ରୋଷେଇର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ପିଆଜ। କେବଳ ତରକାରୀ ନୁହେଁ ସାଲାଡରେ ମଧ୍ୟ ଏହା ବ୍ୟବହୃତ ହୁଏ। 

ପରିବା ବଳି ଗଲେ ଏହାକୁ ଫ୍ରିଜରେ ରଖାଯାଏ । ଯଦିଓ କଟା ପିଆଜ ବଳିଯାଏ ଏହାକୁ କିନ୍ତୁ ଫ୍ରିଜ୍‌ରେ ରଖିବା ଠିକ ନୁହେଁ ।

କଟା ଏବଂ ଚୋପା ଛଡା ହୋଇଥିବା ପିଆଜରେ ଜୀବାଣୁ ସଂକ୍ରମଣ ଆରମ୍ଭ ହୁଏ।

କଟା ପିଆଜକୁ ଖୋଲା ସ୍ଥାନରେ ରଖିବା ଦ୍ବାରା ଏଥିରେ ବ୍ୟାକ୍ଟେରିଆ ବଢ଼ିଥାଏ। ରିସର୍ଚ୍ଚ ଅନୁସାରେ କଟା ପିଆଜରେ ଜୀବାଣୁ ଅତି ଶୀଘ୍ର ବଢ଼ନ୍ତି ।

ଏହାକୁ ରେଫ୍ରିଜରେଟରରେ ରଖିବା ଦ୍ବାରା ଏଥିରେ ରଖାଯାଇଥିବା ଅନ୍ୟ ଖାଦ୍ୟ ସାମଗ୍ରୀର ସ୍ୱାଦ ପରିବର୍ତ୍ତନ ହୁଏ ।

ଏହା ଅତ୍ୟନ୍ତ ଶକ୍ତିଶାଳୀ ଗନ୍ଧ ସମସ୍ତ ଫ୍ରିଜରେ ବ୍ୟାପିଥା । ଫ୍ରିଜରେ ରଖାଯାଇଥିବା ଖାଦ୍ୟର ସ୍ୱାଦ ମଧ୍ୟ ବଦଳିପାରେ । 

କଟା ପିଆଜରେ ବହୁତ ଆର୍ଦ୍ରତା ରହିଥାଏ । ଯଦି ଆପଣ କେବେ ରେଫ୍ରିଜରେଟେଡ୍ କଟା ପିଆଜର ରଖନ୍ତି ତେବେ ଏହା ଆହୁରି ନରମ ହୁଏ ।

କଟା ପିଆଜରେ ଏନଜାଇମ୍ ଥାଏ ଯାହା ରେଫ୍ରିଜରେଟରର ଥଣ୍ଡା ତାପମାତ୍ରା ସହିତ ପ୍ରତିକ୍ରିୟା କରିପାରେ । ଯାହା ଖାଦ୍ୟରେ ତିକ୍ତ ସ୍ୱାଦ ସୃଷ୍ଟି କରିପାରେ  ।

କିଛି ଲୋକ ରେଫ୍ରିଜରେଜେସନ୍ ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା ପାଇବା ପାଇଁ ଫ୍ରିଜରେ କଟା ପିଆଜ ରଖିବାକୁ ପସନ୍ଦ କରନ୍ତି  ।

 ଫ୍ରିଜରେ ଏହାକୁ ରଖିବା ଦ୍ବାରା ଅନ୍ୟ ସାମଗ୍ରୀ ବ୍ୟତୀତ ଫ୍ରିଜ ମଧ୍ୟ ନଷ୍ଟ ହୋଇପାରେ।