ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବୁ ଯେଉଁଠି କେବେ ବି ବର୍ଷା ହୁଏ ନାହିଁ। ଆଜ୍ଞା ହଁ, କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ।

ଏହି ଗାଁରେ କେବେବି ବର୍ଷା ହୁଏ ନାହିଁ ଆଉ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା ଏଠାରେ ବସବାସ କରୁଥିବା ମଣିଷ ଏବଂ ପଶୁ ସମସ୍ତେ ଜୀବିତ ଅଛନ୍ତି।

ବିନା ବର୍ଷାରେ ଏଠାରେ ଖୁବ ଆନନ୍ଦରେ ଜୀବନଯାପନ କରୁଛନ୍ତି ଏହି ଲୋକେ। ତେବେ ଆସନ୍ତୁ ଜାଣିବା ପୃଥିବୀର ଏହି ଅଜବ ଗାଁ ବିଷୟରେ...

ୟେମନ (Yemen) ଦେଶରେ ରହିଛି ଏହି ଅଜବ ଗାଁ। ଆଉ ଏହି ଗାଁର ନାଁ ହେଉଛି ଅଲ-ହୁତାଇବ (Al Hutaib)।

ଏହି ଗାଁରେ କେବେ ବି ଗୋଟିଏ ବୁନ୍ଦା ବର୍ଷା ହୁଏ ନାହିଁ। ଏହା ପୃଥିବୀର ଏକମାତ୍ର ଗାଁ ଯେଉଁଠି ବର୍ଷ ବର୍ଷ ଧରି ବର୍ଷା ହୁଏ ନାହିଁ।

ୟେମନର ଏହି ଗାଁ ପର୍ବତ ଶିଖରରେ ଅବସ୍ଥିତ। ଯାହା ଦେଖିବାକୁ ଖୁବ୍ ସୁନ୍ଦର। ଆଉ ଏଠାରେ ନିର୍ମାଣ ହୋଇଥିବା ଘର ଗୁଡିକ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଆଉ ଆକର୍ଷଣୀୟ।

ତେବେ ପର୍ଯ୍ୟଟନ ଦୃଷ୍ଟିରୁ ଏହି ଗାଁ ବହୁତ ଭଲ। ଭିନ୍ନ ଭିନ୍ନ ଦେଶରୁ ପର୍ଯ୍ୟଟକମାନେ ଏହି ଗାଁକୁ ଛୁଟି କାଟିବାକୁ ଆସନ୍ତି। ଏଠାରେ ଥିବା ପ୍ରାକୃତିକ ଦୃଶ୍ୟ ଅତି ଚମତ୍କାର।

ସବୁଠାରୁ ଆଶ୍ୟର୍ଯ୍ୟକର କଥା ହେଲା ଏହି ଗାଁ ପୃଥିବୀ ପୃଷ୍ଠରୁ ୩,୨୦୦ ମିଟର ଉଚ୍ଚରେ ଅବସ୍ଥିତ। ଏଠାର ଜଳବାୟୁ ମଧ୍ୟ ଅଧିକ ଗରମ।

ଶୀତଦିନେ, ଏହାର ଜଳବାୟୁ ବହୁତ ଥଣ୍ଡା ରୁହେ। ମାତ୍ର ସୂର୍ଯ୍ୟ ଉଦୟ ହେବା ମାତ୍ରେ ହଠାତ୍ ତାପମାତ୍ରା ବଢ଼ିଯାଏ। ତେବେ ଏହି ଗାଁରେ ଅଲ-ବୋହରା ଏବଂ ଅଲ-ସମ୍ପ୍ରଦାୟର ଲୋକମାନେ ବସବାସ କରିଥାନ୍ତି।

ଯାହାଙ୍କ ପରମ୍ପରା ଆଉ ଚାଲିଚଳଣୀ ବହୁତ ନିଆରା। ଏହି ଲୋକମାନଙ୍କୁ ୟେମନ ସମ୍ପ୍ରଦାୟର ଲୋକ ମଧ୍ୟ କୁହାଯାଏ। ତେବେ ଆପଣ ଭାବୁଥିବେ ଏହି ଗାଁରେ ବର୍ଷା କାହିଁକି ହୁଏନାହିଁ।

ଏହାର କାରଣ ହେଉଛି ଏହା ପୃଥିବୀର ୩,୨୦୦ ମିଟର ଉଚ୍ଚରେ ଅବସ୍ଥିତ। ଏହା ବାଦଲ ଉପରେ ଅବସ୍ଥିତ। ଏତେ ଉଚ୍ଚରେ ରହିଥିବାରୁ ଏହି ଗାଁରେ କେବେ ବର୍ଷା ହୁଏନାହିଁ।

ସବୁବେଳେ ବର୍ଷା ଏହି ଗାଁର ତଳ ଭାଗରେ ହୁଏ। ଯେଉଁଥି ପାଇଁ ଏହି ଗାଁରେ କେବେ ବର୍ଷା ହୁଏ ନାହିଁ।

ଇସ୍ରାଏଲର ଧର୍ମ କଣ? କେଉଁ ଭଗବାନଙ୍କୁ ପୂଜା କରନ୍ତି ଦେଶବାସୀ