କିଏ ଥିଲେ ଦୁନିଆର ସବୁଠୁ ସୁନ୍ଦରୀ ମହିଳା ଜାସୁସ

ଆପଣ କେତେ ଜଣ ଜାସୁସ ବାବଦରେ ଶୁଣିଥିବେ, ଯେଉଁମାନେ ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ବାଜିରେ ଲଗାଦେଇଥିଲେ । ସେମାନେ ଦେଶର ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରୁଥିଲେ

ଆପଣ ଜାଣିଛନ୍ତି କି କିଛି ମହିଳା ଜାସୁସ ମଧ୍ୟ ଦେଶ ପାଇଁ କାମ କରୁଥିଲେ । ଯିଏକି ନିଜ ବୁଦ୍ଧି ଓ ସୁନ୍ଦରତା ଆଡରେ ସ୍ପାଏ ଦୁନିଆରେ ନିଜ ରାଜ ଚଲାଉଥିଲେ

ଆଜି ଆମେ କହୁଛୁ ମାର୍ଗେରେଟ ଗୀର୍ତୋଇଦା ଜେଲେ ଓରଫ ମାତା ହାରିଙ୍କ ବାବଦରେ, ଯିଏ ଜଣେ ପେଶାରେ ଭଲ ନର୍ତ୍ତକୀ ମଧ୍ୟ ଥିଲେ

ପ୍ରଥମ ବିଶ୍ବଯୁଦ୍ଧ ସମୟରେ ମାତା ହାରି ପ୍ୟାରିସରେ ଜଣେ ନର୍ତ୍ତକୀ ଭାବେ ପ୍ରସିଦ୍ଧ ଥିଲେ । ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗୁଥିଲା । ସେନାର ବଡ଼ ଅଧିକାରୀ ମଧ୍ୟ ଆସୁଥିଲେ । ଏହି ସମୟରେ ସେମାନଙ୍କ ମଧ୍ୟରେ ତଥ୍ୟ ନେଣଦେଣ ହେଉଥିଲା

ମାତା ହାରିଙ୍କ ବିବାହ ନେଦରଲ୍ୟାଣ୍ଡର ଶାହି ସେନାର ଜଣେ ଅଧିକାରୀଙ୍କ ସହ ହୋଇଥିଲା, ଯିଏ ଇଣ୍ଡୋନେସିଆରେ ନିଯୁକ୍ତ ଥିଲେ । ଇଣ୍ଡୋନେସିଆର ଏକ ଡ୍ୟାନ୍ସ କମ୍ପାନୀରେ ସେ ସାମିଲ ହୋଇଗଲେ । ନିଜ ନାମ ବଦଳାଇ ମାତା ହାରି ରଖିଲେ

ନେଦରଲ୍ୟାଣ୍ଡ ଫେରିବା ପରେ ୧୯୦୭ରେ ମାତା ହାରି ନିଜ ସ୍ବାମୀଙ୍କୁ ଛାଡପତ୍ର ଦେଇଥିଲେ ଓ ପ୍ୟାରିସ ପଳାଇଲେ । ସେଠାରେ ଜଣେ ଫ୍ରେଞ୍ଚ ରାଜନୀତିଜ୍ଞଙ୍କର ଉପପତ୍ନୀ ଭାବେ ରହିଲେ । ଏହି ସମୟରେ ମାତା ହାରିଙ୍କୁ ଫ୍ରେଞ୍ଚ ସରକାର ଜାସୁସ କରିବାକୁ ରାଜି କରିଦେଇତଥିଲେ

ଫ୍ରେଞ୍ଚ ସରକାର ପ୍ରଥମ ବିଶ୍ବଯୁଦ୍ଧ ସମୟରେ ମାତା ହାରିଙ୍କୁ ହାତ କରି ଜର୍ମାନ ମିଲିଟାରୀ ଅଫିସରଙ୍କର ଅନେକ ତଥ୍ୟ ହାସଲ କରିଥିଲେ । ସେ ଫ୍ରାନ୍ସ ସରକାରଙ୍କର ତଥ୍ୟ ଜର୍ମାନୀ ସରକାରଙ୍କୁ ଦେବା ଆରମ୍ଭ କରିଥିଲେ । ଏହି କଥା ଫ୍ରାନ୍ସ ଗୁଇନ୍ଦା ବିଭାଗକୁ ଜଣା ପଡ଼ିଯାଇଥିଲା

ମାତା ହାରିଙ୍କୁ ଦୁନିଆର ସବୁଠୁ ଖତରନାକ ଜାସୁସ ମଧ୍ୟ ଜଣେ ଭାବରେ ଗଣନା କରାଯାଏ । ଥରେ ଜଣଙ୍କ ପଛରେ ପଡିଗଲେ ତାଙ୍କ ପିଛା ଛାଡ଼ୁନଥିଲେ । ଫ୍ରାନସିସ ଓ ବ୍ରିଟିଶ ଗୁଇନ୍ଦା ବିଭାଗକୁ ସନ୍ଦେହ ଥିଲା ଯେ ସେ ଜର୍ମାନ ପାଇଁ ମଧ୍ୟ କାମ କରୁଛନ୍ତି କିନ୍ତୁ କୌଣସି ପ୍ରମାଣ ନଥିଲ

ଏହା ଛଡ଼ା ତାଙ୍କ ଉପରେ ଡବଲ ଏଜେଣ୍ଟ ହେବାର ଆରୋପ ଲାଗିଥିଲା । ଫ୍ରାନ୍ସରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ମାତା ହାରିଙ୍କ ଜୀବନୀ ଲେଖକ ରସେଲ ବାରେନ ଫ୍ରାନ୍ସ ସରକାରଙ୍କୁ ସେ ନିର୍ଦ୍ଦୋଷ ଥିଲେ ବୋଲି ରାଜି କରିଦେଇଥିଲେ । ମାତା ହାରିଙ୍କ ଉପରେ ୧୯୩୧ରେ ଗୋଟିଏ ହଲିଉଡ ଫିଲ୍ମ ହୋଇଥିଲା

ବିବାହରେ ଅସ୍ତ୍ର ଧରି ପହଞ୍ଚିଲେ କନ୍ୟା, ଉଡିଲା ହୋସ