ଭାରତ ୫ ଶକ୍ତିଶାଳୀ ହିନ୍ଦୁ ରାଜା। ଯାହାଙ୍କ ନାମ ଶୁଣିବା ମାତ୍ରେ ଥରୁଥିଲେ ମୋଗଲ ଶାସକଙ୍କ ସହ ବ୍ରିଟିଶ ଶାସକ।

ମହାରାଣା ପ୍ରତାପ -ମେୱାରର ଶାସନକର୍ତ୍ତା ଥିଲେ। ସେ ସିସୋଦିଆ ବଂଶର ରାଜପୁତ ବଂଶଧର ଥିଲେ। ମହାରାଣା ପ୍ରତାପ ସିଂହ ହେଉଛନ୍ତି ଜଣେ ନିର୍ଭୟ ଯୋଦ୍ଧା ଏବଂ ବିଚକ୍ଷଣ ବୁଦ୍ଧିରେ ଚତୁର। ସେ ସଫଳତାର ସହିତ ମହାନ୍ ଶକ୍ତିଶାଳୀ ସେନା ମୋଗଲ ସହ ଯୁଦ୍ଧକରି ମୃତ୍ୟୁ ବରଣ କରିବା ପର୍ଯ୍ୟନ୍ତ ନିଜ ପ୍ରଜାମାନଙ୍କୁ ରକ୍ଷା କରିଥିଲେ।

୨୫ ବର୍ଷ ଲଢ଼ିଥିଲେ ଯୁଦ୍ଧ- ମହାରାଣା ପ୍ରତାପଙ୍କ ଶାସନକାଳରେ ମୋଗଲ ସମ୍ରାଟ ଅକବର ତାଙ୍କ ରାଜ୍ୟରେ ଆକ୍ରମଣ କରିଥିଲେ। ଯାହା ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଏହି ଯୁଦ୍ଧରେ ମେୱାରର ଅନ୍ୟ ରାଜାଙ୍କ ସହ ଲଢ଼ିଥିଲେ ମହାରାଣା ପ୍ରତାପ ସିଂହ।

ପୃଥ୍ବୀରାଜ ଚୌହାନ- ପୃଥ୍ବୀରାଜ ଚୌହାନ୍, ଜଣେ ବୀର ଯିଏ ମୌଗଲ ଶାସକମାନଙ୍କର ଆକ୍ରମଣ ବିରୁଦ୍ଧରେ ସାହସର ସହ ଲଢ଼ିଥିଲେ। ନିଜ ଶାସନକାଳରେ ଅନେକ ସଫଳତା ହାସଲ କରିଥିଲେ ପୃଥ୍ବୀରାଜ ଚୌହାନ।

ପୃଥ୍ବୀରାଜ ଚୌହାନ ନିଜ ଶାସନକାଳରେ ସଂସ୍କୃତି, କଳା ଓ ସାହିତ୍ୟର ଖୁବ୍ ବିକାଶ କରିଥିଲେ। ତାଙ୍କ ଶାସନକାଳରେ ତାଙ୍କ ନାଁ ଶୁଣି ଡରିଯାଉଥିଲେ ମୋଗଲ ଶାସକ।

ସମୁଦ୍ରଗୁପ୍ତ- ଚନ୍ଦ୍ରଗୁପ୍ତ ଦ୍ବିତୀୟଙ୍କ ପୁତ୍ର ଥିଲେ ସମୁଦ୍ରଗୁପ୍ତ। ସେ ଭାରତର ଗୁପ୍ତ ବଂଶର ମହାନ ଶାସକ ଥିଲେ। ଜଣେ ଦିଗବିଜୟୀ ବୀର ରୂପେ ସମୁଦ୍ରଗୁପ୍ତ ଅସାଧାରଣ ପ୍ରତିଭାର ପରିଚୟ ଦେଇଥିଲେ।

କୃଷ୍ଣଦେବ ରାଓ- କୃଷ୍ଣଦେବ ରାଓ ବିଜୟନଗର ସାମ୍ରାଜ୍ୟର ଜଣେ ପ୍ରସିଦ୍ଧ ଶାସକ ଥିଲେ। ତାଙ୍କ ଶାସନକାଳରେ ବିଜୟନଗରକୁ ସୁବର୍ଣ୍ଣ ଯୁଗ କୁହାଯାଉଥିଲା। ସେ ୧୫୦୮ରୁ ୧୫୩୦ ପର୍ଯ୍ୟନ୍ତ ଶାସନ କରିଥିଲେ।

କବି ବି ଥିଲେ କୃଷ୍ଣଦେବ ରାଓ- କୃଷ୍ଣଦେବ ରାଓ ଭଲ ଶାସକ ହେବା ସହ ଜଣେ ଭଲ କବି ମଧ୍ୟ ଥିଲେ। ଆଉ ତାଙ୍କ ଦ୍ବାରା ଲେଖାଯାଥିବା କାବ୍ୟ ଓ ନାଟକ ଭାରତୀୟ ସାହିତ୍ୟରେ ଏକ ମହତ୍ବପୂର୍ଣ୍ଣ ସ୍ଥାନ ଅଧିକାର କରିଛି।

ସମ୍ରାଟ ଅଶୋକ ମୌର୍ଯ୍ୟ- ପ୍ରାଚୀନ ଭାରତର ମୌର୍ଯ୍ୟ ବଂଶୀୟ ସମ୍ରାଟ ଥିଲେ ଅଶୋକ ମୌର୍ଯ୍ୟ। ଯିଏ 268 BCEରୁ 232 BCE ମଧ୍ୟରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ। ସେ ବିଧ୍ୱଂସୀ କଳିଙ୍ଗ ଯୁଦ୍ଧର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକରେ ପରିବର୍ତ୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ।

ଅଶୋକ, ବିଶ୍ୱ ଦରବାରରେ ବୌଦ୍ଧଧର୍ମକୁ ପରିଚିତ କରାଇବାରେ ଏକ ଉଲ୍ଲେଖନୀୟ ଅବଦାନ ବହନ କରନ୍ତି। ତାଙ୍କ ସାମ୍ରାଜ୍ୟର ଚିହ୍ନ "ଅଶୋକ ସ୍ତମ୍ଭ" ଆଜି ଭାରତର ରାଷ୍ଟ୍ରୀୟ ଚିହ୍ନ ଭାବେ ପରିଚିତ ।

ପ୍ରଥମେ କେଉଁଠୁ ଆସିଲେ ମାନବ? ଜାଣନ୍ତୁ ରହସ୍ୟ...