ଗୋରା ଓ ସୁନ୍ଦର ଦେଖାଯିବା ପାଇଁ ଆଜିକାଲି କିଏ ବା ନଚାହେଁ?

ଝିଅ ହେଉ କି ପୁଅ ସମସ୍ତେ ଗୋରା ଓ ସୁନ୍ଦର ଦେଖାଯିବାକୁ ପସନ୍ଦ କରିଥାନ୍ତି।

ଏଥିପାଇଁ ଅନେକ ଗୁଡିଏ ଉପାୟ ବି ଅବଲମ୍ବନ କରନ୍ତି।

କିନ୍ତୁ ଏଭଳି କିଛି ଘରୋଇ ଉପାୟ ରହିଛି ଯାହାକୁ ବ୍ୟବହାର କରି ଜଣେ ଗୋରା ହୋଇପାରିବ।

ହଳଦୀ ଓ କ୍ଷୀରକୁ ଗୋଳାଇ ମୁହଁରେ ଲଗାଇ କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ।

ସପ୍ତାହକୁ ଦୁଇରୁ ୩ ଥର ଏମିତି କଲେ ଧିରେଧିରେ ଚେହେରାର ରଙ୍ଗ ଗୋରା ଦେଖାଯିବ।

ଆଳୁର ଦୁଇ ଖଣ୍ଡ ନେଇ ଚେହେରାରେ ୧୫ ମିନିଟ୍‌ ମାଲିସ୍‌ କଲେ ଚର୍ମ ଗୋରା ଦେଖାଯିବ।

ଲେମ୍ବୁ ଓ ଟମାଟରକୁ ମିଶାଇ ମୁହଁରେ ଲଗାଇ କିଛି ସମୟ ପରେ ଧୋଇଦିଅନ୍ତୁ, ଚମତ୍କାର ଦେଖିବେ।

ଗୋରା ଦେଖାଯିବା ପାଇଁ କ୍ଷୀର ହେଉଛି ରାମବାଣ, କ୍ଷୀରରେ ତୁଳା ବୁଡାଇ ଚେହେରାରେ ଲଗାଇଲେ ଭଲ ଫଳ ମିଳେ।

ଅଣ୍ଡାରେ ମହୁ ମିଶାଇ ମୁହଁରେ ଲଗାନ୍ତୁ, ଧିରେ ଧିରେ ମସାଜ୍ କରି ଧୋଇଦିଅନ୍ତୁ କିଛିଦିନ ପରେ ଚମତ୍କାର ଦେଖିବେ।