Earth will be destroyed: ବୈଜ୍ଞାନିକମାନେ ମହାକାଶ ସହ ଜଡ଼ିତ ସବୁ ଖବର ବାବଦରେ ସୂଚନା ପ୍ରଦାନ କରୁଛନ୍ତି । ଅନ୍ତରୀକ୍ଷରେ ଘଟୁଥିବା ଘଟଣାବଳୀ ବାବଦରେ ବୈଜ୍ଞାନିକମାନେ ଲୋକମାନଙ୍କୁ ଅବଗତ କରାଇଥାଆନ୍ତି ।

ଇତିମଧ୍ୟରେ ଆଉ ଖୁଲାସା ହୋଇଛି। ଏହି ଖୁଲାସାରେ କୁହାଯାଉଛି ଯେ ଆଉ କିଛି ବର୍ଷ ମଧ୍ୟରେ ପୃଥିବୀ ହୋଇଯିବ ଧ୍ବଂସ। ତେବେ ଆଗକୁ କଣ ହେବ...

ପୃଥିବୀକୁ ନେଇ ଏକ ଭୟାନକ ଷ୍ଟଡି ସାମ୍ନାକୁ ଆସିଛି।

ଏଥିରେ କୁହାଯାଇଛି ଯେ କିଛି ବର୍ଷ ମଧ୍ୟରେ ପୃଥିବୀ ଶୁକ୍ର ଗ୍ରହ ପରି ହୋଇଯିବ।

ଅର୍ଥାତ୍ ପୃଥିବୀ ମଧ୍ୟ ଏକ ଗରମ ଏବଂ ଜଳୁଥିବା ନର୍କ ପରି ଗ୍ରହ ହେବ।

ବାସ୍ତବରେ ଗ୍ରୀନ୍ ହାଇସ୍ ଗ୍ୟାସର ପ୍ରଭାବ ବିଷୟରେ ବୈଜ୍ଞାନିକମାନେ ଏକ ଷ୍ଟଡି କରିଛନ୍ତି।

ଏହି ସମୟ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ପାଇଁ ଗ୍ରୀନ୍ ହାଉସ୍ ଗ୍ୟାସ୍ ଦାୟୀ ବୋଲି ଜଣାପଡ଼ିଛି।

ଯଦି ଏହିପରି ଗ୍ରୀନ୍ ହାଉସ୍ ଗ୍ୟାସ୍ ବୃଦ୍ଧି ପାଇବାରେ ଲାଗେ ତେବେ ପୃଥିବୀ ମଧ୍ୟ ଶୁକ୍ର ପରି ଦେଖାଯିବା ଆରମ୍ଭ କରିବ।

ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ଏହି ଫଳାଫଳଗୁଡ଼ିକ ଆସନ୍ତା ୧୦୦ ବର୍ଷ ମଧ୍ୟରେ ଘଟିବ।

ଏହାର ଫଳାଫଳ ଜ୍ୟୋତିର୍ବିଜ୍ଞାନ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି।

ଫ୍ରାନ୍ସର CNRS ଲାବୋରେଟୋରୀ ଏହଂ ଜେନେଭା ବିଶ୍ବବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନ ନେତୃତ୍ବରେ ଏହି ଅଧ୍ୟୟନ କରାଯାଇଛି।