ସାଧାରଣତଃ ଆଖିରୁ ଲୁହ ବାହାରିବା ଜୀବନର ଏକ ଅଂଶ ହୋଇଥାଏ।

ଦୁଃଖରେ, ସୁଖରେ କିମ୍ବା ପବନ ବାଜିଲେ ଆଖିରୁ ଲୁହ ବାହାରିଥାଏ ।

କିନ୍ତୁ ଆଖିରୁ ଲୁହ କାହିଁକି ବାହାରିଥାଏ? ଏହା ପଛରେ କଣ ରହିଛି କାରଣ?

ଲୁହ ବାହାରିବା ପଛରେ ରହିଛି ୩ଟି ବୈଜ୍ଞାନିକ କାରଣ।

ପ୍ରଥମତଃ ଆଖିକୁ ସର୍ବଦା ଓଦା ରଖିବା ପାଇଁ ଲୁହ ବାହାରିଥାଏ।

ଆଖିକୁ ସୁସ୍ଥ ରଖିଥାଏ ଲୁହ, ଆଖି ସୁଖିଲା ରହିଲେ ଖରାପ ହୋଇଯିବ।

ଆଖି ସହ ଭାବ ଏବଂ ମସ୍ତିସ୍କର ସମ୍ପର୍କ ରହିଥିବା ବୈଜ୍ଞାନିକମାନେ କୁହନ୍ତି।

ମସ୍ତିସ୍କରେ ଥିବା ହାଇପୋଥେଲେମସ୍‌ ଶିରାପ୍ରଶିରା ସହ ସଂଯୋଗ ହୋଇ ରହିଛି।

ଯାହା ଫଳରେ କାନ୍ଦିଲେ କିମ୍ବା ଅତ୍ୟଧିକ ଖୁସିରେ ଆମ ଆଖିରୁ ଲୁହ ବାହାରି ଆସେ।

ଡାକ୍ତର ଓ ବିଶେଷଜ୍ଞଙ୍କ କହିବା କଥା ଯେ କାନ୍ଦିବା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ।