ଭାରତୀୟ ବଜାରରେ ବାଇକର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ବାଇକ ପ୍ରେମୀମାନେ ବାଇକ କିଣିବା ପୂର୍ବରୁ ସବୁଠାରୁ ଭଲ ମଡେଲ କିଣିବା ପାଇଁ ଚିନ୍ତା କରିଥାନ୍ତି ।

ଯଦି ଆପଣମାନେ ମଧ୍ୟ ନିଜ ପାଇଁ ନୂଆ ବାଇକ କିଣିବାକୁ ପ୍ଲାନ କରୁଛନ୍ତି, ତାହା ପୁଣି 160ccର ପାୱାରଫୁଲ ଇଞ୍ଜିନ ସହିତ, ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଦମଦାର ବାଇକ ଲିଷ୍ଟ ବିଷୟରେ ଜଣାଇବୁ।

ତେବେ ଏହି ବାଇକ ଗୁଡ଼ିକରେ କ’ଣ ବିଶେଷତା ରହିଛି ଏବଂ ଏହି ବାଇକ କିଣିଲେ ଆପଣଙ୍କୁ କଣ ଲାଭ ମିଳିବ ଆସନ୍ତୁ ଜାଣିବା ।

TVS Apache RTR 160 ବାଇକ ଏକ ଭଲ ମଡେଲ । ଏହି ବାଇକ ଆଗରେ ଟେଲିସ୍କୋପିକ ଫର୍କ୍ସ ଏବଂ ରିୟରରେ ମୋନୋଶକ ସସପେନ୍ସନ ଦିଆଯାଇଛି ।

ଏଥିରେ ବ୍ରେକିଂ ଫିଚର ଭାବରେ ଫ୍ରଣ୍ଟରେ ୨୭୦ କିଲୋମିଟରର ପେଟଲ୍ ଡିସ୍କ ବ୍ରେକ୍ ଦିଆଯାଇଛି ।

ରିୟରରେ ୨୦୦ କିଲୋମିଟରର ପିଟର ଡିସ୍କ ବ୍ରେକ୍ କିମ୍ବା ୧୩୦ ମିଲିମିଟରର ଡ୍ରମ୍ ବ୍ରେକ୍ ସିଲେକ୍ଟ କରିବା ପାଇଁ ଅପ୍ସନ ଦିଆଯାଇଛି ।

ଏହି ବାଇକରେ 159.7 ସିସି ର ଇଞ୍ଜିନ ରହିଛି । ଯାହା ଲିଟର ପିଛା ୪୫ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ ଦେଇଥାଏ ।

ଏହି ବାଇକର ଏକ୍ସ-ଶୋ’ରୁମ ମୂଲ୍ୟ ୧.୯ ଲକ୍ଷ ରହିଛି ।

ହିରୋ କମ୍ପାନୀ ସବୁଠାରୁ ଅଧିକ ବାଇକ ସେଲ କରୁଥିବା କମ୍ପାନୀ ଭାବେ ବେଶ ଜଣାଶୁଣା ।

ତେବେ ହିରୋ Xtreme 160R ବାଇକରେ 163cc ଏୟାର କୁଲ୍ SOHC ଇଞ୍ଜିନ ରହିଛି।

ବାଇଶି ପାହାଚର ବଡ ରହସ୍ୟ, ଜାଣିବା ପାଇଁ ଲିଙ୍କ ଉପରେ କ୍ଲିକ୍ କରନ୍ତୁ