ଭୁଲରେ ବି ଏହି ଲୋକମାନଙ୍କ ଉପରେ ଆଦୌ କରନ୍ତୁନି ଭରସା। ବିପଦରେ ପଡ଼ିଯିବ ଆପଣଙ୍କ ଜୀବନ।

ଗୁରୁଜନମାନେ ଆମକୁ ଶିକ୍ଷା ଦିଅନ୍ତି ଯେ ଭାବିଚିନ୍ତି ଜଣେ ବ୍ୟକ୍ତିଙ୍କ ଉପରେ ଭରସା କରିବାକୁ।

ତଥାପି ଆମେ ଅନେକ ଥର ଅଜାଣତରେ ଏଭଳି ଭୁଲ କରି ବସୁ, ଯାହା ଆମକୁ ଜୀବନରେ ମହଙ୍ଗା ପଡ଼େ।

ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ବିଶ୍ବାସ କରିବା ବିଷୟରେ ଆଲୋଚନା କରିଛନ୍ତି। ସେ ଏଥିରେ ଜଣାଇଛନ୍ତି କେଉଁ ଲୋକଙ୍କ ଉପରେ ଆଦୌ ବିଶ୍ବାସ କରିବା କଥା ନୁହେଁ।

ହାତରେ ଅସ୍ତ୍ର ଧରୁଥିବା ଲୋକ- ଚାଣକ୍ୟଙ୍କ ନୀତି ଅନୁସାରେ ଯେଉଁ ବ୍ୟକ୍ତି ହାତରେ ଅସ୍ତ୍ର ଧରି ବୁଲେ, ସେଭଳି ବ୍ୟକ୍ତି ଆପଣଙ୍କ ପାଇଁ ବିପଦ ସୃଷ୍ଟି କରିପାରନ୍ତି। ଏଭଳି ବ୍ୟକ୍ତିଙ୍କ ଉପରେ ଆଦୌ ବିଶ୍ବାସ କରନ୍ତୁ ନାହିଁ।

ଚାଣକ୍ୟ ନୀତି ଅନୁସାରେ ନିଜ ସ୍ବାର୍ଥ ବିଷୟରେ ସବୁବେଳେ ଭାବୁଥିବା ଲୋକଙ୍କ ଉପରେ ବିଶ୍ବାସ କରିବା ପୂର୍ବରୁ ହଜାର ଥର ଭାବନ୍ତୁ। କାରଣ ଏଭଳି ଲୋକ କେବେ ବି ଆପଣଙ୍କୁ ସମସ୍ୟାରେ ପକାଇପାରନ୍ତି।

ଶିଙ୍ଘ ଓ ବଡ଼ ବଡ଼ ନଖ ଥିବା ପଶୁ- ସବୁ ପଶୁଙ୍କ ଉପରେ ବିଶ୍ବାସ କରିବା ମଧ୍ୟ ମୂର୍ଖାମୀ। ମୁଖ୍ୟତଃ ଶିଙ୍ଘ ଓ ବଡ଼ ବଡ଼ ନଖ ରଖିଥିବା ପଶୁ ଯେକୌଣସି ସମୟରେ ରାଗିଯାଏ ଆପଣଙ୍କ ଉପରେ ଆକ୍ରମଣ କରିପାରନ୍ତି।

ନଦୀର ଶାନ୍ତ ଥିବା ପାଣି- ନଦୀର ଶାନ୍ତ ସ୍ବଭାବର ଅନ୍ଦାଜା ତାର ଗଭୀରତାରୁ ଜଣାପଡ଼େ ନାହିଁ। କାରଣ ଏହା ଉପରୁ ଶାନ୍ତ ରହିଥିବା ବେଳେ ଭିତରୁ ବହୁତ ବିପଦପୂର୍ଣ୍ଣ ହୋଇଥାଏ।

ଚାଣକ୍ୟ ନୀତି ଅନୁଯାୟୀ ବଡ଼ ପଦବୀର ନିକଟତର ଲୋକ କେବେ ବିଶ୍ବାସ ଯୋଗ୍ୟ ନୁହଁନ୍ତି।

ସେହିପରି ପ୍ରତି କଥାରେ ମିଛ କହୁଥିବା ବ୍ୟକ୍ତି ମଧ୍ୟ ବିଶ୍ବାସ ଯୋଗ୍ୟ ନୁହେଁ।