ବାସ୍ତୁଶାସ୍ତ୍ରରେ ଅନେକ ନିୟମ ରହିଛି, ଯାହାକୁ ଅନୁସରଣ କରି ବାଧାବିଘ୍ନକୁ ଦୂର କରିହେବ

ଏମିତି କିଛି ଜିନିଷ ରହିଛି, ଯାହାକୁ ଲୋକମାନେ ସାଧାରଣ ମନେ କରି ପରସ୍ପରକୁ ଦେଇଥାନ୍ତି

ଅନେକ ଜିନିଷ ମାଗି ଆଣିବା ଦ୍ବାରା ଏହାର ନକାରାତ୍ମକ ପ୍ରଭାବ ଆମ ଜୀବନରେ ସିଧାସଳଖ ପଡ଼ିଥାଏ

ଏଭଳି ଅନେକ ଜିନିଷ ରହିଛି, ଯାହାକୁ କେବେ ମଧ୍ୟ ମାଗିବା ଉଚିତ ନୁହେଁ

ଦହି: ବାସ୍ତୁଶାସ୍ତ୍ର ଅନୁଯାୟୀ, ଦହି ନେଉଥିବା ଓ ଦେଉଥିବା ଲୋକଙ୍କ ଘରେ ଅଶାନ୍ତିର ବାତାବରଣ ସୃଷ୍ଟି ହୁଏ, ଅର୍ଥ ହାନି ହେବା ଆଶଙ୍କା ଥାଏ

ରାଶି : ମାଗଣାରେ ରାଶି ନେବା କିମ୍ବା ଦେବା ଅଶୁଭ ହୋଇଥାଏ, ଜ୍ୟୋତିଷ ଶାସ୍ତ୍ର ମତରେ ରାଶିର ସମ୍ପର୍କ ରାହୁ କେତୁ ସହ ଶନିଦେବଙ୍କ ସହିତ ରହିଥାଏ

ଲୁଣ: ଲୁଣ ଦାନ କଲେ ଶନିଦେବ ରୁଷ୍ଟ ହୋଇଥାନ୍ତି ଓ ଏହାଦ୍ବାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସହ ଆର୍ଥିକ ଅନଟନ ଦେଖାଯାଏ

ରୁମାଲ୍‌ : ବାସ୍ତୁ ଅନୁଯାୟୀ, କାହାଠାରୁ ମାଗଣାରେ ରୁମାଲ୍‌ ନେବା ମଧ୍ୟ ଅନୁଚିତ; ଏଭଳି କରିବା ଦ୍ବାରା ଘରେ କଳି ଝଗଡ଼ାର ପରିବେଶ ସୃଷ୍ଟି ହେବ

ଦିଆସିଲି : ବାସ୍ତୁ ଅନୁଯାୟୀ, ମାଗଣାରେ ଦିଆସିଲି ଦେବା ବା ଗ୍ରହଣ କରିବା ଉଚିତ ନୁହେଁ । ଏଭଳି କରିବା ଦ୍ବାରା ଶାନ୍ତିଭଙ୍ଗ ହୋଇଥାଏ।