A Suitable Boy- ଏହି ସିରିଜ ଏକ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଆଧାରିତ। ପ୍ରେମର ଏମିତି କାହାଣୀ ହୁଏତଃ ଆପଣ ପୂର୍ବରୁ ଦେଖିନଥିବେ କେବେ। ଗୋଟିଏ ପଟେ ଫିଲ୍ମର କାହାଣୀ ଗୋଟିଏ ଝିଅକୁ ନେଇ ଦେଖିବାକୁ ମିଳୁଥିବା ବେଳେ ଅନ୍ୟପଟେ ବୟସ ପାର୍ଥକ୍ୟ ପ୍ରେମ କାହାଣୀକୁ ଉପସ୍ଥାପନା କରାଯାଇଛି।

College Romance- ତିନିଜଣ ସାଙ୍ଗ ଏକାଠି କଲେଜରେ ପଢ଼ିବା ସମୟରେ ପ୍ରେମ, ହସ ଏବଂ ଆଜୀବନ ସ୍ମୃତି ଖୋଜନ୍ତି। ଯଦି ଆପଣ ମଧ୍ୟ ଏକ ମଧୁର ରୋମାଣ୍ଟିକ୍ କାହାଣୀ ଖୋଜୁଛନ୍ତି, ଯାହା ଆପଣଙ୍କ କଲେଜ ଦିନକୁ ମନେ ପକାଇଦେବେ, ତେବେ ଆପଣଙ୍କ ପାଇଁ ଏହି ସିରିଜ ବେଷ୍ଟ ସାବ୍ୟସ୍ତ ହୋଇପାରେ।

Mismatched- ଏହି ରୋମାଣ୍ଟିକ୍ ୱେବ୍ ସିରିଜ୍ ସହିତ ଭରତରେ ୟଙ୍ଗ ଷ୍ଟାର ରୋହିତ ସାରଫଙ୍କୁ ନ୍ୟାସନାଲ କ୍ରସ୍ ଭାବେ ପରିଣତ କରିଛି। ସେ ୟୁଟ୍ୟୁବ୍ ସେନ୍ସେସ୍ ପ୍ରାଜିକତା କୋହଲିଙ୍କ ସହ ଅଭିନୟ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି।

Bhaag Beanie Bhaag- ଜଣେ ଯୁବତୀ, ବିନି ନିଜର ବିଶେଷ ଅସ୍ତିତ୍ୱ ଛାଡ଼ି ଷ୍ଟାଣ୍ଡ ଅପ୍ କମେଡିରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଉଛନ୍ତି। ଏହା ହେଉଛି ସବୁଠାରୁ ଚିତ୍ତାକର୍ଷକ ସିରିଜ୍।

Feels Like Ishq- ରୁଚିର ଅରୁଣ, ଆନନ୍ଦ ତିୱାରୀ, ଜୟଦୀପ ସରକାର, ଦାନିସ ଅସଲମ୍ ଏବଂ ତାହିରା କାଶ୍ୟପଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ସିରିଜ ୫ ଜଣ ଦମ୍ପତିଙ୍କ ରୋମାଣ୍ଟିକ କାହାଣୀକୁ ନେଇ ପରି ଘୂରି ବୁଲୁଛି।

Zindagi in Short- ଏହି ହିନ୍ଦୀ ୱେବ୍ ସିରିଜ୍ ୨୦୨୦ରେ ପ୍ରିମିୟର୍ ହୋଇଥିଲା। ଜଣେ ମହିଳା ପରିବାରରେ ଏକ ଭୂମିକା ଗ୍ରହଣ କରନ୍ତି ଏବଂ ଏହି ସିରିଜରେ ନିଜକୁ ରକ୍ଷା କରନ୍ତି, ଯାହା ଅନଲାଇନ୍ ରୋମାନ୍ସ, ପିଲାଦିନର ନିର୍ଦ୍ଦୋଷତା ଏବଂ ବୃଦ୍ଧାବସ୍ଥାର ଦ୍ୱନ୍ଦ୍ୱ ଉପରେ ସ୍ପର୍ଶ କରେ।

Decoupled- ୨୦୨୧ ଡିସେମ୍ବର ୧୭ରେ ରିଲିଜ ହୋଇଥିବା ‘ଡିକୋପ୍ଲେଡ୍’ର କାହାଣୀ ଏକ ଛାଡ଼ପତ୍ର ପ୍ରାପ୍ତ ଦମ୍ପତିଙ୍କୁ ନେଇ ପର୍ଯ୍ୟବେଶିତ। ଯାହା ଆପଣଙ୍କ ମନ କିଣିବାରେ କୌଣସି ପଥ ଛାଡ଼ିବ ନାହିଁ।

Yeh Kaali Kaali Ankhein- ‘ୟେ କାଲି କାଲି ଆଖେଁ’ ସିରିଜ ଦେଖି ଆପଣଙ୍କର ବି ହୋସ୍ ଉଡ଼ିଯିବ। ଏହି ସିରିଜରେ କ୍ରାଇଣ୍, ପ୍ରେମ କାହାଣୀ,  ପ୍ରେମ ପାଇଁ ବଳିଦାନର ଅନେକ ଜିନିଷ ଆପଣ ଦେଖିବାକୁ ପାଇବେ।

Little Things: ଏହି ସିରିଜ ଏମିତି ଏକ ପ୍ରେମ କାହାଣୀକୁ ନେଇ ଆଧାରିତ। ଯାହା ଆଜିକାଲିର ଲିଭ-ଇନ୍-ରିଲେସନସିପର କାହାଣୀକୁ ବଖାଣୁଛି। ହେଲେ ଏଥିରେ ନିବିଡ଼ ପ୍ରେମ ସମ୍ପର୍କ, ପରସ୍ପର ପାଇଁ ସମ୍ମାନ ଆଉ ଭଲ ପାଇବା ଦେଖି ଆପଣ ମନରେ ମଧ୍ୟ ଆପଣଙ୍କ ସାଥୀ ପାଇଁ ପ୍ରେମ ଆହୁରି ବଢ଼ିଯିବ।

Tajmahal 1989- ୧୯୮୯ ଲକ୍ଷ୍ମୌର ପ୍ରେମ କାହାଣୀକୁ ନେଇ ପର୍ଯ୍ୟବେଶିତ ‘ତାଜମହଲ୍ ୧୯୮୯’ ନେଟଫ୍ଲିକ୍ସରେ ଶୀର୍ଷ ହିନ୍ଦୀ ରୋମାଣ୍ଟିକ୍ ୱେବ୍ ସିରିଜ୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛି। ଯାହା ସବୁଠୁ ଅଧିକ ରେଟିଂ ପାଇଛି।

କେମିତି ସୃଷ୍ଟି ହେଲା ଆମ ବ୍ରହ୍ମାଣ୍ଡ; ଜାଣନ୍ତୁ ରହସ୍ୟ