Jarawa Tribe: ଆମ ଦେଶରେ ଅଛନ୍ତି ଏମିତି ଏକ ଜନଜାତି, ଯାହାଙ୍କ ପରମ୍ପରା ବିଷୟରେ ଜାଣିଲେ ମୁଣ୍ଡରେ ହାତ ଦେବେ ଆପଣ। ଭାରତର ଆଣ୍ଡାମାନ ଦ୍ୱୀପପୁଞ୍ଜରେ ବାସ କରୁଥିବା ଜାରୱା ଜନଜାତି ଆସନ୍ତୁ ଜାଣିବା ଖାସ୍ କଥା....

ଏହି ଜନଜାତି ଏବେ ମଧ୍ୟ ଏମିତି ଜୀବନ ବିତାଉଛନ୍ତି ଯାହା ହଜାରେ ବର୍ଷ ପୂର୍ବରୁ ଥିଲା। ମୁଖ୍ୟ କଥା ହେଲା ଏମାନେ ଜୀବନ ସାରା ଉଲଗ୍ନ ହୋଇ ରହିଥାଆନ୍ତି।

ସେମାନଙ୍କର ପିନ୍ଧିବାକୁ ପୋଷାକ ନାହିଁ ଏବଂ ଶିକାର ପାଇଁ ସେମାନେ ଆଜି ଧନୁ ଏବଂ ତୀରର ପାରମ୍ପାରିକ ଅସ୍ତ୍ର ବ୍ୟବହାର କରୁଛନ୍ତି।

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ (ପର୍ଯ୍ୟଟନ ବାଣିଜ୍ୟ) ନିୟମାବଳୀ, ୨୦୧୪ ଅନୁଯାୟୀ କୌଣସି ବାହାର ଲୋକ ଏହି ଜନଜାତିଙ୍କୁ ଭେଟି ପାରିବେ ନାହିଁ।

ଯଦି ଆମେ ଜାରୱା ଜନଜାତିର ସାମ୍ପ୍ରତିକ ସ୍ଥିତିକୁ ଦେଖିବା, ସେମାନେ ବର୍ତ୍ତମାନ ବହୁତ ଦୁଃଖୀ ଅବସ୍ଥାରେ ଅଛନ୍ତି।

ବର୍ତ୍ତମାନ ସେମାନଙ୍କର ଜନସଂଖ୍ୟା ପ୍ରାୟ ୩୮୦ ରୁ ୪୦୦। ଜାରୱା ଜନଜାତି ବିଷୟରେ କୁହାଯାଏ ଯେ ଏହି ଜନଜାତି ଗତ ୫୫,୦୦୦ ବର୍ଷ ଧରି ଭାରତ ମହାସାଗରରେ ରହିଆସୁଛନ୍ତି।

ସେମାନଙ୍କ ବିଷୟରେ କୁହାଯାଏ ଯେ ହଜାର ହଜାର ବର୍ଷ ପୂର୍ବେ ଏହି ଲୋକମାନେ ଆଫ୍ରିକାରୁ ଆସି ଏଠାରେ ବସବାସ କରିଥିଲେ।

ଜାରୱା ଜନଜାତି ବିଷୟରେ ଏହା ମଧ୍ୟ କୁହାଯାଇଛି ଯେ ସେମାନେ ଦୁନିଆର ସର୍ବ ପୁରାତନ ଜନଜାତି ଏବଂ ସେମାନେ ଶିକାର କରିବା ସମୟରେ ଦଳରେ ରୁହନ୍ତି।

ଆଣ୍ଡାମାନ ନିକୋବର ପ୍ରଶାସନ ଏହି ଜନଜାତିର ଯେକୌଣସି ପ୍ରକାରର ଚିତ୍ର ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ଏକ ଅପରାଧ ବୋଲି ଶ୍ରେଣୀଭୁକ୍ତ କରିଛି।

ଏ ସମ୍ପର୍କରେ ପ୍ରଶାସନ ୨୦୧୭ ମସିହାରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଯଦି ଜଣେ ବ୍ୟକ୍ତି ଏହି ନିୟମ ଉଲ୍ଲଂଘନ କରନ୍ତି ତେବେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଦଣ୍ଡିତ କରାଯିବ।

ସାଧାରଣତଃ ୬ଟି ଆଦିବାସୀ ଜନଜାତି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ରୁହନ୍ତି।

ଜାରୱା ଜନଜାତି ବିଷୟରେ କହିବାକୁ ଗଲେ ଏହା ନେଗ୍ରିଟୋ ସମ୍ପ୍ରଦାୟର ଏକ ଜନଜାତି ବୋଲି କୁହାଯାଏ।

ଜରୱା ଜନଜାତି ରହୁଥିବା ଅଞ୍ଚଳକୁ ଆଦିବାସୀ ରିଜର୍ଭ ଏରିଆର ମାନ୍ୟତା ଦିଆଯାଇଛି।

ଭାରତର ଏହି ନଦୀକୁ ମିଳିଛି ଅଭିଶାପ; ଛୁଇଁବାକୁ ଡରନ୍ତି ଲୋକ... ତଥ୍ୟ ଜାଣିବା ପାଇଁ ତଳ ଲିଙ୍କ ଉପରେ କ୍ଲିକ୍ କରନ୍ତୁ...