Chhuri- ଏହି ସର୍ଟ୍ସ ଫିଲ୍ମ ଅନୁରାଗ କଶ୍ୟପଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଟିସ୍କା ଚୋପ୍ରାଙ୍କ ଅଭିନୀତ ମହିଳା ଅଭିନୀତ ଫିଲ୍ମ। ଜଣେ ମହିଳା କିପରି ତାଙ୍କ ସ୍ୱାମୀଙ୍କ ପରକୀୟା ପ୍ରୀତି ବିଷୟରେ ଖୁଲାସା କରୁଛନ୍ତି ଏଥିରେ ଦେଖିବାକୁ ମିଳିବ।

Chutney- ସେହିପରି ଟିସ୍କା ଚୋପ୍ରାଙ୍କ ଅଭିନୀତ ଆଉ ଏକ କ୍ଷୁଦ୍ର ଚଳଚ୍ଚିତ୍ର, ଏହା ଉପରେ ଆମେ ଦେଖିଥିବା ଚଳଚ୍ଚିତ୍ରଠାରୁ ଟିକେ ଭିନ୍ନ। ‘ଚଟଣୀ’ ହେଉଛି ଏକ କ୍ଷୁଦ୍ର ଥ୍ରୀଲର ଯାହା ଟ୍ୱିଷ୍ଟ ଏବଂ ଟର୍ନରେ ଭରପୁର ପ୍ୟାକେଜ।

Juice- ‘ଜୁସ୍’ ଦୁଃଖଦ ବାସ୍ତବତା ଏବଂ ଭାରତୀୟ ପରିବାରରେ ମହିଳାଙ୍କ ଅଧୀନସ୍ଥ ଏକ ଶକ୍ତିଶାଳୀ କାହାଣୀକୁ ଚିତ୍ରଣ କରାଯାଇଛି।

Khujli- ଖୁଜଲି ଏକ ପୁରୁଣା ଦମ୍ପତିଙ୍କ କାହାଣୀ, ଯେଉଁମାନେ ସେମାନଙ୍କର ହଜିଯାଇଥିବା ଯୌନ ସମ୍ପର୍କକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରେ। ଏଥିରେ ମୁଖ୍ୟ ଭୂମିକାରେ ଜ୍ୟାକି ଶ୍ରଫ୍ ଅଛନ୍ତି।

Kaande Pohe- ‘କାନ୍ଧେ ପୋହେ’ ଏକ ଉଚ୍ଚାଭିଳାଷୀ ଝିଅ ବିଷୟରେ, ଯିଏ ବିବାହ ପରେ ମଧ୍ୟ କାର୍ଯ୍ୟ ଜାରି ରଖିବାକୁ ଇଚ୍ଛା କରୁଥିବାର ନଜର ଆସୁଛନ୍ତି।

Baatein- ଏକ ହୃଦୟସ୍ପର୍ଶୀ କାହାଣୀ, ‘ବାତେନଂ’ ରାଗିଂ / ଗାଳିଗୁଲଜ ଏବଂ ଆତ୍ମହତ୍ୟାର କାହାଣୀକୁ ନେଇ ପର୍ଯ୍ୟବେଶିତ।

Barat- ‘ବାରାତ୍’ ଏକ ପୁରାତନ ଦୁଃଖଦ କାହାଣୀକୁ ନେଇ ପର୍ଯ୍ୟବେଶିତ। ଯେଉଁଥିରେ ହରର୍‌ ସିନ୍ସର ଝଲକ ମଧ୍ୟ ଦେଖିବାକୁ ମିଳିବ।

Devi- କାଜୋଲଙ୍କ ଅଭିନୀତ ସର୍ଟ୍ସ ଫିଲ୍ମ ‘ଦେବୀ’ ଦୁଷ୍କର୍ମ, ଯୌନ ନିର୍ଯାତନା, ଘରୋଇ ହିଂସା କାହାଣୀକୁ ନେଇ ଆଧାରିତ।

Chupchaap- ‘ଚୁପଚାପ୍’ ସର୍ଟ୍ସ ଫିଲ୍ମ ମଧ୍ୟ ମହିଳାଙ୍କ ସହ ହେଉଥିବା ଯୌନ ନିର୍ଯାତନ, ଘରୋଇ ହିଂସା କାହାଣୀକୁ ନେଇ ଆଧାରିତ।

The Booth- ଏହି କ୍ଷୁଦ୍ର ଚଳଚ୍ଚିତ୍ର ଏକ ନିଷେଧ ପ୍ରେମ କାହାଣୀ। ଏହା ଏକ ସମଲିଙ୍ଗୀ ପ୍ରେମ କାହାଣୀକୁ ନେଇ ପର୍ଯ୍ୟବେଶିତ।

ସତରେ ନାଗ ମୃତ୍ୟୁର ପ୍ରତିଶୋଧ ନିଏ ନାଗୁଣୀ? ରହସ୍ୟ ଜାଣିବା ପାଇଁ ତଳ ଲିଙ୍କ ଉପରେ କ୍ଲିକ୍ କରନ୍ତୁ...