କଫି ପିଇବାକୁ କାହାକୁ ବା ଭଲ ନ ଲାଗେ

ଶିଶୁଙ୍କ ଠାରୁ ବୟସ୍କ ସମସ୍ତେ କଫି ପ୍ରିୟ ଆଉ ପ୍ରତିଦିନ ପିଅନ୍ତି।

ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଦିନକୁ ୫/୬ କପ୍‌ କଫି ବି ପିଅନ୍ତି।

କିନ୍ତୁ ଅଧିକ କଫି ପିଇବା ଦ୍ବାରା ସାଂଘାତିକ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ।

ଦିନକୁ ୩ କପ୍‌ରୁ ଅଧିକ କଫି ପିଇବା ଦ୍ବାରା ବିଭିନ୍ନ ରୋଗ ହେବାର ସମ୍ଭାବନା ରହିଛି।

କଫି ପିଇବା ଦ୍ବାରା ରକ୍ତଚାପ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି।

କଫିରେ କାଫିନ୍‌ ଅଧିକ ମାତ୍ରାରେ ଥିବାରୁ ଏନଜାଇଟି ସମସ୍ୟା ଦେଖାଦେଇଥାଏ।

ଅଧିକ କଫି ପିଇବା ଦ୍ବାରା ଇନସୋମାନିଆ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ସାମାନ୍ୟ କିଛି କାମ କଲେ ଥକ୍କାଲାଗିବା ସହିତ ହାଲିଆ ଲାଗିଥାଏ।

ଅଧିକ କଫି ପିଇଲେ ହାର୍ଟ ରେଟ୍‌ ବା ହାର୍ଟ ବିଟ୍‌ ବଢାଇ ଦେଇଥାଏ।