Mahabharata: ମହାଭାରତର ଏକ ଉଲ୍ଲେଖନୀୟ ଚରିତ୍ର ହେଲା ଦ୍ରୌପଦୀ। ସେ ହେଉଛନ୍ତି ରାଜା ଦ୍ରୁପଦଙ୍କ କନ୍ୟା ଓ ପଞ୍ଚୁ ପାଣ୍ଡବଙ୍କ ପତ୍ନୀ। ତେବେ ମହାଭାରତ ଯୁଦ୍ଧ ପରେ କେମିତି ଓ କେଉଁଠାରେ ମୃତ୍ୟୁ ବରଣ କରିଥିଲେ ଦ୍ରୌପଦୀ।

ଦ୍ରୁପଦଙ୍କ କନ୍ୟା ଓ ପଞ୍ଚୁ ପାଣ୍ଡବଙ୍କ ପତ୍ନୀ ଦ୍ରୌପଦୀ କେବେ ଓ କେଉଁଠାରେ ମୃତ୍ୟୁ ବରଣ କରିଥିଲେ। କୁହାଯାଏ ସ୍ବର୍ଗକୁ ନଯାଇ ନର୍କ ଯନ୍ତ୍ରଣା ସହିଥିଲେ ଦ୍ରୌପଦୀ।

ପଞ୍ଚୁ ପାଣ୍ଡବଙ୍କ ପତ୍ନୀ ଦ୍ରୌପଦୀ ଅନେକ ନାମରେ ଜଣାଶୁଣା। ଦ୍ରୌପଦୀ ନାମ ପୂର୍ବରୁ ତାଙ୍କ ନାମ ଯାଜ୍ଞସେନୀ ଓ ଦ୍ବିତୀୟ ନାମ କୃଷ୍ଣା ଥିଲା।

ଦ୍ରୌପଦୀଙ୍କ ମୃତ୍ୟୁ କୁରୁକ୍ଷେତ୍ର ଯୁଦ୍ଧ ପରେ ହୋଇଥିଲା। କୁରୁକ୍ଷେତ୍ର ଯୁଦ୍ଧକୁ ମହାଭାରତ ଯୁଦ୍ଧ ମଧ୍ୟ କୁହାଯାଏ।

ଏହି ଯୁଦ୍ଧରେ ଦ୍ରୌପଦୀଙ୍କ ୫ ପତିଙ୍କୁ ଛାଡ଼ି ସମସ୍ତେ ନିହତ ହୋଇଥିଲେ। ଯୁଦ୍ଧରେ ଦ୍ରୌପଦୀଙ୍କ ସବୁ ପୁତ୍ର ମଧ୍ୟ ମୃତ୍ୟୁ ବରଣ କରିଥିଲେ।

ଦ୍ରୌପଦୀ ଜୀବନର ଶେଷ ପର୍ଯ୍ୟନ୍ତ ପାଣ୍ଡବଙ୍କୁ ଛାଡ଼ି ନଥିଲେ। ମହାଭାରତ ଯୁଦ୍ଧ ପରେ ଦ୍ରୌପଦୀ ଏବଂ ପାଣ୍ଡବ ହିମାଳୟ ଦେଇ ସ୍ବର୍ଗକୁ ଯାତ୍ରା ଆରମ୍ଭ କରିଥିଲେ।

ହିମାଳୟ ଯାତ୍ରା କରୁଥିବା ସମୟରେ ଦ୍ରୌପଦୀ ପ୍ରଥମେ ତଳେ ପଡ଼ିଯାଇଥିଲେ। କୁହାଯାଏ ଦ୍ରୌପଦୀ ପଡ଼ିଯିବାରୁ ତାଙ୍କର ନିଧନ ହୋଇଥିଲା। ଦ୍ରୌପଦୀ ମୃତ୍ୟୁ ଘଟିବା ପରେ ପଞ୍ଚୁ ପାଣ୍ଡବ ବିଚଳିତ ହୋଇପଡ଼ିଥିଲେ।

ଏହାପରେ ଯୁଧିଷ୍ଠିରଙ୍କୁ ଭୀମ ପଚାରିଥିଲେ ଯେ ଦ୍ରୌପଦୀ ଏତେ ଶୀଘ୍ର କାହିଁକି ଦେହ ତ୍ୟାଗ କଲେ ଏବଂ ସେ ସ୍ବର୍ଗ ଯାତ୍ରା କାହିଁକି କଲେ ନାହିଁ।

ଏହାର ଉତ୍ତରରେ ଯୁଧିଷ୍ଠିର କହିଥିଲେ ଯେ ଦ୍ରୌପଦୀ ଆମ ୫ ଭାଇଙ୍କ ପତ୍ନୀ ହେବା ସତ୍ତ୍ବେ ତାଙ୍କ ମନରେ ପାର୍ଥ ଅର୍ଥାତ୍ ଅର୍ଜୁନଙ୍କ ପାଇଁ ଅଧିକ ପ୍ରେମ ଥିଲା।

ଏହି କାରଣ ପାଇଁ ଦ୍ରୌପଦୀଙ୍କୁ କିଛି ବର୍ଷ ନର୍କର ଯନ୍ତ୍ରଣା ସହିବାକୁ ପଡ଼ିଥିଲା। ଏଥିପାଇଁ ସେ ସ୍ବର୍ଗର ଯାତ୍ରା କରି ପାରିପାରିନଥିଲେ।

ଦ୍ରୁପଦଙ୍କ କନ୍ୟା ଓ ପଞ୍ଚୁ ପାଣ୍ଡବଙ୍କ ପତ୍ନୀ ହେବା ସତ୍ତ୍ବେ ଦ୍ରୌପଦୀଙ୍କୁ ନର୍କ ଯନ୍ତ୍ରଣା ମଧ୍ୟ ସହିବାକୁ ପଡ଼ିଥିଲା।

Disclaimer: ଏଠାରେ ଦିଆଇଯାଇଥିବା ସୂଚନା ପୌରାଣିକ ସୂଚନା ଉପରେ ଆଧାରିତ। ଏହାକୁ ନ୍ୟୁଜ୧୮ ଓଡ଼ିଆ ନିଶ୍ଚିତ କରେନାହିଁ।

କେବେ ଓ କେଉଁଠାରେ ମାନବ ରୂପ ତ୍ୟାଗ କରିଥିଲେ ପ୍ରଭୁ ଶ୍ରୀରାମ? ତଥ୍ୟ ଜାଣିବା ପାଇଁ ତଳ ଲିଙ୍କ ଉପରେ କ୍ଲିକ୍ କରନ୍ତୁ...