ଭାରତ କି ନେପାଳ, ମାତା ସୀତା କେଉଁ ଦେଶର ଝିଅ

ଦେବୀ ସୀତାଙ୍କ ଜନ୍ମକୁ ନେଇ ସବୁବେଳେ ଭାରତ ଓ ନେପାଳ ମଧ୍ୟରେ ମତଭେଦ ରହିଆସିଛି । ସେ ନେପାଳର ଝିଅ କି ଭାରତର...ଚାଲନ୍ତୁ ପୁରାଣ କଣ କହୁଛି ଜାଣନ୍ତୁ

ସୀତା ଜନକପୁର ରାଜା ଜନକଙ୍କର ପୁତ୍ରୀ ଥିଲେ । ସୀତା ବୈଦେହୀ ରାଜ୍ୟର ରାଜକୁମାରୀ ଥିଲେ । ବୈଦେହୀ ବର୍ତ୍ତମାନ ନେପାଳର ଜନକପୁର କିମ୍ବା ବିହାରର ମଧୁବନୀ ଜିଲ୍ଲାର ବଲିରାଜଗଡ଼ରେ ଅବସ୍ଥିତି

ମନୁଙ୍କ ନାତି ଓ ଇକ୍ଷାକୁରଙ୍କ ପୁତ୍ର ନିମି, ବୈଦେହ ସାମ୍ରାଜ୍ୟର ପ୍ରଥମ ରାଜା ଥିଲେ । ବୈଦେହ ସାମ୍ରାଜ୍ୟ ମିଥିଳା ନାମରେ ମଧ୍ୟ ପରିଚିତ । ଏହାର ଭାଷା ମୈଥିଳୀ, ଯାହା ଆଜି ବି ବିହାର ଓ ନେପାଳର କିଛି ଅଂଶରେ କୁହାଯାଏ

ବିଟ୍ରିଶ ସମୟରେ ମିଥିଳାରେ ତ୍ରିହୁତ, ଦ୍ବାରଭଙ୍ଗା, କାଶୀ. ପୂର୍ଣ୍ଣିଆ, ମୁଙ୍ଗେର, ଭାଗଲପୁର, ସଂତାଳ, ପରଗନା ଡିଭିଜନ ଓ ନେପାଳର କିଛି ଜିଲ୍ଲା ମଧ୍ୟ ସାମିଲ

କିଛି ଲୋକଙ୍କ ଅନୁସାରେ ନିମି ସହିତ ମିଥିଳା ରାଜବଂଶର ସବୁ ରାଜା ଜନକ ନାମରେ ଜଣାଶୁଣା । ଜନର ଶବ୍ଦର ଅର୍ଥ ବାପା ଓ ରାଜାକୁ ପିତାଙ୍କ ଆଖ୍ୟା ଦିଆଯାଏ

ଯେତେବେଳେ ରାମ ସୀତାଙ୍କ ସ୍ବୟଂବର ସଭାକୁ ଆସିଥିଲେ ସେତେବେଳେ ରାଜା ଜନକ ତାଙ୍କୁ କହିଥିଲେ ଯେ ଯେଉଁ ସ୍ଥାନରେ ସୀତା ମିଳିଥିଲେ ସେହି ସ୍ଥାନ ଏବେ ବିହାରର ସୀତାମଢି ନାମରେ ପରିଚିତ

ଏହା ବ୍ୟତୀତ ଯେଉଁ ସ୍ଥାନରେ ରାମ ସୀତାଙ୍କୁ ବିବାହ ପାଇଁ ଧନୁ ବିନ୍ଧିଥିଲେ, ସେହି ସ୍ଥାନ ନେପାଳର ଅଖାଡ଼ା ବୋଲି କିଛି ମତ ଆସେ

ଏହା ନିଶ୍ଚିତ ରୂପରେ କହିବା ସମ୍ଭବ ହେବ ନାହିଁ ଯେ ସୀତା ଭାରତ ଓ ନେପାଳର ଝିଅ ଥିଲେ । ଯେଉଁଭଳି ରାମାୟଣରେ ବର୍ଣ୍ଣିତ କିଛି କଥା ବିହାରରେ ସୀତାଙ୍କ ଜନ୍ମ ବାବଦରେ ବର୍ଣ୍ଣନା କରେ, ସେହିଭଳି କିଛି କଥା ନେପାଳ ଆଡକୁ ମଧ୍ୟ ଇସାରା କରେ । ସେଥିପାଇଁ ବୋଧେ ସୀତାଙ୍କୁ ଧରତ୍ରୀ ପୁତ୍ରୀ ବୋଲି କୁହାଯାଏ

ଏହି ରାଶିର ଲୋକଙ୍କୁ ଡାଇବେଟିସ ହେବା ଥୟ