ରୋଷେଇ ଘରେ ଲୁଚି ରହିଥିବା ଅସରପା ଓ ଛୋଟ ଛୋଟ ପୋକକୁ ନେଇ ରହୁଛନ୍ତି କି ଚିନ୍ତିତ। ତେବେ ସହଜ ଉପଚାର ଦ୍ବାରା ଏମାନଙ୍କୁ ଘରୁ ତଡ଼ିପାରିବେ ଆପଣ।

ଘରେ ଭର୍ତ୍ତି ହୋଇଗଲେଣି କି ଅସରପା। ଚିନ୍ତା ନକରି ଆପଣାନ୍ତୁ ଏହି ଚମତ୍କାର ଘରୋଇ ଉପଚାର।

ଅସରପା ଓ ଅନ୍ୟ ପୋକ ଦୂର କରିବାର ଜାଣନ୍ତୁ ଘରୋଇ ଉପାୟ...

କର୍ପୂରର ବ୍ୟବହାର- କର୍ପୂର ବ୍ୟବହାର କରି ଆପଣ ଅତି ସହଜରେ ଆଲମାରୀ ଓ ଷ୍ଟୋର ରୁମ୍‌ରୁ ଛୋଟ ଛୋଟ ପୋକକୁ ବାହାର କରିପାରିବେ।

ଏଥି ପାଇଁ କର୍ପୂରକୁ ଗୁଣ୍ଡ କରିଦିଅନ୍ତୁ। ଏହି କର୍ପୂର ଗୁଣ୍ଡରେ ଏକରୁ ଦୁଇ ଚାମଚ ଲାଭେଣ୍ଡର ତେଲ ମିଶାନ୍ତୁ। ଏହି ମିଶ୍ରଣକୁ ଆପଣଙ୍କ ଆଲମାରୀ, ରୋଷେଇ ଘର ଓ ପୋକ ରହୁଥବା ସ୍ଥାନରେ ଅଳ୍ପ ଅଳ୍ପ ଦୂରରେ ଛିଞ୍ଚି ଦିଅନ୍ତୁ।

ଏହା ବ୍ୟତୀତ ଆପଣ ଏହି ମିଶ୍ରଣକୁ ତୁଳାରେ ବୁଡାଇକି ପୋକ ରହୁଥବା ଘରେ ରଖିଦିଅନ୍ତୁ। ଏହି ମିଶ୍ରଣ ଗନ୍ଧରେ ଅସରପା ଓ ଅନ୍ୟାନ ପୋକ ଧିରେ ଧିରେ ଘରୁ ବାହାରି ଯିବେ।

ଲବଙ୍ଗର ବ୍ୟବହାର- ରୋଷେଇ ଘରେ ଥିବା ଲବଙ୍ଗ କେବଳ ଖାଦ୍ୟର ସ୍ୱାଦ ବଢ଼ାଇ ଥାଏ ତାହା ନୁହେଁ ଏହାକୁ ଆମେ ଘରେ ଲୁଚି ରହିଥିବା ଅସରପା ଓ ଅନ୍ୟ ପୋକକୁ ବାହାର କରିବା ପାଇଁ ବ୍ୟବହାର କରିପାରିବା।

ଲବଙ୍ଗର କଢ଼ା ଗନ୍ଧ ଦ୍ୱାରା ଅସରପା ଓ ଅନ୍ୟ ପୋକ ସହଜରେ ଘରୁ ବାହାରି ଯାଆନ୍ତି। ଏହି ଘରୋଇ ଉପାୟ ଅବଲମ୍ବନ କରିବା ପାଇଁ ଲବଙ୍ଗକୁ ଗୁଣ୍ଡ କରିଦିଅନ୍ତୁ। ଲବଙ୍ଗ ଗୁଣ୍ଡରେ ପାଣି ମିଶାଇ ଏହାର ମିଶ୍ରଣ ପ୍ରସ୍ତୁତ କରନ୍ତୁ।

ଏହି ମିଶ୍ରଣକୁ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରି ଅସରପା ଓ ପୋକ ରହୁଥିବା ସ୍ଥାନରେ ସ୍ପ୍ରେ କରିଦିଅନ୍ତୁ।

କିରୋସିନି ତେଲର ବ୍ୟବହାର- ଏହି ଉପାୟ କରିବା ପାଇଁ କିରୋସିନି ତେଲରେ ଏକ ତୁଳାକୁ ଭିଜାନ୍ତୁ , କିଛି ସମୟ ପରେ ଏହି ତୁଳାକୁ ଅସରପା ଓ ପୋକ ରହୁଥବା ଘରେ ରଖିଦିଅନ୍ତୁ।

କିରୋସିନ ତେଲର ଗନ୍ଧରେ ଅସରପା ରୋଷେଇ ଘରକୁ ଆସିବ ନାହିଁ।

କୀଟନାଶକର ବ୍ୟବହାର- ରୋଷେଇ ଘର ଏବଂ ଆଲମାରୀରୁ ଅସରପା ଓ ଅନ୍ୟାନ ପୋକକୁ ବାହାର କରିବାର ସବୁଠୁ ସହଜ ଉପାୟ ହେଉଛି କୀଟନାଶକର ବ୍ୟବହାର।

କୀଟନାଶକ ପାଉଡରକୁ ଗରମ ପାଣିରେ ଗୋଳାନ୍ତୁ ଓ ଏହି ମିଶ୍ରଣକୁ ପୋକ ରହୁଥବା ସ୍ଥାନରେ ଅଳ୍ପ ଅଳ୍ପ ଦୂରରେ ଛିଞ୍ଚି ଦିଅନ୍ତୁ।

କୀଟନାଶକ ଗନ୍ଧରେ ଅସରପା ଓ ଅନ୍ୟାନ ପୋକ ଘରୁ ବାହାରି ଯିବେ। ଏହାର ବ୍ୟବହାର ସମୟରେ ଛୋଟ ଛୁଆକୁ ଏଥିରୁ ଦୂରେଇ ରଖନ୍ତୁ।

ହିନ୍ଦୁ ଶବ୍ଦର ଅର୍ଥ କଣ? ତଥ୍ୟ ଜାଣିବା ପାଇଁ ତଳ ଲିଙ୍କ ଉପରେ କ୍ଲିକ୍ କରନ୍ତୁ...