୧୪ ତମ ଗର୍ଭବତୀ ଥିବା ସମୟରେ ୭୮୭ କିମି ଚାଲିଥିଲେ ବେଗମ, କାହିଁକି

ମୁମତାଜ, ମୋଗଲ ବାଦଶାହଙ୍କ ୧୩ ନମ୍ବର ପତ୍ନୀ ଥିଲେ । ସେ ନିଜ ବେଗମ ମୁମତାଜଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କରିଥିଲେ

୧୪ ତମ ସନ୍ତାନର ଜନ୍ମ ସମୟରେ ବେଗମଙ୍କର ଦେହାନ୍ତ ହୋଇଥିଲା । ଗର୍ଭ ଯନ୍ତ୍ରଣା ଅହସ୍ୟ ହେବାରୁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ତାଙ୍କ ମୃତ୍ୟୁ ମଧ୍ୟପ୍ରଦେଶ ବୁରହାନପୁର ଜିଲ୍ଲା ଜୈନାବାଦରେ ହୋଇଥିଲା

କଣ ଆପଣ ଜାଣିଛନ୍ତି ଏହି ସମୟରେ ସେ ୭୮୭କିମି ପାଦରେ ଚାଲିଥିଲେ 

ଐତିହାସିକଙ୍କ ଅନୁସାରେ, ଶାହାଜାହାନ ମୁମତାଜଙ୍କୁ ବହୁତ ଭଲ ପାଉଥିଲେ । ସେ ମୁମତାଙ୍କୁ ଛାଡ଼ି ଯିବାକୁ ଚାହୁଁନଥିଲେ । ଲୋଦି ବିଦ୍ରୋହ ପାଇଁ ଶାହଜାହାନଙ୍କୁ ବରହାନପୁର ଯିବାକୁ ପଡ଼ିଥିଲା । ସେତେବେଳେ ମୁମତାଜ ଗର୍ଭବତୀ ଥିଲେ 

ଗର୍ଭବତୀ ଥିବା ସତ୍ତ୍ବେ ଶାହାଜାହାନ ତାଙ୍କୁ ଆଗ୍ରାରୁ ୭୮୭ କିମି ଦୂର ଧୌଲପୁର, ଗ୍ବାଲିଅର, ମାରବାଡ଼ ସିରୋଞ୍ଜ, ହନ୍ଦିଆ ଦେଇ ବୁରହାନପୁର ନେଇଯାଇଥିଲେ

ଲମ୍ବା ଯାତ୍ରା କାରଣରୁ ମୁମତାଜ ଅଧିକ ଥକି ଯାଇଥିଲା । ଯାହାର ପ୍ରଭାବ ତାଙ୍କ ଗର୍ଭ ଉପରେ ପଡ଼ିଥିଲା । ତାପରେ କଷ୍ଟ ହେବା ଆରମ୍ଭ ହୋଇଥିଲା

ମୁମତାଜ ପ୍ରସବପୀଡ଼ାରେ କଷ୍ଟ ପାଉଥିବା ବେଳେ , ଶାହାଜାହାନ ବିଦ୍ରୋହ ଶେଷ କରିବା ପାଁଇଁ ଋଣନୀତି ପ୍ରସ୍ତୁତ କରୁଥୁଲେ । ତାଙ୍କୁ ପତ୍ନୀଙ୍କ ଅସୁସ୍ଥତା ବାବଦରେ ଜଣାପଡିଲା କିନ୍ତୁ ସେ ଆସିନଥିଲେ

ମୁମତାଜ ଅଧା ରାତିରରେ କଷ୍ଟ ପାଉଥିଲେ । ୩୦ ଘଣ୍ଟାର କଷ୍ଟ ଯନ୍ତ୍ରଣା ପରେ ଝିଅ ଗୌହର ଜନ୍ମ ନେଇଥିଲା । ସେତେବେଳେ ମୁମତାଜ ବେହୋସ ଥିଲେ । ଶାହାଜାହାନ ସେଠାରେ ପହଞ୍ଚିବା ପରେ ମୁମତାଜ ଆଖି ଖୋଲିଥିଲେ । ମାତ୍ର କିଛି ସମୟ ପରେ ଆଖି ବୁଜି ଦେଇଥିଲେ

କାହିଁକି ନିଜ ଝିଅର ବିବାହ କରାଇନଥିଲେ ଆକବର