ଖାଇବା ପରେ ପାଣି ପିଇବା ଏକ ଦୈନନ୍ଦିନ ପ୍ରକ୍ରିୟା।

ଖାଦ୍ୟ ଖାଇସାରିବା ପରେ ପାଣି ପିଇଲେ ହଜମ ପ୍ରକ୍ରିୟା ସହଜ ହୋଇଥାଏ।

ତେବେ ଏମିତି କିଛି ଫଳ ଅଛି ଯାହାକୁ ଖାଇବା ପରେ ଆଦୌ ପାଣିପିଇବା ଉଚିତ ନୁହେଁ।

ଅବଶ୍ୟ ଫଳ ଆମ ଶରୀର ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ।

କିନ୍ତୁ ଫଳ ଖାଇବା ପରେ ପାଣି ପିଇଲେ ସ୍ବାସ୍ଥ୍ୟପ୍ରତି କ୍ଷତିକାରକ ହୋଇପାରେ।

କଦଳୀ ଆମ ଶରୀର ପାଇଁ ବେଶ୍ ଭଲ, କିନ୍ତୁ ଖାଇବା ପରେ ପାଣି ପିଇବା ଉଚିତ ନୁହେଁ।

ପିଜୁଳି ଖାଇବା ପରେ ପାଣି ପିଇଲେ ହଜମ ପ୍ରକ୍ରିୟା ସଠିକ୍ ହୋଇନଥାଏ।

ଖଟା ଜାତୀୟ ଖାଦ୍ୟ ଖାଇବା ପରେ ଆଦୌ ପାଣି ପିଅନ୍ତୁ ନାହିଁ।

ତରଭୁଜ ଖାଇବା ପରେ ପାଣି ପିଇଲେ ପେଟ ଖରାପ ହୁଏ।

ନଡିଆ ଖାଇବା ପରେ ଭୁଲରେ ବି ପାଣି ପିଅନ୍ତୁନି।