ଅନେକ ବର୍ଷ ପୂର୍ବର ଦୁନିଆ କିଛି ଅଲଗା ଥିଲା। ସେତେବେଳେ ଏପରି କିଛି ସହର ଥିଲା ଯାହାକି ଆଜି କେବଳ ଇତିହାସର ପୃଷ୍ଠା ହୋଇ ରହିଯାଇଛି। ଏହି ସହର ଗୁଡିକ ବିଶାଳ ସମୁଦ୍ର ମଧ୍ୟରେ ଵିଲୀନ ହୋଇଯାଇଛି। ଆସନ୍ତୁ ଜାଣିବା ଏପରି କିଛି ସହର ବିଷୟରେ...

ସିକନ୍ଦରଙ୍କ ସହର- ସିକନ୍ଦରଙ୍କ ସହର ଆଲେକଜାଣ୍ଡ୍ରିୟା। ଯାହାକି ୧୫୦୦ ବର୍ଷ ପୂର୍ବେ ଏକ ଭୟାନକ ଭୂମିକମ୍ପ ଯୋଗୁଁ ସମୁଦ୍ର ଜଳରେ ଲୀନ ହୋଇଯାଇଥିଲା।

ଏହାର ଅବଶେଷ ଆଜି ମଧ୍ୟ ରହିଛି। ଯାହା ଆଜି ବି ସେହି ସହରର ଐତିହ୍ୟ ବଖାଣିଥାଏ।

ଭାରତ ଉପକୂଳର ଖମ୍ବାତ ସହର- ଏହାକୁ ଖମ୍ବାତର ହଜିଯାଇଥିବା ସହର ବୋଲି କୁହାଯାଏ।

କୁହାଯାଏ କି ଏହି ସହର ପ୍ରାୟ ୯୫୦୦ ବର୍ଷ ପୂର୍ବେ ସମୁଦ୍ର ମଧ୍ୟରେ ହଜି ଯାଇଥିଲା। ୨୦୦୨ ମସିହାରେ ଏହାକୁ ବିଶେଷଜ୍ଞମାମାନେ ଆବିଷ୍କାର କରିଥିଲେ।

ଏହି ସହର କିପରି ଜଳମଗ୍ନ ହୋଇଥିଲା ତାହା ଏବେବି ରହସ୍ୟମୟ ହୋଇ ରହିଛି।

ସମୁଦ୍ର ଭିତରେ ପିରାମିଡ୍‌- ମିଶରରେ ବହୁତ ପିରାମିଡ଼ ଥିବା କଥା ଆପଣ ନିହାତି ଜାଣିଥିବେ କିନ୍ତୁ କେବେ ସମୁଦ୍ର ମଧ୍ୟରେ ପିରାମିଡ଼ ଦେଖିଛନ୍ତି କି ?

କିଛି ବର୍ଷ ପୂର୍ବେ ଜାପାନର ଜଣେ ଟୁରିଷ୍ଟ ଗାଇଡ୍‌ ସମୁଦ୍ର ମଧ୍ୟରେ କିଛି ପିରାମିଡ୍‌କୁ ଖୋଜି ବାହାର କରିଥିଲେ। ଏହାକୁ ଜୋନଗୁଣୀ ସହର କୁହାଯାଏ।

ପ୍ରାଚୀନ ସହର ହେରାସ୍ଲୋଇନ- ଏହା ହେଉଛି ମିଶରର ପ୍ରାଚୀନ ସହର ହେରାସ୍ଲୋଇନ। ଯାହା ପାଖାପାଖି ୧୨୦୦ ବର୍ଷ ପୂର୍ବେ ସମୁଦ୍ର ମଧ୍ୟରେ ଲୀନ ହୋଇ ଯାଇଥିଲା।

କିଛି ବର୍ଷ ପୂର୍ବେ ଏହାକୁ ଆଵିଷ୍କାର କରାଯାଇଥିଲା। ଐତିହାସିକ ହେରୋଡଟସଙ୍କ ମତରେ ଏହି ସହରରେ ଧନ ସମ୍ପତ୍ତି ଭରି ରହିଛି। ଅନେକ ବୁଡାଳି ଏଠାରୁ ଗୁପ୍ତଧନ ମଧ୍ୟ ପାଇଛନ୍ତି।

ଚୀନ୍‌ର ଲାୟନ୍‌ ସିଟି- ୧୩୦୦ ବର୍ଷ ତଳେ ଚୀନ୍‌ର ଝେଜିଆଙ୍ଗରେ ସି ଚେଙ୍ଗ ନାମକ ଏକ ସହର ଥିଲା। ହେଲେ ୧୯୫୯ ମସିହାରେ ଏହି ସହର ଗଭୀର ହ୍ରଦ ମଧ୍ୟରେ ଡୁବି ଯାଇଥିଲା।

ଏହି ସହରକୁ ଲାୟନ ସିଟି ଭାବରେ ମଧ୍ୟ ବେଶ ଜଣାଶୁଣା। ଆଶ୍ଚର୍ଯ୍ୟର କଥା ହେଛି ଯେ ଏହି ସହର ଆଜି ମଧ୍ୟ ପାଣି ଭିତରେ ଅକ୍ଷୁଣ୍ଣ ରହିଛି ।

ଅଶୋକ ନା ଆକବର; କେଉଁ ରାଜାଙ୍କ ସାମ୍ରାଜ୍ୟ ଥିଲା ସବୁଠୁ ବଡ଼