Killing Mosquito is sin: ମଶାକୁ ନେଇ ବିଶ୍ବରେ ବଢ଼ିଚାଲିଛି ଚିନ୍ତା। ହେଲେ ଦୁନିଆରେ ଅଛି ଏମିତି ଏକ ଦେଶ ଯେଉଁଠାରେ ମଶା ମାରିବା ପାପ।

ବର୍ତ୍ତମାନ ମଶା ଆତଙ୍କକୁ ନେଇ ଚିନ୍ତାରେ ଅନେକ ଦେଶ।

ମଶା ପାଇଁ ଅନେକ ରୋଗର ସମ୍ମୁଖୀନ ହେଉଛନ୍ତି ଲୋକ।

ମଶା ଦାଉରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ମଧ୍ୟ କରୁଛନ୍ତି ଲୋକ।

ହେଲେ ବିଶ୍ବରେ ଅଛି ଏମିତି ଏକ ଦେଶ, ଯେଉଁଠାରେ ମଶା ମାରିବା ପାପ।

ଆଜ୍ଞା ହଁ, ଭୁଟ୍ଟାନ ସେହି ଦେଶ, ଯେଉଁଠାରେ ଲୋକମାନେ ମଶା ମାରିବାକୁ ପାପା ଭାବନ୍ତି।

ବାସ୍ତବରେ, ଭୁଟ୍ଟାନର ଲୋକ ବୌଦ୍ଧ ଧର୍ମ ଉପରେ ବିଶ୍ବାସ କରନ୍ତି।

ସେହିପରି ବୌଦ୍ଧ ଧର୍ମରେ କୌଣସି ଜୀବନଜନ୍ତୁ ମାରିବାକୁ ପାପର ମାନ୍ୟତା ଦିଆଯାଇଛି।

ଏଥି ପାଇଁ ଭୁଟ୍ଟାନରେ ଲୋକ ମଶା ମାରିବାକୁ ମଧ୍ୟ ପାପ ଭାବନ୍ତି।

ବୌଦ୍ଧ ଧର୍ମରେ କଡ଼ା ସମର୍ଥକ ମଶା ମାରିବା ପାଇଁ ବ୍ୟବହାର ହେଉଥିବା ଔଷଧର ମଧ୍ୟ ବିରୋଧ କରନ୍ତି।

ହେଲେ ମ୍ୟାଲେରିଆ ଓ ଡେଙ୍ଗୁରୁ ବଞ୍ଚିବା ପାଇଁ ଏବେ ଲୋକମାନେ ମଶାଠୁ ଦୂରେଇ ରହିବାକୁ ଚେଷ୍ଟା କରୁଛନ୍ତି।

ସହଜ ଉପାୟରେ ଘରୁ ବାହାର କରନ୍ତୁ ଅସରପା...