ଖାଦ୍ୟରେ ଅଦା ଏକ ଅତ୍ୟାବଶ୍ୟକ ଜିନିଷ ଭାବେ ଆମେ ସମସ୍ତେ ଜାଣୁ।

ଏହା ସମ୍ପୂର୍ଣ୍ଣ ଭାବେ ନିରାମିଷ ହୋଇଥିବାରୁ ବିଭିନ୍ନ ଆଇଟମ୍‌ ତିଆରି କରିବା ପାଇଁ ବ୍ୟବହାର ହୋଇଥାଏ।

ଅଦାରେ ଭିଟାମିନ୍‌ B3 ସମେତ, ଆଇରନ୍‌, ପୋଟାସିୟମ, ମ୍ୟାଗ୍ନେସିୟମ, ଜିଙ୍କ ଭରପୂର ରହିଥାଏ।

ଅଦାରେ ୧୦ଟି ଉପଯୋଗୀ ଗୁଣ ଥାଏ ଯାହାକି ଶରୀର ପାଇଁ ବେଶ ଲାଭଦାୟକ।

ତେବେ ଅଦା ଖାଇବାର ସ୍ବର୍ବାଧିକ ଫାଇଦା ହେଉଛି ଏଥିରେ ଜିଞ୍ଜରୋଲ ମାତ୍ରା ଭରପୂର ଥାଏ।

ଅଦା ଖାଇବା ଦ୍ବାରା ହଜମ ପ୍ରକ୍ରିୟା ଭଲ ହୁଏ ଓ ଇମ୍ୟୁନ୍ ସିଷ୍ଟମ୍‌ ମଜବୁତ ହୋଇଥାଏ।

ଅଦାରେ  ଏପରି ଗୁଣ ରହିଛି ଯାହାକି ବ୍ଲଡ୍‌ ପ୍ରେସର୍‌ କମାଏ ଚର୍ମକୁ ସୁସ୍ଥ ରଖେ।

ଏହାକୁ ଖାଇବା ଦ୍ବାରା ଓଜନ କମିଥାଏ ଓ ଥଣ୍ଡା ତଥା କାଶରୁ ମୁକ୍ତି ମିଳିଥାଏ।

କେବଳ ସେତିକି ନୁହେଁ ଡାଇବେଟିସ୍‌ ଓ ଗଣ୍ଠିବାତ ରୋଗୀଙ୍କ ପାଇଁ ବି ଏହା ଫାଇଦା ଦିଏ।

ଅଦା ଖାଇବା ଦ୍ବାରା ଚାପ ଏବଂ ମାନସିକ ରୋଗରୁ ରକ୍ଷା କରିଥାଏ ।