ମହାଭାରତ ଯୁଦ୍ଧର ଦୁଇ ମହାନ୍‌ ଯୋଦ୍ଧା ହେଉଛନ୍ତି କର୍ଣ୍ଣ ଏବଂ ଅର୍ଜୁନ। କର୍ଣ୍ଣ କୌରବଙ୍କ ପକ୍ଷରେ ଥିଲାବେଳେ ଅର୍ଜୁନ ପାଣ୍ଡବଙ୍କ ପକ୍ଷରେ ଥିଲେ। ତେବେ ଅର୍ଜୁନଙ୍କୁ ଯୁଦ୍ଧରେ ଜିତାଇବା ପାଇଁ ଇନ୍ଦ୍ରଦେବ ଛଳନା କରି କର୍ଣ୍ଣଙ୍କ କବଚ-କୁଣ୍ଡଳ ନେଇଯାଇଥିଲେ।

ଅର୍ଜୁନଙ୍କ ପାଖରେ ‘ଗାଣ୍ଡିବ’ ଧନୁ ଥିବା ଯୋଗୁ ତାଙ୍କୁ ‘ଗାଣ୍ଡିବଧାରୀ’ କୁହାଯାଏ। ଠିକ୍‌ ସେହିପରି  କର୍ଣ୍ଣଙ୍କ ପାଖରେ ମଧ୍ୟ ଏକ ଅଦ୍ଭୁତ ଧନୁ ଥିଲା।

ତେବେ ଅର୍ଜୁନଙ୍କୁ ଯୁଦ୍ଧରେ ଜିତାଇବା ପାଇଁ ଇନ୍ଦ୍ରଦେବ ଛଳନା କରି କର୍ଣ୍ଣଙ୍କଠୁ କବଚ ଓ କୁଣ୍ଡଳ ନେଇଯାଇଥିଲେ। ଯାହାକୁ ଏକ ମନ୍ଦିରରେ ଲୁଚାଇ ଦେଇଥିଲେ।

ମହାଭାରତ ଯୁଦ୍ଧରେ ଉଭୟ ସେନାବାହିନୀରୁ ଅନେକ ମହାନ ଯୁଦ୍ଧ ଯୁଦ୍ଧ କରୁଥିଲେ। ସେମାନଙ୍କ ମଧ୍ୟରୁ ମହାନ ଯୋଦ୍ଧା ଥିଲେ କର୍ଣ୍ଣ। ଯିଏ କୌରବ ସେନା ପକ୍ଷରୁ ପାଣ୍ଡବଙ୍କ ବିରୋଧରେ ଲଢୁଥିଲେ।

କର୍ଣ୍ଣ ପାଣ୍ଡବଙ୍କର ଜ୍ୟେଷ୍ଠ ଭାଇ ଥିଲେ, ଯିଏ ସୂର୍ଯ୍ୟ ଭଗବାନଙ୍କ ଆଶୀର୍ବାଦରେ ମାତା କୁନ୍ତୀଙ୍କ ବିବାହ ପୂର୍ବରୁ ଜନ୍ମ ହୋଇଥିଲେ। ଲୋକ ଲଜ୍ଜା ହେତୁ କୁନ୍ତୀ କର୍ଣ୍ଣଙ୍କୁ ଜନ୍ମ ଦେବା ପରେ ନଦୀରେ ଭସାଇ ଦେଇଥିଲେ।

ଆମ ଇତିହାସରେ କର୍ଣ୍ଣ ଓ ଅର୍ଜୁନଙ୍କ ସହ ସମାନ ଧନୁର୍ଦ୍ଧର ଭାବରେ ବିବେଚନା କରାଯାଏ। ସେହିପରି କର୍ଣ୍ଣ ଜଣେ ମହାନ ଦାନୀ ମଧ୍ୟ ଥିଲେ।

କର୍ଣ୍ଣ ଭଗବାନ ସୂର୍ଯ୍ୟଙ୍କ ଅବତାର ଥିଲେ, ଭଗବାନ ସୂର୍ଯ୍ୟ ତାଙ୍କୁ ଜନ୍ମ ସମୟରେ ସୁରକ୍ଷା ଦେବା ପାଇଁ ତାଙ୍କୁ ରକ୍ଷା କବଚ ଏବଂ କଣ୍ଡଳ ଦେଇଥିଲେ। ଏହି ରକ୍ଷା କବଚ ଦ୍ବାରା କର୍ଣ୍ଣଙ୍କୁ କୌଣସି ଅସ୍ତ୍ରଶସ୍ତ୍ର ଭେଦ କରିପାରୁନଥିଲା।

ମହାଭାରତ ଯୁଦ୍ଧ ସମୟରେ ଯଦି କର୍ଣ୍ଣଙ୍କ ପାଖରେ କବଚ ଏବଂ କୁଣ୍ଡଳ ଥାଆନ୍ତା, ତେବେ ଅର୍ଜୁନ ତାଙ୍କୁ କେବେ ମଧ୍ୟ ପରାସ୍ତ କରିପାରିନଥାନ୍ତେ। ଭଗବାନ କୃଷ୍ଣ ଏଥିପାଇଁ ଏକ କୌଶଳ ବ୍ୟବହାର କରିଥିଲେ।

ଭଗବାନ କୃଷ୍ଣଙ୍କ ଆଦେଶରେ ଅର୍ଜୁନଙ୍କ ଈଶ୍ବରୀୟ ପିତା ଇନ୍ଦ୍ରଦେବ ଜଣେ ବ୍ରାହ୍ମଣ ରୂପ ନେଇ କର୍ଣ୍ଣଙ୍କୁ ତାଙ୍କ କବଚ ଓ କୁଣ୍ଡଳ ମାଗିଥିଲେ। ତେବେ କର୍ଣ୍ଣ ମହାନ ଦାନୀ ହୋଇଥିବାରୁ ସେ ନିଜ ଦେହରୁ କବଚ ଓ କୁଣ୍ଡଳ କାଢ଼ି ଇନ୍ଦ୍ରଦେବଙ୍କୁ ଦାନ କରି ଦେଇଥଲେ।

ତେବେ ବର୍ତ୍ତମାନ କର୍ଣ୍ଣଙ୍କ ଏହି କବଚ ଓ କୁଣ୍ଡଳ କେଉଁଠାରେ ଅଛି, ତାହା ସମସ୍ତେ ଜାଣିବାକୁ ଚାହୁଁଛନ୍ତି।

ପୌରାଣିକ ମାନ୍ୟତା ଅନୁସାରେ ଲୋକଙ୍କ ବିଶ୍ବାସ ହେଲା ଯେ କର୍ଣ୍ଣଙ୍କ କବଚ ଓ କୁଣ୍ଡଳ ହିମାଳୟର କୌଣସି ଏକ ଗମ୍ପାରେ ଅଛି। ଯେଉଁଠାକୁ କେହି ମଧ୍ୟ ଯାଇପାରିବେ ନାହିଁ।

ସେହିପରି ପ୍ରଚଳିତ ମାନ୍ୟତା ଅନୁସାରେ ଓଡ଼ିଶାର ବିଶ୍ବ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର କୋଣାର୍କରେ କର୍ଣ୍ଣଙ୍କ କବଚ ଓ କୁଣ୍ଡଳ ଲୁଚାଇ ରଖାଯାଇଛି।

କୁହାଯାଏ ଯେ କବଚ ଓ କୁଣ୍ଡଳକୁ ନେଇ ଇନ୍ଦ୍ରଦେବ ସ୍ବର୍ଗକୁ ଯାଇପାରିନଥାନ୍ତେ। ଏଥିପାଇଁ ସେ କୋଣାର୍କ ମନ୍ଦିରରେ ଏହାକୁ ଲୁଚାଇ ରଖିଦେଇଥିଲେ। ଯାହାର ସୁରକ୍ଷା ସୂର୍ଯ୍ୟଦେବ ଓ ସମୁଦ୍ର ଦେବ ମିଶିକି କରନ୍ତି।

ମାନ୍ୟତା ଅନୁସାରେ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଦୁର୍ଗା ଜଙ୍ଗଲ ଇଲାକର ଏକ ଗମ୍ଫାରେ କବଚ ଓ କୁଣ୍ଡଳ ଅଛି।

ଯାହା ଭିତରୁ ସୂର୍ଯ୍ୟ ଭଳି ପ୍ରକାଶ ବାହାରିଥାଏ। ହେଲେ ଏହି ଗୁମ୍ଫା ଭିତରୁ କେହି ଯାଇପାରନ୍ତି ନାହିଁ।

ସମୁଦ୍ର ମଧ୍ୟରେ ଲୁଚିଯାଇଥିବା ରହସ୍ୟମୟ ସହର। ତଥ୍ୟ ଜାଣିବା ପାଇଁ ତଳ ଲିଙ୍କ ଉପରେ କ୍ଲିକ୍ କରନ୍ତୁ...