ଅଳ୍ପ ଟଙ୍କାରେ ପୁରୁଣା ବାଇକ୍‌ ସ୍ପୋର୍ଟସ୍‌ ବାଇକ୍‌ରେ ଯାଉଛି ବଦଳି !

ଦାମୀ ଗାଡ଼ି କିଣିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁନାହିଁ। ବେଶ୍‌ କମ ଦାମରେ ଦାମୀ ଡିଜାଇନର୍ ଗାଡ଼ି କରି ଦିଆଯାଉଛି।

ଗାଡି ଗ୍ୟାରେଜ୍ ରେ ଏହି ଦଦରା ବାଇକ୍‌ ପାଲଟୁଛି ସୁପର୍‌ ବାଇକ୍।

 ଏବେ ରାଜଧାନୀରେ ମଧ୍ୟ  ପୁରୁଣାକାଳିଆ ଗାଡ଼ିକୁ  ସମ୍ପୂର୍ଣ୍ଣଭାବେ ବଦଳାଯାଉଛି।

ରାଜଧାନୀ ଭୁବନେଶ୍ବରରେ ମଧ୍ୟ ‘ଗଙ୍ଗା ନେଷ୍ଟ ଲେବଲ୍ ମୋଡିଫିକେସନ୍’ ଗ୍ୟାରେଜ୍‌ ଗ୍ରାହକମାନଙ୍କୁ ଏଭଳି ସୁବିଧା ଯୋଗାଇ ଦେଇ ଆସୁଛି।

ଯାହା ପାଇଁ ଏବେ ଏଠାରେ ବାଇକ ପ୍ରେମୀ ମାନଙ୍କ ଭିଡ ଦେଖିବାକୁ ମିଳୁଛି ।

୨୦୦୪ ମସିହାରୁ ଚନ୍ଦ୍ରଶେଖରପୁରରେ ଗଙ୍ଗା ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ବାଇକ୍ ମଡେଲିଂ ଗ୍ୟାରେଜ୍‌ରେ ପ୍ରତିଦିନ ଦୂରଦୂରାନ୍ତରୁ ଲୋକଙ୍କ ଧାଡ଼ି ଲାଗୁଛି।

 ଭଙ୍ଗା ଦଦରା ଗାଡ଼ିକୁ  ଗ୍ରାହକଙ୍କ ଚାହିଦା ଅନୁଯାୟୀ, କେତେବେଳେ କେଜିଏଫ୍ ତ ଆଉ କେତେବେଳେ ଷ୍ଟଣ୍ଟ୍ ବାଇକ୍‌ର ରୂପ ଦେଇ ସେ ଏହା ଗ୍ରାହକଙ୍କୁ ଭେଟିଦେଉଛନ୍ତି ।

ଗଙ୍ଗା ଦାବି କରିଛନ୍ତି ଯେ ଲୁନାକୁ ମଧ୍ୟ ମଡିଫାଏ କରି ବୁଲେଟ୍ ରେ ପରିଣତ କରିବାର ସକ୍ଷମ । ତାଙ୍କ କହିବାନୁସାରେ ସେ ଦିଲ୍ଲୀରେ ଦୁଇ ଦଶନ୍ଧି ବିତାଇଛନ୍ତି, ଯେଉଁଠାରେ ସେ ଏହି ବାଇକ୍ ପୁନ ନିର୍ମାଣ କାର୍ଯ୍ୟରେ ପାରଙ୍ଗମ ହୋଇଥିଲେ।

କେବଳ ଏତିକି ନୁହେଁ ଗଙ୍ଗାଙ୍କ  ଏହି ଗ୍ୟାରେଜରେ ପ୍ରାୟ ୧୫ ରୁ ଅଧିକ ପିଲା ମାନଙ୍କୁ କାମ ଯୋଗାଇ ଦେବା ସହିତ ମାସକୁ ପ୍ରାୟ ୨ ଲକ୍ଷରୁ ଅଧିକ ଟଙ୍କା ଲାଭ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି ।