Interesting Facts: ବିଶ୍ବରେ ଅଛି ଏମିତି ଅନେକ ଦେଶ, ଯେଉଁମାନଙ୍କର ନିୟମ କାନୁନ, ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଆଜି ଆମେ ଆପଣଙ୍କୁ ଏମିତି ଦେଶ ବିଷୟରେ କହିବାକୁ ଯାଉଛି, ଯେଉଁଠାରେ ଭିକ ମାଗିଲେ ମିଳେ କଠୋର ଦଣ୍ଡ।

ଏହି ଦେଶରେ ଭିକ ମାଗିଲେ ମିଳିବ କଠୋର ଦଣ୍ଡ।

ଭାରତରେ ଭିକ ମାଗିବା ଅପରାଧିକ ଶ୍ରେଣୀରେ ଆସୁନାହିଁ।

ହେଲେ ବିଶ୍ବରେ ଅଛି କିଛି ଏମିତି ଦେଶ, ଯେଉଁଠାରେ ଭିକ ମାଗିବା ଉପରେ ପ୍ରତିବନ୍ଧ ଲଗାଯାଇଛି।

ଏହି କ୍ରମରେ ପ୍ରଥମ ସ୍ଥାନରେ ଅଛି ଡେନମାର୍କ। ଯେଉଁଠାରେ ଭିକ ମାଗିବା ଅପରାଧ।

ଏଠାରେ ଆଇନ ଉଲ୍ଲଂଘନ କଲେ ୬ ମାସ ଜେଲ୍ ମଧ୍ୟ ଯିବାକୁ ପଡ଼ିପାରେ।

ଦ୍ବିତୀୟ ସ୍ଥାନରେ ଅଷ୍ଟ୍ରେଲିଆ। ଏଠାରେ ଭିକ ମାଗିବାକୁ ନେଇ ଭିନ୍ନ ଭିନ୍ନ ଆଇନ ନିୟମ ଅଛି।

ଦକ୍ଷିଣ ଅଷ୍ଟ୍ରେଲିଆରେ ଭିକ ମାଗିଲେ ଭରିବାକୁ ପଡ଼େ ୨୫୦  ଆମେରିକୀ ଡଲାର।

ସେହିପରି ଚୀନରେ ମଧ୍ୟ ଭିକ ମାଗିବା ଧାରା ୪୧ର ଉଲ୍ଲଂଘନ।

ଉଲ୍ଲଂଘନ କରିବା ଦ୍ବାରା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇପାରେ।

UKରେ ମଧ୍ୟ ଭିକ ମାଗିବା ବେଆଇନ ବୋଲି ବିବେଚନା କରାଯାଏ।

ମହାଭାରତର ମହାନ ଯୋଦ୍ଧ ଅଭିମନ୍ୟୁଙ୍କ ପ୍ରକୃତ ପିତା କିଏ? ଜାଣିବା ପାଇଁ ତଳ ଲିଙ୍କ ଉପରେ କ୍ଲିକ୍ କରନ୍ତୁ...