ଓମ୍ ନମଃ: ଶିବାୟ ମନ୍ତ୍ର ଜପ କରନ୍ତୁ।

Fill in some text

ହାତରେ ଅଳ୍ପ ଗଙ୍ଗାଜଳ ନେଇ ରୁଦ୍ରାକ୍ଷ ମାଳକୁ ପ୍ରଥମେ ଧୋଇ ଦିଅନ୍ତୁ।

ହାତରେ ଗଙ୍ଗାଜଳ ନେଇ ସଂକଳ୍ପ କରନ୍ତୁ ଏବଂ ଏହାପରେ ରୁଦ୍ରାକ୍ଷ ମାଳ ଧାରଣ କରନ୍ତୁ।

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ପ୍ରଥମେ ବ୍ୟକ୍ତିଙ୍କୁ ସ୍ନାନ କରିବାର ଆବଶ୍ୟକ ରହିଛି।

ଏହି ନିୟମ ସହିତ ମାଳ ଧାରଣ କରିବା ଦ୍ବାରା ମହାଦେବ ପ୍ରସନ୍ନ ହେବେ।

କେବେ ଓ କେଉଁଠୁ ହେଲା ମାନବଙ୍କ ଉତ୍ପତ୍ତି?