ଆଜିକା ଦିନରେ ସ୍ମାର୍ଟଫୋନ୍‌ ନିଶା ଗ୍ରହଣ ଭଳି ସମସ୍ତଙ୍କୁ ଗ୍ରାସ କରିଛି।

ରିଲ୍ସ ଜମାନାରେ ପିଲାଠୁ ବୟସ୍କ ସମସ୍ତେ ସ୍ମାର୍ଟଫୋନ୍‌ରେ ଅହରହ ଲାଗି ରହୁଛନ୍ତି।

କି ରାତି କି ଦିନ ଘଣ୍ଟା ଘଣ୍ଟା ଧରି ସ୍ମାର୍ଟଫୋନ୍‌ ବ୍ୟବହାର କରନ୍ତି ସମସ୍ତେ।

କିନ୍ତୁ ଘଣ୍ଟା ଘଣ୍ଟା ଧରି ଫୋନ୍‌ ବ୍ୟବହାର କରିବା ଦ୍ବାରା ଆଖି ଉପରେ ଗୁରୁତର ପ୍ରଭାବ ପଡିଥାଏ।

ଲଗାତାର ଭାବେ ମୋବାଇଲ ଦେଖିବା ଦ୍ବାରା ଆଖିର ପାଣି ଶୁଖିବାକୁ ଆରମ୍ଭ କରିଥାଏ।

ରାତିରେ ଅତ୍ୟଧିକ ମୋବାଇଲ ବ୍ୟବହାର ଦ୍ବାରା ଶୀଘ୍ର ଚଷମା ବ୍ୟବହାର କରିବା ଭଳି ପରିସ୍ଥିତି ଆସିଯାଏ।

ଲଗାତାର ଫୋନ୍‌ ବ୍ୟବହାର କରି ହଠାତ୍‌ ଅନ୍ୟ କେଉଁଠି ନଜର ପକାଇଲେ ଅନ୍ଧାର ଅନ୍ଧାର ଦିଶିଥାଏ।

ଅଧିକ ମୋବାଇଲ ବ୍ୟବହାର କରିବା ଦ୍ବାରା ରକ୍ତଚାପ ବୃଦ୍ଧିପାଇବାର ଯଥେଷ୍ଟ ସମ୍ଭାବନା ରହିଛି।

ଧିରେଧିରେ ଆଖିକୁ ଝାପସା ଝାପସା ଦେଖା ଦେଇଥାଏ ଆଉ ଦୃଷ୍ଟିଶକ୍ତି ହ୍ରାସ ପାଇଥାଏ।

ଅଧିକ ସମୟ ସ୍ମାର୍ଟଫୋନ୍‌ ବ୍ୟବହାର କରିବା ଦ୍ବାରା ବିଭିନ୍ନ ରୋଗ ମଧ୍ୟ ହେବାର ସମ୍ଭାବନା ରହିଥାଏ।