ପ୍ରତ୍ୟେକ ଘରେ ଟମାଟୋ ଦେଖିବାକୁ ମିଳେ । ତେବେ ଏହାର ସ୍ବାସ୍ଥ୍ୟ ପାଇଁ ଥିବା ଅନେକ ଫାଇଦା ବିଷୟରେ ଆପଣ ଜାଣନ୍ତି କି?

 ଟମାଟୋରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଗୁଣ ତ୍ବଚାକୁ ସୂର୍ଯ୍ୟ କିରଣରୁ ରକ୍ଷାକରେ । ଏହାକୁ ଯଦି ଆପଣ ପ୍ରତିଦିନ ଖାଇବେ ଏହା Sunscreen ଭଳି କାମ କରିବ ।

ଏଥିରେ ଲାଇକୋପିନ୍ ନାମକ  ଏନଜାଇମ୍ ମିଳିଥାଏ ।ଯାହା କ୍ୟାନ୍ସର ରୋଗର ଆଶଙ୍କା ହ୍ରାସ କରିବା ସହିତ ଲାଇକୋପିନ୍ ଡିଏନଏକୁ ସୁରକ୍ଷା ଦେଇଥାଏ ଏବଂ କୋଷଗୁଡ଼ିକୁ ଭାଙ୍ଗିବା ଠାରୁ ମଧ୍ୟ ରକ୍ଷା କରିଥାଏ ।

ଯେଉଁମାନଙ୍କର ଦୃଷ୍ଟି ଶକ୍ତି ହ୍ରାସ ପାଇବାରେ ଲାଗିଛି, ଟମାଟୋର ବ୍ୟବହାର ଆଶାର କିରଣ ବୋଲି ପ୍ରମାଣ କରିପାରେ, କାରଣ ଏହି ପରିବାରେ ଭିଟାମିନ୍-ଏ ପ୍ରଚୁର ପରିମାଣରେ ମିଳିଥାଏ। 

ଚର୍ମକୁ ସୁସ୍ଥ ରଖିବା ପାଇଁ ଏହାକୁ ହାଇଡ୍ରେଟ୍ ରଖିବା ପାଇଁ ଟମାଟୋ ବ୍ୟବହାର କରାଯାଇପାରିବ । ଏଥିରେ ୯୪ପ୍ରତିଶତ ଜଳୀୟଅଂଶ ରହିଥିବା ବେଳେ ଏଥିରେ ଥିବା ପୋଟାସିୟମ ଆପଣଙ୍କୁ  ହାଇଡ୍ରେଟ୍ ରଖେ ।

ଟମାଟୋ ପାଚନକ୍ରିୟା ପାଇଁ ଭଲ । ଯାହା ଦ୍ବାରା ଖାଦ୍ୟ ହଜମ କରିବାରେ ମଦ୍ୟ ଏହା ସହାୟକ ହୋଇଥାଏ । ଫାଇବର୍‌ରେ ପରିପୂର୍ଣ୍ଣ ଟମାଟୋ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ।

ଟମାଟୋ ଫାଇବରରେ ଭରପୂର ଓ ଏଥିରେ କ୍ୟାଲୋରୀ କମ୍ ଥାଏ, ଯାହାଦ୍ୱାରା ଏହା ଓଜନ ହ୍ରାସ କରିବାରେ ସହାୟକ ହୋ‍ଇଥାଏ ।

ହୃଦଘାତରେ ପୀଡିତ ଲୋକଙ୍କ ସଂଖ୍ୟା ବହୁତ ଅଧିକ, ଯେଉଁଥିରେ ଉଚ୍ଚ କୋଲେଷ୍ଟ୍ରଲ କାରଣରୁ ରକ୍ତବାହୀ ଅବରୋଧ ହେବା ଆରମ୍ଭ କରିଦିଏ। ଟମାଟୋ ଖାଇଲେ, ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା କମିଯାଏ।