ଭୂତର କାହାଣୀ ଶୁଣିବାକୁ ଅନେକ ଲୋକ ପସନ୍ଦ କରନ୍ତି।

ହେଲେ ସତରେ କଣ ଭୂତ ଅଛନ୍ତି କି? କେହି କଣ କେବେ ଭୂତ ଦେଖିଛନ୍ତି କି।

ତେବେ ଆଜି ଆମେ ଆପଣଙ୍କୁ ଏପରି ରେଳ ଷ୍ଟେସନର କାହଣୀ କହିବୁ ଯେଉଁଠି ଭୂତର ଭୟ ହେତୁ ଗତ ୪୨ ବର୍ଷରୁ ଟ୍ରେନ୍ ଏହି ଷ୍ଟେସନରେ ରୁହେନାହିଁ।

ଏହାକୁ ଲୋକମାନେ ଭୂତିଆ ରେଳଷ୍ଟେସନ (Haunted Railway Station) ବୋଲି କୁହନ୍ତି।

ଏହି ଷ୍ଟେସନ ପଶ୍ଚିବଙ୍ଗର ପୁରୂଲିଆ ଜିଲ୍ଲାରେ ଅବସ୍ଥିତ।

ଏହି ଷ୍ଟେସନର ନାଁ ହେଉଛି ବେଗୁଙ୍କୋଡୋର ରେଳ ଷ୍ଟେସନ (Begunkodor Railway Station)। ତେବେ ୧୯୬୦ ମସିହାରେ ଏହି ଷ୍ଟେସନ ଖୋଲାଯାଇଥିଲା।

ଏଠାରେ ବସବାସ କରୁଥୁବା ଗାୀଁ ଲୋକଙ୍କ କହିବା ଅନୁଯାୟୀ ଏହି ଷ୍ଟେସନରେ କୌଣସି ବି ଟ୍ରେନ୍ ରୁହେ ନାହିଁ। କାରଣ ହେଉଛି ଏହି ଷ୍ଟେସନରେ ଭୂତମାନେ ବାସ କରନ୍ତି।

ଦୀର୍ଘ ୪୨ ବର୍ଷ ଧରି କୌଣସି ଟ୍ରେନ୍ ଷ୍ଟେସନ ଦେଇ ଗଲାବେଳେ ଅଟକେ ନାହିଁ କି ଯାତ୍ରୀ ମଧ୍ୟ ଏହି ଷ୍ଟସନରେ ଓହ୍ଲାଆନ୍ତି ନାହିଁ।

ଭୂତମାନଙ୍କ ପାଇଁ ଭୟ ହେତୁ ଏଠାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ସନ୍ଧ୍ୟାରେ ଷ୍ଟେସନରେ ରୁହନ୍ତି ନାହିଁ। ସେମାନଙ୍କ କହିବା କଥା ସେମାନେ ଏହି ଷ୍ଟେସନରେ ଭୂତ ରହୁଥିବା ଅନୁଭବ କରିଛନ୍ତି।

ଏହି ରେଳ ଷ୍ଟେସନ ୧୯୬୦ ମସିହାରେ ଖୋଲା ଯାଇଥିଲା। କିନ୍ତୁ ଖୋଲାଯିବାର ୭ ବର୍ଷ ପରେ ଏଠାରେ ଅଜବ ଘଟଣା ଘଟିବାକୁ ଲାଗିଲା।

ଧୀରେ ଧୀରେ ଏଠାକୁ ଆସିଥିବା ଲୋକମାନେ ଭୂତ ରହୁଥିବାର ଅନୁଭବ କଲେ।

୧୯୬୭ ମସିହାରେ ଜଣେ ରେଳ କର୍ମଚାରୀ ଷ୍ଟେସନରେ ଭୂତ ରହୁଥିବାର ଦାବି କରିଥିଲେ।

ରେଳ କର୍ମଚାରୀଙ୍କ କହିବା ଅନୁଯାୟୀ ସେ ଷ୍ଟେସନରେ ଡାହାଣୀକୁ ଦେଖିବାକୁ ପାଇଥିଲେ। ଯିଏକି ଧଳା ଶାଢୀ ପିନ୍ଧି ସେଠାରେ ନାଚୁଥିଲେ।

ଏହାର କିଛି ଦିନ ପରେ ରେଳ କର୍ମଚାରୀ ଜଣଙ୍କ ସେହି ଷ୍ଟେସନରେ ମୃତ୍ୟୁବରଣ କରିଥିଲେ।

ଏହି ଘଟଣା ପରେ ଧୀରେ ଧୀରେ ଲୋକେ ଷ୍ଟେସନକୁ ଯିବା ପାଇଁ ଭୟଭୀତ ଅନୁଭବ କଲେ।

ଗାଁ ଲୋକମାନେ ଦାବି କରନ୍ତି ଯେ ଟ୍ରେନ୍ ଯିବା ବେଳେ ଭୂତ ଟ୍ରେନର ପଛେ ପଛେ ଯିବାର ସେମାନେ ଦେଖିଛନ୍ତି।

ଏହି କାରଣ ପାଇଁ ଏହି ଷ୍ଟେସନ ଏବେ ୪୨ ବର୍ଷ ଧରି ବନ୍ଦ ହୋଇ ପଡ଼ିଛି।

ଯୌନ ଶକ୍ତି ବଢ଼ାଇବାକୁ ଏହି ଖାଦ୍ୟ ଖାଉଥିଲେ ମୋଗଲ