ଅଣ୍ଡା ଏପରି ଜିନିଷ, ଯାହାକୁ ଅଧିକାଂଶ ଲୋକ ପ୍ରାୟ ସକାଳେ ଟିଫିନରେ ଖାଇବାକୁ ପସନ୍ଦ କରନ୍ତି।

ହେଲେ ଏକ ନୂଆ ଅଧ୍ୟୟନ ଅନୁଯାୟୀ, ଅଧିକ ଅଣ୍ଡା ଖାଇବା ଦ୍ୱାରା ଡାଇବେଟିସ୍ ହେବାର ଆଶଙ୍କା ବଢ଼ିପାରେ।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଏପରି ବ୍ୟକ୍ତି ଯେଉଁମାନେ ପ୍ରତିଦିନ ଗୋଟିଏ କିମ୍ବା ଅଧିକ ଅଣ୍ଡା ଖାଉଛନ୍ତି ଅର୍ଥାତ୍ ପ୍ରାୟ ୫୦ ଗ୍ରାମ ସହିତ ସମାନ, ସେମାନଙ୍କୁ ଡାଇବେଟିସ୍ ହେବାର ଆଶଙ୍କା ୬୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ।

ମହିଳାଙ୍କ ଉପରେ ଏହାର ପ୍ରଭାବ ପୁରୁଷଙ୍କ ଅପେକ୍ଷା ଅଧିକ ଦେଖାଯାଇଛି।

ଚାଇନା ମେଡିକାଲ ୟୁନିଭରସିଟି ଏବଂ କାତାର ବିଶ୍ୱବିଦ୍ୟାଳୟ ସହଭାଗିତାରେ ଦକ୍ଷିଣ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ଏହି ଅଧ୍ୟୟନ କରିଥିଲା।

ଏହି  ଅଧ୍ୟୟନ ୧୯୯୧ ରୁ ୨୦୦୯ ପର୍ଯ୍ୟନ୍ତ କରାଯାଇଥିଲା । ଏଥିରେ ସର୍ବପ୍ରଥମେ ଚୀନ୍ ଲୋକଙ୍କ ଉପରେ ଅଣ୍ଡା ଖାଇବାର ପ୍ରଭାବ ଉପରେ ଏକ ଅଧ୍ୟୟନ କରାଯାଇଥିଲା । ଏଥିରେ ବହୁ ସଂଖ୍ୟକ ବୟସ୍କ ବ୍ୟକ୍ତି ଜଡିତ ଥିଲେ ।

ଏପିଡେମୋଲୋଜିଷ୍ଟ ତଥା ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ମିଙ୍ଗଲି କହିଛନ୍ତି ଯେ, ଯଦି ଆପଣଙ୍କର ଟାଇପ୍-୨ ମଧୁମେହ ଅଛି, ତେବେ ଡାଏଟ୍ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ତେଣୁ କେଉଁ ଖାଦ୍ୟ ପଦାର୍ଥ ଏହି ରୋଗ ହେବାର ସମ୍ଭାବନା ବଢ଼ାଇଥାଏ ତାହା ବୁଝିବା ଜରୁରୀ।

ବୈଜ୍ଞାନିକଙ୍କ କହିବା ମୁତାବକ ଖାଦ୍ୟରେ ଶସ୍ୟ ଏବଂ ପନିପରିବାକୁ ଛାଡି ପ୍ରକ୍ରିୟାକୃତ ଡାଏଟ୍, ଖାଦ୍ୟରେ ଅଧିକ ପରିମାଣର ଶାକାହାରୀ ଜିନିଷ, ସ୍ନାକ୍ସ ଏବଂ ଏନର୍ଜି ଥିବା ସାମଗ୍ରୀ ଖାଇବା ଦ୍ୱାରା ଡାଇବେଟିସ୍ ହେବାର ଆଶଙ୍କା ବଢ଼ିଥାଏ।

ଏହିସବୁ ଜିନିଷ ସହିତ ଆଜିକାଲି ମଧ୍ୟ ଅଣ୍ଡାର ବ୍ୟବହାର ବୃଦ୍ଧି ପାଇଛି, ଯାହା ଡାଇବେଟିସ୍ ହେବାର ଆଶଙ୍କା ବଢ଼ାଇଥାଏ।

ଚାଇନାରେ କରାଯାଇଥିବା ଏହି ସର୍ଭେ ଅନୁଯାୟୀ ଗତ ଦଶନ୍ଧିରେ ଅଣ୍ଡା ଖାଉଥିବା ଲୋକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି।

ଏହି ଅଧ୍ୟୟନ ବ୍ରିଟିଶ ଜର୍ଣ୍ଣାଲ ଅଫ ନ୍ୟୁଟ୍ରିସନରେ ପ୍ରକାଶିତ ହୋଇଛି।

ଭାରତରେ ଏମିତି ଅନେକ ରହସ୍ୟମୟ ମନ୍ଦିର ଅଛି, ଯେଉଁଠାକୁ ଯିବାକୁ ଲୋକେ ଡରନ୍ତି...