ସମସ୍ତେ ଜାଣନ୍ତି ମଦ ସ୍ବାସ୍ଥ୍ୟ ପାଇଁ ହାନିକାରକ, କିନ୍ତୁ ଏହାର କିଛି ଉପକାରୀ ଗୁଣ ରହିଛି।

ଅତ୍ୟଧିକ ପଦ୍ୟପାନ ଶରୀର ପ୍ରତି କ୍ଷତିକାରକ ହୋଇପାରେ।

ସ୍ବଳ୍ପ ପରିମାଣର ମଦ ପିଉଥିବା ବ୍ୟକ୍ତିଙ୍କୁ ହୃଦଘାତ ହେବାର ସମ୍ଭାବନା ନଥାଏ।

ଯେଉଁମାନେ ଦିନକୁ ମାତ୍ର ୨ ପେଗ୍‌ ମଦ ପିଅନ୍ତି ସେମାନଙ୍କୁ ହାର୍ଟ ଆଟାକ୍‌ ସମ୍ଭାବନା କମ୍‌।

ନିୟମିତ କମ୍‌ ପରିମାଣର ମଦ ପିଇଲେ ମସ୍ତିଷ୍କ ଚାପ ବା ଷ୍ଟ୍ରେସ୍ ହ୍ରାସପାଏ।

ଯାହାକି ହୃଦଘାତ ଏବଂ ଷ୍ଟ୍ରୋକ୍‌ ହେବାରୁ ରକ୍ଷା କରିଥାଏ।

ଏ ନେଇ ନିକଟରେ ଏକ ଗବେଷଣାରୁ ସଫଳତା ମିଳିଛି।

ବ୍ରେନ୍‌ ଇମେଜିଂରୁ ଜଣାପଡିଥିଲା କି, ସ୍ବଳ୍ପ ପରିମାଣର ମଦ ପିଇଲେ ହୃଦଘାତ ହୋଇନଥାଏ।

କିନ୍ତୁ ଅତ୍ୟଧିକ ମଦ୍ୟପାନ ହୃଦଘାତ ଆଶଙ୍କା ବଢାଇ ଦେଇଥାଏ।

ସପ୍ତାହକୁ ୧୪ ପେଗ୍‌ରୁ ଅଧିକ ମଦ ପିଇଲେ ହୃଦଘାତର ସମ୍ଭାବନା ଅଧିକ ରହିଥାଏ।